ଶବରୀ ନାରାୟଣ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା: ୩ ହଜାର ଲୋକ ଉଠାଇଲେ ଜଳ

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟ ଜିଲାର ବିଲାପୁଟ ଗ୍ରାମଠାରେ ନବନିର୍ମିତ ଶବରୀ ନାରାୟଣ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ମହାସମାରୋହରେ ଆରମ୍ଭ ହୋଇଛି। ଏହି ପ୍ରତିଷ୍ଠା ଉତ୍ସବ ନିମନ୍ତେ ସେମିଲିଗୁଡାର ପିତାଗୁଡା ନଦୀରୁ ଜଳ ସଂଗ୍ରହ କରି ପୂଜାଅର୍ଚନା ପରେ ଏକ ବିଶାଳକଳସ ଶୋଭାଯାତ୍ରାରେ ଆଖପାଖ ପ୍ରାୟ ୧୪୦ଟି ଗ୍ରାମର ୩ ହଜାରରୁ ଊର୍ଦ୍ଧ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି। ପ୍ରାୟ ୫ କିମି ଦୂର ବିଲାପୁଟ ଠାରେ ଥିବା ମନ୍ଦିର ଯାଏଁ ଚାଲିଚାଲି […] The post ଶବରୀ ନାରାୟଣ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା: ୩ ହଜାର ଲୋକ ଉଠାଇଲେ ଜଳ appeared first on Dharitri Odia News.

ଶବରୀ ନାରାୟଣ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା: ୩ ହଜାର ଲୋକ ଉଠାଇଲେ ଜଳ

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟ ଜିଲାର ବିଲାପୁଟ ଗ୍ରାମଠାରେ ନବନିର୍ମିତ ଶବରୀ ନାରାୟଣ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ମହାସମାରୋହରେ ଆରମ୍ଭ ହୋଇଛି। ଏହି ପ୍ରତିଷ୍ଠା ଉତ୍ସବ ନିମନ୍ତେ ସେମିଲିଗୁଡାର ପିତାଗୁଡା ନଦୀରୁ ଜଳ ସଂଗ୍ରହ କରି ପୂଜାଅର୍ଚନା ପରେ ଏକ ବିଶାଳକଳସ ଶୋଭାଯାତ୍ରାରେ ଆଖପାଖ ପ୍ରାୟ ୧୪୦ଟି ଗ୍ରାମର ୩ ହଜାରରୁ ଊର୍ଦ୍ଧ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି। ପ୍ରାୟ ୫ କିମି ଦୂର ବିଲାପୁଟ ଠାରେ ଥିବା ମନ୍ଦିର ଯାଏଁ ଚାଲିଚାଲି ପହଞ୍ଚିବା ପରେ ସେଠାରେ ପ୍ରତିଷ୍ଠାକାର୍ଯ୍ୟ ଆରମ୍ଭ ହୋଇଥିବା ଜଣାଯାଇଛି। ମନ୍ଦିର ପରିଚାଳନା କମିଟି ସମ୍ପାଦକ ଲଳିତ ମୋହନ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ବିଧାୟକ ରାମଚନ୍ଦ୍ର କାଡାମ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ସ୍ଥାନୀୟ ବିଡିଓ ଓ ତହସିଲଦାର, ସୁନାବେଡା ପୌରାଧକ୍ଷଙ୍କ ସମେତ ଆଖ ପାଖ ୧୫୦ଟି ଗ୍ରାମରୁ ପ୍ରାୟ ୧୦ ହଜାର ଭକଙ୍କ ସମାଗମ ହୋଇଛି।

The post ଶବରୀ ନାରାୟଣ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା: ୩ ହଜାର ଲୋକ ଉଠାଇଲେ ଜଳ appeared first on Dharitri Odia News.