ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ
ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ବିଟ ଅଞ୍ଚଳରେ ଘଟିଛି। ପାଟ୍ରୋଲିଂ ବେଳେ ମୁହାଁମୁହିଁ ହେଲେ ଶିକାରୀ ଓ ବନ କର୍ମଚାରୀ। ଶିକାରୀଙ୍କ ଗୁଳି ମାଡ଼ ଶିକାର ହେଲେ ତିନି ବନ କର୍ମଚାରୀ। ଏହି ୨ ବନ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଦୁଇଜଣଙ୍କୁ ବାଲେଶର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। […] The post ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ appeared first on Dharitri Odia News.
ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ବିଟ ଅଞ୍ଚଳରେ ଘଟିଛି। ପାଟ୍ରୋଲିଂ ବେଳେ ମୁହାଁମୁହିଁ ହେଲେ ଶିକାରୀ ଓ ବନ କର୍ମଚାରୀ। ଶିକାରୀଙ୍କ ଗୁଳି ମାଡ଼ ଶିକାର ହେଲେ ତିନି ବନ କର୍ମଚାରୀ। ଏହି ୨ ବନ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଦୁଇଜଣଙ୍କୁ ବାଲେଶର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଦୁଇ ଗୁରୁତରଙ୍କୁ ପରେ କଟକ ପଠାଯାଇଛି। ଜଣଙ୍କର ଗୋଡ଼ରେ ଗୁଳି ବାଜିଛି। ଦୁଇଜଣ ଶିକାରୀଙ୍କୁ ଗିରଫ ହୋଇଥିବା ଜଣାପଡିଛି।
ସୁଚନାଯୋଗ୍ୟ, ସୋମବାର ରାତି ପ୍ରାୟ ୮ଟା ବେଳେ ପଞ୍ଚଲିଙ୍ଗେଶ୍ୱର ବିଟ ଅଞ୍ଚଳରେ କିଛି ଶିକାରୀ ପଶିଥିବା ଖବର ପାଇ ପାଟ୍ରୋଲିଂ ଟିମ ଆଠଣଣ ବନ କର୍ମଚାରୀ ଜଙ୍ଗଲକୁ ଯାଇଥିଲେ। ସେଠାରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ରାତି ପ୍ରାୟ ୨ଟା ବେଳେ ସେମାନେ ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉକ୍ତ ସମୟରେ ଜଙ୍ଗଲରେ ଦୁଇ ଶିକାରୀ ଥିବାବେଳେ ବନ କର୍ମଚାରୀ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ।
The post ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ appeared first on Dharitri Odia News.