ପୁଣି ବାଂଲାଦେଶ ଫେରିବେ ଶେଖ ହାସିନା! ହାସିନାଙ୍କ ପୁଅ ଦେଲେ ବଡ଼ ବୟାନ, ନିର୍ବାଚନ ହେଲେ…

ନୂଆଦିଲ୍ଲୀ,୮।୮: ବାଂଲାଦେଶର ରାଜନୈତିକ ଅସ୍ଥିରତା ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବେ ଭାରତରେ ଶରଣ ନେଇଛନ୍ତି। କିନ୍ତୁ ଏହାପରେ ସେ କେଉଁଠି ରହିବେ? ହାସିନା ନିଜ ଭଉଣୀ ଏବଂ କିଛି ସହଯୋଗୀଙ୍କ ସହିତ ୟୁରୋପ ଯିବେ ନା ପୁଣି ବାଂଲାଦେଶ ଫେରିଯିବେ? ଅନ୍ୟପକ୍ଷରେ ଭାରତ ସରକାର ମଧ୍ୟ କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ହାସିନା କେଉଁଠି ଆଶ୍ରୟ ପାଇ ନାହାନ୍ତି ସେ ଭାରତରେ ରହି ପାରିବେ। ତେଣୁ ସେ ଗତ ୪ ଦିନ ଧରି ଭାରତରେ […] The post ପୁଣି ବାଂଲାଦେଶ ଫେରିବେ ଶେଖ ହାସିନା! ହାସିନାଙ୍କ ପୁଅ ଦେଲେ ବଡ଼ ବୟାନ, ନିର୍ବାଚନ ହେଲେ… appeared first on Dharitri Odia News.

ପୁଣି ବାଂଲାଦେଶ ଫେରିବେ ଶେଖ ହାସିନା! ହାସିନାଙ୍କ ପୁଅ ଦେଲେ ବଡ଼ ବୟାନ, ନିର୍ବାଚନ ହେଲେ…

ନୂଆଦିଲ୍ଲୀ,୮।୮: ବାଂଲାଦେଶର ରାଜନୈତିକ ଅସ୍ଥିରତା ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବେ ଭାରତରେ ଶରଣ ନେଇଛନ୍ତି। କିନ୍ତୁ ଏହାପରେ ସେ କେଉଁଠି ରହିବେ? ହାସିନା ନିଜ ଭଉଣୀ ଏବଂ କିଛି ସହଯୋଗୀଙ୍କ ସହିତ ୟୁରୋପ ଯିବେ ନା ପୁଣି ବାଂଲାଦେଶ ଫେରିଯିବେ? ଅନ୍ୟପକ୍ଷରେ ଭାରତ ସରକାର ମଧ୍ୟ କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ହାସିନା କେଉଁଠି ଆଶ୍ରୟ ପାଇ ନାହାନ୍ତି ସେ ଭାରତରେ ରହି ପାରିବେ। ତେଣୁ ସେ ଗତ ୪ ଦିନ ଧରି ଭାରତରେ ରହୁଛନ୍ତି। ତେବେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ହାସିନାଙ୍କ ପୁଅ ସାଜିବ ୱାଜେଦ ବଡ଼ ବୟାନ ଦେଇଛନ୍ତି। ହାସିନା ପୁଣି ବାଂଲାଦେଶ ଫେରିଯିବେ ନା ଆଉ କେଉଁଠି ରହିବେ, ତାଙ୍କର ଭବିଷ୍ୟତକୁ ନେଇ ପ୍ଲାନିଂ କ’ଣ ସେ ସବୁ କଥା କହିଛନ୍ତି।

ୱାଜେଦ ବାଂଲାଦେଶର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ସହ ୟୁନୁସ ମଧ୍ୟବର୍ତ୍ତୀକାଳୀନ ସରକାର ହେବା, ଶେଖ ହାସିନାଙ୍କ ଭବିଷ୍ୟତ ଏବଂ ଅନ୍ୟ ଦେଶରେ ଆଶ୍ରୟ ନେବା ନେଇ ଖୋଲାଖୋଲି ଭାବେ କହିଛନ୍ତି। ୱାଜେଦ କହିଛନ୍ତ, ମାଆ ଦେଶ ଛାଡିବାକୁ ଚାହୁ ନ ଥିଲେ କି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁ ନ ଥିଲେ। କିନ୍ତୁ ଆନ୍ଦୋଳନକାରୀ, ବିଶେଷକରି ସଶସ୍ତ୍ର ଉପଦ୍ରବିଙ୍କଠାରୁ ତାଙ୍କ ଜୀବନ ରକ୍ଷା ପାଇଁ ସେ ୪୫ ମିନିଟ୍‌ ଭିତରେ ଦେଶ ଛାଡି ଦେଇଥିଲେ।

ବର୍ତ୍ତମାନ ପୁଣିଥରେ ବାଂଲାଦେଶ ଫେରିବାକୁ ଚାହୁଁନାହିଁ। କିନ୍ତୁ ଯଦି ନିର୍ବାଚନ ହୁଏ ତେବେ ଆମେ ଏହା ବିଷୟରେ ଚିନ୍ତା କରିବୁ। କେବେ BNPP ଦଳ ନିର୍ବାଚନରେ ଜିତିବେ କିମ୍ବା କେବେଆମ ଦଳ ଆୱାମୀ ପାର୍ଟି ଜିତିବେ। କିନ୍ତୁ ଆମ ନେତାଙ୍କୁ ଯେଉଁଭଳି ଭାବରେ ଆକ୍ରମଣ କରାଯାଉଛି, ଆମେ ବର୍ତ୍ତମାନ ପାଇଁ ସୁରକ୍ଷିତ ରହିବାକୁ ଚାହୁଁଛୁ। ଭବିଷ୍ୟତରେ, ଯଦି ରାଜନୈତିକ ପରସ୍ଥିତିି ଠିକ୍‌ ରହେ ତେବେ ମାଆ ପୁଣି ବାଂଲାଦେଶ ଫେରିପାରନ୍ତି।

The post ପୁଣି ବାଂଲାଦେଶ ଫେରିବେ ଶେଖ ହାସିନା! ହାସିନାଙ୍କ ପୁଅ ଦେଲେ ବଡ଼ ବୟାନ, ନିର୍ବାଚନ ହେଲେ… appeared first on Dharitri Odia News.