ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ

ଫୁଲବାଣୀ,୧୦।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା କୋଟଗଡ ଥାନା ଅନ୍ତର୍ଗତ ଦୁର୍ଗାପଙ୍ଗା ସରଂକ୍ଷିତ ଜଙ୍ଗଲରେ କମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଉଭୟ ପକ୍ଷରୁ କେହି ମୃତାହତ ହୋଇନାହାନ୍ତି। ପରେ ସର୍ଚ୍ଚ ଅପରେଶନ ବେଳେ ଏକ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଏହି କ୍ୟାମ୍ପରୁ ବିଜିଏନ୍‌ର ଡିସିଏସ୍‌ ନିଖିଲ ଖସି ଯାଇଥିବା କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର ପ୍ରକାଶ କରିଛନ୍ତି। କ୍ୟାମ୍ପରୁ ଅତ୍ୟାଧୁନିକ ହାତ ତିଆରି ୭ଟି ଗ୍ରେନେଡ ସହ […] The post ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ appeared first on Dharitri Odia News.

ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ

ଫୁଲବାଣୀ,୧୦।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା କୋଟଗଡ ଥାନା ଅନ୍ତର୍ଗତ ଦୁର୍ଗାପଙ୍ଗା ସରଂକ୍ଷିତ ଜଙ୍ଗଲରେ କମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଉଭୟ ପକ୍ଷରୁ କେହି ମୃତାହତ ହୋଇନାହାନ୍ତି। ପରେ ସର୍ଚ୍ଚ ଅପରେଶନ ବେଳେ ଏକ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଏହି କ୍ୟାମ୍ପରୁ ବିଜିଏନ୍‌ର ଡିସିଏସ୍‌ ନିଖିଲ ଖସି ଯାଇଥିବା କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର ପ୍ରକାଶ କରିଛନ୍ତି। କ୍ୟାମ୍ପରୁ ଅତ୍ୟାଧୁନିକ ହାତ ତିଆରି ୭ଟି ଗ୍ରେନେଡ ସହ ବ୍ଲାଷ୍ଟିଙ୍ଗ ମେଶିନ, ଜିଲୋଟିନ ସହ ଅନ୍ୟାନ ସାମଗ୍ରୀ ଜବତ ହୋଇଛି। ଠାବ ହୋଇଥିବା ମାଓବାଦୀ କ୍ୟାମ୍ପକୁ ସମ୍ପୂର୍ଣ ଭାବେ ନଷ୍ଟ କରି ଦିଆଯାଇଛି। ଉକ୍ତ ଅଞ୍ଚଳରେ କମ୍ବିଂ ଅପରେଶନ ଜାରି ରହିଛି।

The post ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ appeared first on Dharitri Odia News.