ଅସୁବିଧାରେ ପଡ଼ି ଋଣ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି…

ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ ଋଣ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍‌ ଏହା ବୋଝ ଭଳି ଲାଗିଥାଏ। ହେଲେ ଏମିତି ବି କିଛି ବାସ୍ତୁଟିପ୍ସ ରହିଛି, ଯାହାକୁ ମାନିଲେ କରଜରୁ ଶୀଘ୍ର ମୁକ୍ତି ପାଇବାର ବାଟ ଖୋଲିଯାଇଥାଏ ବୋଲି ବିଶ୍ୱାସ କରାଯାଏ। ଯେମିତିକି: * ପକ୍ଷୀମାନଙ୍କୁ ଖାଇବାକୁ ଦେଲେ ଜୀବନରେ ସେହି ସବୁ ସୁଖ ମିଳିଥାଏ, ଯାହାକୁ କେବେ ବି କେହି କଳ୍ପନା କରି ନଥିବେ। […] The post ଅସୁବିଧାରେ ପଡ଼ି ଋଣ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି… appeared first on Dharitri Odia News.

ଅସୁବିଧାରେ ପଡ଼ି ଋଣ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ  ହେବେ କିପରି…

ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ ଋଣ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍‌ ଏହା ବୋଝ ଭଳି ଲାଗିଥାଏ। ହେଲେ ଏମିତି ବି କିଛି ବାସ୍ତୁଟିପ୍ସ ରହିଛି, ଯାହାକୁ ମାନିଲେ କରଜରୁ ଶୀଘ୍ର ମୁକ୍ତି ପାଇବାର ବାଟ ଖୋଲିଯାଇଥାଏ ବୋଲି ବିଶ୍ୱାସ କରାଯାଏ। ଯେମିତିକି:

* ପକ୍ଷୀମାନଙ୍କୁ ଖାଇବାକୁ ଦେଲେ ଜୀବନରେ ସେହି ସବୁ ସୁଖ ମିଳିଥାଏ, ଯାହାକୁ କେବେ ବି କେହି କଳ୍ପନା କରି ନଥିବେ। ଏପରିକି ପ୍ରତିଦିନ ହେଉ ଅବା ମଙ୍ଗଳବାର ଓ ଶନିବାର ଦିନ ପକ୍ଷୀଙ୍କୁ ଦାନା ଖାଇବାକୁ ଦେଲେ କରଜ ମୁକ୍ତିର ବାଟ ଶୀଘ୍ର ଖୋଲିଯାଏ ବୋଲି କୁହାଯାଇଥାଏ।

* ମାଙ୍କଡ଼ଙ୍କୁ ପ୍ରତି ମଙ୍ଗଳବାର ଦିନ କିଛି ମିଠା କିମ୍ବା କଦଳୀ ଅବା ବୁଟ ଖାଇବାକୁ ଦେଲେ, ପ୍ରଭୂ ହନୁମାନ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଆଉ ତାଙ୍କରି ଆର୍ଶୀବାଦରୁ ଶୀଘ୍ର କରଜ ସୁଝିବାକୁ ଆମକୁ ଉପାୟ ମିଳିଥାଏ।

* କୁକୁରଙ୍କୁ ମିଠା ବିସ୍କୁଟ୍‌ ଖାଇବାକୁ ଦେଲେ, କରଜରୁ ମୁକ୍ତି ମିଳିବା ସହ ଘରୁ ନକରାତ୍ମକ ଉର୍ଜ୍ଜା ଦୂର ହୋଇ ଶାନ୍ତି ବଜାୟ ରହିଥାଏ ବୋଲି ବାସ୍ତୁବିତ୍‌ମାନେ ମତ ଦେଇଥାନ୍ତି।

* ଗାଈଙ୍କୁ ଗୋମାତା ଭାବେ ପୂଜା କରାଯାଏ। ତେଣୁ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ କିମ୍ବା ରୁଟିକୁ ପ୍ରଥମେ ଗାଈଙ୍କୁ ଖାଇବାକୁ ଦେଲେ ବି କରଜରୁ ଶୀଘ୍ର ମୁକ୍ତି ମିଳିବାର ବାଟ ଖୋଲିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

The post ଅସୁବିଧାରେ ପଡ଼ି ଋଣ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି… appeared first on Dharitri Odia News.