ମହିମା ଜୁନିୟର କଲେଜର ପାସ ହାର ୯୩ ପ୍ରତିଶତ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ମହିମା ଜୁନିୟର କଲେଜର ପାସ ହାର ୯୩ ପ୍ରତିଶତ ଭଗବତୀ ପଧାନ ୪୮୫ ନମ୍ବର ପାଇ କଲେଜ ଟପ୍ପର ଝାରସୁଗୁଡା ୨୭/୫ (ଓଡ଼ିଶା ନ୍ୟୁଜ) ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ କଳା ପରୀକ୍ଷା ଫଳ ଗତକାଲି ରବିବାର ଦିନ ପ୍ରକାଶ ପାଇଛି । ପ୍ରକାଶ ପାଇଥିବା ପରୀକ୍ଷା ଫଳ ଅନୁସାରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ […] The post ମହିମା ଜୁନିୟର କଲେଜର ପାସ ହାର ୯୩ ପ୍ରତିଶତ appeared first on Odisha.News.

ମହିମା ଜୁନିୟର କଲେଜର ପାସ ହାର  ୯୩ ପ୍ରତିଶତ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ
ମହିମା ଜୁନିୟର କଲେଜର ପାସ ହାର ୯୩ ପ୍ରତିଶତ
ଭଗବତୀ ପଧାନ ୪୮୫ ନମ୍ବର ପାଇ କଲେଜ ଟପ୍ପର
ଝାରସୁଗୁଡା ୨୭/୫ (ଓଡ଼ିଶା ନ୍ୟୁଜ) ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ କଳା ପରୀକ୍ଷା ଫଳ ଗତକାଲି ରବିବାର ଦିନ ପ୍ରକାଶ ପାଇଛି । ପ୍ରକାଶ ପାଇଥିବା ପରୀକ୍ଷା ଫଳ ଅନୁସାରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ମହିମା ପୁରମ ବିଜାପାଲି ସ୍ଥିତ ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାସ ହାର ୯୩.୧୮ ପ୍ରତିଶତ ରହିଛି । ଚଳିତ ବର୍ଷ ମହିମା କଲେଜର ଯୁକ୍ତଦୁଇ କଳାରେ ମୋଟ ୧୭୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମାନଙ୍କ ମଧ୍ୟରୁ ୨୮ ଜଣ ପ୍ରଥମ ସ୍ଥାନ,ଦ୍ଵିତୀୟ ସ୍ଥାନରେ ୨୮ ଜଣ ଏବଂ ତୃତୀୟ ସ୍ଥାନରେ ୧୦୮ ଜଣ ଏପରି ମୋଟ ୧୬୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୧୨ ଜଣ ସଫଳ ହୋଇ ପାରି ନାହାନ୍ତି । ସର୍ବ ମୋଟ ୬୦୦ ନମ୍ବରରୁ ସର୍ବାଧିକ ୪୮୫ ମାର୍କ ରଖି ଛାତ୍ରୀ ଭଗବତୀ ପଧାନ ମହିମା କଲେଜର ଟପ୍ପର ହୋଇଥିବା ବେଳେ ମୌସୁମୀ ମେହେର ୪୭୫ ମାର୍କ ରଖି ଦ୍ଵିତୀୟ ଏବଂ ମାନସ କାଲୋ ୪୫୫ ନମ୍ବର ପାଇ ତୃତୀୟ ସ୍ଥାନ ଅଧିକାର କରିଥିବା କଲେଜର ଅଧ୍ୟକ୍ଷ ଫ୍ରଫୁଲ ସା ସୂଚନା ଦେଇଛନ୍ତି । ମହିମା କଲେଜର ଏହି କୃତିତ୍ବ ପାଇଁ କଲେଜ ଅଧ୍ୟକ୍ଷଙ୍କ ସହ ସମସ୍ତ, ଅଧ୍ୟାପକ, ଅଧ୍ୟାପିକା ତଥା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଞ୍ଚଳବାସୀ ଅଭିନନ୍ଦ ଜ୍ଞାପନ କରିଛନ୍ତି ।

The post ମହିମା ଜୁନିୟର କଲେଜର ପାସ ହାର ୯୩ ପ୍ରତିଶତ appeared first on Odisha.News.