ଦାମୀ ଗାଡ଼ିରେ ଦାମୀ ଡିଲ୍ ! କାହାର ଏତେ ଟଙ୍କା..ତଦନ୍ତ କରୁଛି CBI ର ୬ ଜଣିଆ ଟିମ୍, ୪ ଙ୍କୁ ପଚରାଉଚରା ଜାରି

କନକ ବ୍ୟୁରୋ : ରାଜଧାନୀରେ CBI ରେଡ୍ । ଭୁବନେଶ୍ୱରରୁ ଜବତ ହେଲା ବିପୁଳ ଟଙ୍କା । ଏକ ଦାମୀ ଗାଡିରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି । ଗାଡି ଚେକିଂ ସମୟରେ ଧରିଲା ପୋଲିସ । ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଧରିଲା ସିବିଆଇ । ସିବିଆଇ ଓ କମିଶନରେଟ୍ ପୋଲିସ କରିଥିଲା ଚେକିଂ । ଗାଡିରେ ଏତେ ଟଙ୍କା କେଉଁଠି ଯାଉଥିଲା, କିଏ ଦେଲା ଖୋଳତାଡ କରୁଛି ସିବିଆଇ । ଏବେ ପ୍ରଶ୍ନ ଉଠୁଛି, ଦାମୀ ଗାଡ଼ିକୁ କେମିତି ଆସିଲା ଏତେ ଟଙ୍କା । ଟଙ୍କା ବଣ୍ତଲ ଧରି କୁଆଡ଼େ ଯାଉଥିଲେ ବ୍ୟକ୍ତି । ଟଙ୍କାକୁ ନେଇ ଖୋଳତାଡ଼ କରୁଛି ସିବିଆଇ । ରାଜ୍ୟ ବାହାରର ସିବିଆଇ ରେଡ୍ କରିଥିବା ସୂଚନା ମିଳିଛି । କଣ୍ଟ୍ରାକ୍ଟର ଓ ଅଧିକାରୀଙ୍କ ଡିଲ୍ ବେଳେ ଟଙ୍କା ଜବତ ହୋଇଛି । ଦୀର୍ଘଦିନ ଧରି ସିବିଆଇ ଟ୍ରାକ୍ କରୁଥିବା ସୂଚନା ମିଳିଛି । କେଉଁ କାର‌୍ୟ୍ୟ ପାଇଁ ହେଉଥିଲା ଡିଲ୍ ? ଜବତ ହୋଇଥିବା ଟଙ୍କା କାହାର ? ସିବିଆଇ ରେଡ୍ ପରେ ୪ଜଣଙ୍କୁ ହେପାଜତ ନେଇ ପଚରାଉଚରା ଚାଲିଛି । କିଏ ନେଉଥିଲା, କୁଆଡ଼େ ନେଉଥିଲା ତାହା ଏବେ ବି ଅସ୍ପଷ୍ଟ ରହିଛି । ଜବତ ଗାଡି ଏକ ବିଲଡର ସଂସ୍ଥା ନାଁରେ ପଞ୍ଜିକୃତ ହୋଇଛି । ଜବତ ଟଙ୍କାର ଗଣା ଚାଲିଛି ।  

ଦାମୀ ଗାଡ଼ିରେ ଦାମୀ ଡିଲ୍ ! କାହାର ଏତେ ଟଙ୍କା..ତଦନ୍ତ କରୁଛି CBI ର ୬ ଜଣିଆ ଟିମ୍, ୪ ଙ୍କୁ ପଚରାଉଚରା ଜାରି

କନକ ବ୍ୟୁରୋ : ରାଜଧାନୀରେ CBI ରେଡ୍ । ଭୁବନେଶ୍ୱରରୁ ଜବତ ହେଲା ବିପୁଳ ଟଙ୍କା । ଏକ ଦାମୀ ଗାଡିରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି । ଗାଡି ଚେକିଂ ସମୟରେ ଧରିଲା ପୋଲିସ । ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଧରିଲା ସିବିଆଇ । ସିବିଆଇ ଓ କମିଶନରେଟ୍ ପୋଲିସ କରିଥିଲା ଚେକିଂ । ଗାଡିରେ ଏତେ ଟଙ୍କା କେଉଁଠି ଯାଉଥିଲା, କିଏ ଦେଲା ଖୋଳତାଡ କରୁଛି ସିବିଆଇ ।

ଏବେ ପ୍ରଶ୍ନ ଉଠୁଛି, ଦାମୀ ଗାଡ଼ିକୁ କେମିତି ଆସିଲା ଏତେ ଟଙ୍କା । ଟଙ୍କା ବଣ୍ତଲ ଧରି କୁଆଡ଼େ ଯାଉଥିଲେ ବ୍ୟକ୍ତି । ଟଙ୍କାକୁ ନେଇ ଖୋଳତାଡ଼ କରୁଛି ସିବିଆଇ । ରାଜ୍ୟ ବାହାରର ସିବିଆଇ ରେଡ୍ କରିଥିବା ସୂଚନା ମିଳିଛି । କଣ୍ଟ୍ରାକ୍ଟର ଓ ଅଧିକାରୀଙ୍କ ଡିଲ୍ ବେଳେ ଟଙ୍କା ଜବତ ହୋଇଛି । ଦୀର୍ଘଦିନ ଧରି ସିବିଆଇ ଟ୍ରାକ୍ କରୁଥିବା ସୂଚନା ମିଳିଛି ।

କେଉଁ କାର‌୍ୟ୍ୟ ପାଇଁ ହେଉଥିଲା ଡିଲ୍ ? ଜବତ ହୋଇଥିବା ଟଙ୍କା କାହାର ? ସିବିଆଇ ରେଡ୍ ପରେ ୪ଜଣଙ୍କୁ ହେପାଜତ ନେଇ ପଚରାଉଚରା ଚାଲିଛି । କିଏ ନେଉଥିଲା, କୁଆଡ଼େ ନେଉଥିଲା ତାହା ଏବେ ବି ଅସ୍ପଷ୍ଟ ରହିଛି । ଜବତ ଗାଡି ଏକ ବିଲଡର ସଂସ୍ଥା ନାଁରେ ପଞ୍ଜିକୃତ ହୋଇଛି । ଜବତ ଟଙ୍କାର ଗଣା ଚାଲିଛି ।