୬୩ ବର୍ଷ ରେ କୋକସରା ସାର୍ବଜନୀନ ଦୁର୍ଗାପୂଜା,ଭଷାଣି ସହ ଉଦଯାପିତ।

କଳାହାଣ୍ଡି:୧୪/୧୦ ରିପୋର୍ଟ-ସନତ ପ୍ରଧାନୀ କୋକସରା ବ୍ଲକ ସ୍ତରୀୟ ଦୁର୍ଗା ପୂଜା କୁ ୬୩ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଚଳିତ ବର୍ଷ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ କେଦାରନାଥ ମନ୍ଦିର ତୋରଣ ସାଜସଜ୍ଜା ଓ ଲାଇଟ ଦର୍ଶକ ଙ୍କ ମୁଖ୍ୟ ଆକର୍ଷଣ ରହିଥିଲା।। ଏହା ବ୍ୟତୀତ ସନ୍ଧ୍ୟା ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ପାଉ ପାଇଁ ମୁଖ୍ୟ ଆକର୍ଷଣ ରହିଥିଲା। ପ୍ରଥମ ରାତିରେ ଅନୁଷ୍ଠିତ ମେଲୋଡି ସାଂସ୍କୃତିକ କାର୍ଯ୍ୟକ୍ରମ ରେ […] The post ୬୩ ବର୍ଷ ରେ କୋକସରା ସାର୍ବଜନୀନ ଦୁର୍ଗାପୂଜା,ଭଷାଣି ସହ ଉଦଯାପିତ। appeared first on Odisha.News.

୬୩ ବର୍ଷ ରେ କୋକସରା ସାର୍ବଜନୀନ ଦୁର୍ଗାପୂଜା,ଭଷାଣି ସହ ଉଦଯାପିତ।

କଳାହାଣ୍ଡି:୧୪/୧୦
ରିପୋର୍ଟ-ସନତ ପ୍ରଧାନୀ
କୋକସରା ବ୍ଲକ ସ୍ତରୀୟ ଦୁର୍ଗା ପୂଜା କୁ ୬୩ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଚଳିତ ବର୍ଷ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ କେଦାରନାଥ ମନ୍ଦିର ତୋରଣ ସାଜସଜ୍ଜା ଓ ଲାଇଟ ଦର୍ଶକ ଙ୍କ ମୁଖ୍ୟ ଆକର୍ଷଣ ରହିଥିଲା।। ଏହା ବ୍ୟତୀତ ସନ୍ଧ୍ୟା ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ପାଉ ପାଇଁ ମୁଖ୍ୟ ଆକର୍ଷଣ ରହିଥିଲା। ପ୍ରଥମ ରାତିରେ ଅନୁଷ୍ଠିତ ମେଲୋଡି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପୂଜା କମିଟି ର ସଭାପତି ଶ୍ରୀନିବାସ ପ୍ରଧାନୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ୟୁନିଭରସିଟି ର ଓଡ଼ିଆ ବିଭାଗ ର ପ୍ରଫେସର ଡ଼. ଗୋପୀନାଥ ବାଗ, ବରିଷ୍ଠ ଶିକ୍ଷାବିଦ ମିନିକେତନ ପ୍ରଧାନୀ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ଉପସ୍ଥିତ ଥିଲେ। ଏହି ଅବସର ରେ ଉପସ୍ଥିତ ଅତିଥିମାନେ ଆମର ସଂସ୍କୃତି ଓ ପରମ୍ପରା କୁ ସାର୍ବଜନୀନ ଦୁର୍ଗା ପୂଜା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉଜ୍ଜୀବିତ କରି ରଖିଛି।ଆମ ଅଞ୍ଚଳ ର ଲୋକନୃତ୍ୟ, ଲୋକ କଳାକାର ଙ୍କ ପ୍ରଦର୍ଶନ ଉଚ୍ଚ କୋଟିର ବୋଲି ବକ୍ତା ମାନେ ମତ ପ୍ରକାଶ କରିଛନ୍ତି। ସେହିପରି ଦ୍ବିତାୟ ରାତିରେ ଅନୁଷ୍ଠିତ ଘୁମୁରା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ମୌ ଷ ଧି ବାଗ, ଭତରା ସମାଜ କର୍ମଚାରୀ ସଂଘ ର ଜିଲ୍ଲା ସଭାପତି ଇଂ. ତ୍ରୁପ କୁମାର ପାତ୍ର,ସମାଜସେବୀ ପୁରୁଷୋତ୍ତମ ଗୁପ୍ତା,ଉପ ସଭାପତି ନନ୍ଦ କିଶୋର ଧରୁଆ, କ୍ଷୀରସିନ୍ଧୁ ନେଗି, ସମ୍ପାଦକ ମହେଶ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।ରଙ୍ଗାରଙ୍ଗ ଘୁମୁରା ପ୍ରତିଯୋଗିତାରେ କଦଳୀ ମୁଣ୍ଡା ଦଳ ପ୍ରଥମ, ମାଲପଡା ଦଳ ଦ୍ଵିତୀୟ ଓ କାଶିବାହାଲ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗିତା କୁ ନରେନ୍ଦ୍ର ପ୍ରଧାନୀ, ଦେବାନନ୍ଦ ରାଉତ, କୁଳମଣି ମାଝୀ, ପନଙ୍ଗ ପଟ୍ଟନାୟକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।ସାର୍ବଜନୀନ ଦୁର୍ଗା ପୂଜା କୁ କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ପୂଜା କାର୍ଯ୍ୟ ରେ ନିଜର ସହଯୋଗ କରିଥିଲେ।ସୋମବାର ସନ୍ଧ୍ୟାରେ ଭାଷାଣି ଯାତ୍ରା ଶୃଙ୍ଖଳିତ ଭାବେ ଶେଷ ହୋଇଥିବା ବେଳେ ପୁଣି ଆର ବର୍ଷ ଅପେକ୍ଷା କୁ ଅନେଇ ମା ଙ୍କୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ।

The post ୬୩ ବର୍ଷ ରେ କୋକସରା ସାର୍ବଜନୀନ ଦୁର୍ଗାପୂଜା,ଭଷାଣି ସହ ଉଦଯାପିତ। appeared first on Odisha.News.