ଛତିଶଗଡ଼ ସୁକମା ଜାଗରମୁଣ୍ଡାରେ ନକ୍ସଲ ହମଲା, ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ CRPF ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ରବିବାର, ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଉଡ଼ାଇଲେ ସୁରକ୍ଷାକର୍ମୀଙ୍କ ଟ୍ରକ୍‌ । ଏଥିରେ ୨ ସିଆରପିଏଫ୍‌ ଯବାନ ସହିଦ ହୋଇଥିବାବେଳେ, ଅନେକ ଯବାନ ଆହତ ହୋଇଛି। ସୂଚନା ଅନୁଯାୟୀ, ସିଲଗଡ଼ ଏବଂ ଟେକାଲଗୁଡାମ ମଧ୍ୟରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି IED ଖଞ୍ଜିଥିଲେ ନକ୍ସଲ। ଆଉ ଅତ୍ୟାବଶ୍ୟକ ସାମଗ୍ରୀ ଭର୍ତ୍ତି ଏକ ଗାଡ଼ିରେ ଯବାନମାନେ ନିଜ କ୍ୟାମ୍ପକୁ ଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା। ସୂଚନାଥାଉକି, କିଛି ମାସ ପୂର୍ବରୁ ଏଠାରେ ସୁରକ୍ଷା ବାହିନୀର ଏକ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା । ଯାହାକୁ ବିରୋଧ କରି ଆସୁଥିଲେ ଲାଲ୍ ବାହିନୀ । ଆଉ ଏହାକୁ ଟାର୍ଗେଟ କରି ମାଓବାଦୀମାନେ ଏଭଳି କରିଥିବା ସୂଚନା।

ଛତିଶଗଡ଼ ସୁକମା ଜାଗରମୁଣ୍ଡାରେ ନକ୍ସଲ ହମଲା, ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ CRPF ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ରବିବାର, ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଉଡ଼ାଇଲେ ସୁରକ୍ଷାକର୍ମୀଙ୍କ ଟ୍ରକ୍‌ । ଏଥିରେ ୨ ସିଆରପିଏଫ୍‌ ଯବାନ ସହିଦ ହୋଇଥିବାବେଳେ, ଅନେକ ଯବାନ ଆହତ ହୋଇଛି। 

ସୂଚନା ଅନୁଯାୟୀ, ସିଲଗଡ଼ ଏବଂ ଟେକାଲଗୁଡାମ ମଧ୍ୟରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି IED ଖଞ୍ଜିଥିଲେ ନକ୍ସଲ। ଆଉ ଅତ୍ୟାବଶ୍ୟକ ସାମଗ୍ରୀ ଭର୍ତ୍ତି ଏକ ଗାଡ଼ିରେ ଯବାନମାନେ ନିଜ କ୍ୟାମ୍ପକୁ ଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା। 

ସୂଚନାଥାଉକି, କିଛି ମାସ ପୂର୍ବରୁ ଏଠାରେ ସୁରକ୍ଷା ବାହିନୀର ଏକ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା । ଯାହାକୁ ବିରୋଧ କରି ଆସୁଥିଲେ ଲାଲ୍ ବାହିନୀ । ଆଉ ଏହାକୁ ଟାର୍ଗେଟ କରି ମାଓବାଦୀମାନେ ଏଭଳି କରିଥିବା ସୂଚନା।