ଏତିକି କୋଟି ଟଙ୍କାର ମାଲିକ ଅଭିଷେକ ବଚ୍ଚନ: ପାଖରେ ଅଛି…

ବଲିଉଡର ମେଗାଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିଷେକ ବର୍ଷ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି । ସେ ୨୦୦୦ରେ ଫିଲ୍ମ ରିଫ୍ୟୁଜି ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ, ଯେଉଁଥିରେ କରୀନା କପୁର ବିପରୀତ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମକୁ ବିଶେଷ ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ଅଭିଷେକ ବଚ୍ଚନଙ୍କ କାମକୁ ପ୍ରଶଂସା କରାଯାଇଥିଲା । ସେବେଠାରୁ ଅଭିଷେକ ବଚ୍ଚନଙ୍କ କ୍ୟାରିୟରରେ ଅନେକ ଉତ୍ଥାନ-ପତନ […] The post ଏତିକି କୋଟି ଟଙ୍କାର ମାଲିକ ଅଭିଷେକ ବଚ୍ଚନ: ପାଖରେ ଅଛି… appeared first on Dharitri Odia News.

ଏତିକି କୋଟି ଟଙ୍କାର ମାଲିକ ଅଭିଷେକ ବଚ୍ଚନ: ପାଖରେ ଅଛି…

ବଲିଉଡର ମେଗାଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିଷେକ ବର୍ଷ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି । ସେ ୨୦୦୦ରେ ଫିଲ୍ମ ରିଫ୍ୟୁଜି ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ, ଯେଉଁଥିରେ କରୀନା କପୁର ବିପରୀତ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମକୁ ବିଶେଷ ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ଅଭିଷେକ ବଚ୍ଚନଙ୍କ କାମକୁ ପ୍ରଶଂସା କରାଯାଇଥିଲା ।

ସେବେଠାରୁ ଅଭିଷେକ ବଚ୍ଚନଙ୍କ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି। ଯଦିଓ ଅଭିଷେକଙ୍କ କିଛି ସିନେମା ଫ୍ଲପ୍‌ ହୋଇଛି, ତଥାପି ପ୍ରଶଂସକମାନେ ତାଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି। ସେ ଗୁରୁ ଏବଂ ପା’ ଭଳି ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ମଧ୍ୟ ଦେଇଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଅଭିଷେକ ଅଭିନୟ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି।
ଅଭିଷେକ ବଚ୍ଚନଙ୍କ ସମ୍ପତ୍ତି ୨୮୦ କୋଟି ଟଙ୍କା ରହିଛି। ଏହା ବ୍ୟତୀତ ସେ ଅନେକ ବ୍ରାଣ୍ଡର ମାଲିକ ଏବଂ ବିଜ୍ଞାପନ ମାଧ୍ୟମରେ ରୋଜଗାର କରନ୍ତି। ଅଭିଷେକ ବଚ୍ଚନ ହେଉଛନ୍ତି ପ୍ରୋ କବାଡି ଲିଗ ଫ୍ରାଞ୍ଚାଇଜି ଦଳ ଜୟପୁର ପିଙ୍କ ପାନ୍ଥର୍ସର ମାଲିକ। ସେ ଏବି କର୍ପୋରେସନ ପ୍ରଡକ୍ସନ ହାଉସର ମାଲିକ ମଧ୍ୟ ଅଟନ୍ତି ।

ରିଅଲ ଇଷ୍ଟେଟରେ ମଧ୍ୟ ସେ ନିବେଶ କରିଛନ୍ତି । ୨୦୨୦ରୁ ୨୦୨୪ ମଧ୍ୟରେ ଅଭିଷେକ ତାଙ୍କ ବାପାଙ୍କ ସହ ମିଶି ୨୨୦ କୋଟି ଟଙ୍କାର ସମ୍ପତ୍ତି କିଣିଥିଲେ। ନିକଟରେ ସେ ୨୪.୯୫ କୋଟିରେ ୧୦ଟି ଆପାର୍ଟମେଣ୍ଟ କିଣିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଅଭିଷେକ ବଚ୍ଚନ ତେରା ଜାଦୁ ଚଲ ଗୟା, ଦେଶ, ହାଁ ମୈନେ ଭି ପ୍ୟାର କିୟା, ଶରାରତ, ମୁମ୍ବାଇ ସେ ଆୟା ମେରା ଦୋସ୍ତ, କୁଛ ନା କହୋ, ଜମିନ, ରନ, ଯୁବା, ଧୁମ, ରକ୍ତ, ନାଚ, ସରକାର, ବଣ୍ଟି ଔର ବବଲି, ଦସ, ସଲାମ ନମସ୍ତେ, କଭି ଅଲଭିଦା ନା କହନା ଏବଂ ଉମରାଓ ଜାନ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି । ଶେଷ ଥର ପାଇଁ ତାଙ୍କୁ ’‘ଆଇ ୱାଣ୍ଟ ଟୁ ଟକ’ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ଅର୍ଜୁନ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା ମିଳିଥିଲା।

The post ଏତିକି କୋଟି ଟଙ୍କାର ମାଲିକ ଅଭିଷେକ ବଚ୍ଚନ: ପାଖରେ ଅଛି… appeared first on Dharitri Odia News.