ନୂତନ ଶିକ୍ଷାନିତି ପାଇଁ OKCL ଓ OJASର ଶିକ୍ଷା ପ୍ରଶିକ୍ଷଣ ଶିବିର, ଯୋଗ ଦେଲେ ୫୦ ଶିକ୍ଷକ-ଶିକ୍ଷୟିତ୍ରୀ
ଭୁବନେଶ୍ଵର: ନୂତନ ଶିକ୍ଷାନିତି ଆଧାରରେ ଏକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଜଗତସିଂପୁର ଜିଲ୍ଲାର ରଘୁନାଥପୁର ବ୍ଲକ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍, ଗନାଇଲୋରେ ମେ ୨୮ରୁ ମେ ୩୦ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି OKCL ଓ OJAS ନାମକ ଦୁଇଟି ପ୍ରମୁଖ ସଂସ୍ଥାର ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ନିମ୍ନ ପ୍ରାଥମିକ ଓ ପ୍ରାଥମିକସ୍ତରରେ ଥିବା ଶିକ୍ଷକମାନଙ୍କୁ ବିଜ୍ଞାନ, ଗଣିତ, ଭାଷା ସାହିତ୍ୟ ଓ ସାମାଜିକ ବିଜ୍ଞାନ ବିଷୟରେ ଜାତୀୟ ସ୍ତରର ପ୍ରଶିକ୍ଷାର୍ଥୀମାନଙ୍କ ଦ୍ବାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଓଡିଶାର ଭିଭିନ୍ନ ପ୍ରାନ୍ତରୁ ସରକାରୀ ଓ ବେସରକାରୀ ଶିକ୍ଷକମାନେ ଆସି ଅଂଶ ଗ୍ରହଣ କରିଥିଲେ । ପ୍ରାୟ ପାଖାପାଖି ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ପ୍ରଶିକ୍ଷଣର ମୂଳ ଲକ୍ଷ୍ୟ ପ୍ରତ୍ୟେକ ବିଷୟର ଶିକ୍ଷଣ କାର୍ଯ୍ୟକ୍ରମରେ ଶିକ୍ଷକ ନିଜ ଭିତରେ କିପରି ଆତ୍ମପ୍ରତ୍ୟୟ ଓ ଶିକ୍ଷଣର ଦକ୍ଷତା ବଢାଇବେ, ସେମାନେ ନିଜେ ସୃଜନଶୀଳ ହେବା ସଙ୍ଗେସଙ୍ଗେ ପିଲାଙ୍କ ଭିତରେ ଥିବା ସୃଜନଶୀଳ ଦକ୍ଷତାବୃଦ୍ଧି ଦିଗରେ ସାହାଯ୍ୟ କରିପାରିବେ ଓ ନିଜର ଆତ୍ମ ଅଭିବ୍ୟକ୍ତ ପାଇଁ ଯତ୍ନବାନ ହେବେ। ନୂତନ ଶିକ୍ଷାନିତିକୁ ଆଖି ଆଗରେ ରଖି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜ୍ଞାନ ପାଇଁ କଳ୍ପତରୁ ପାତ୍ର,ଗଣିତ ପାଇଁ ଜିନେଶ
ଭୁବନେଶ୍ଵର: ନୂତନ ଶିକ୍ଷାନିତି ଆଧାରରେ ଏକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଜଗତସିଂପୁର ଜିଲ୍ଲାର ରଘୁନାଥପୁର ବ୍ଲକ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍, ଗନାଇଲୋରେ ମେ ୨୮ରୁ ମେ ୩୦ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି OKCL ଓ OJAS ନାମକ ଦୁଇଟି ପ୍ରମୁଖ ସଂସ୍ଥାର ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ନିମ୍ନ ପ୍ରାଥମିକ ଓ ପ୍ରାଥମିକସ୍ତରରେ ଥିବା ଶିକ୍ଷକମାନଙ୍କୁ ବିଜ୍ଞାନ, ଗଣିତ, ଭାଷା ସାହିତ୍ୟ ଓ ସାମାଜିକ ବିଜ୍ଞାନ ବିଷୟରେ ଜାତୀୟ ସ୍ତରର ପ୍ରଶିକ୍ଷାର୍ଥୀମାନଙ୍କ ଦ୍ବାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଡିଶାର ଭିଭିନ୍ନ ପ୍ରାନ୍ତରୁ ସରକାରୀ ଓ ବେସରକାରୀ ଶିକ୍ଷକମାନେ ଆସି ଅଂଶ ଗ୍ରହଣ କରିଥିଲେ । ପ୍ରାୟ ପାଖାପାଖି ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ପ୍ରଶିକ୍ଷଣର ମୂଳ ଲକ୍ଷ୍ୟ ପ୍ରତ୍ୟେକ ବିଷୟର ଶିକ୍ଷଣ କାର୍ଯ୍ୟକ୍ରମରେ ଶିକ୍ଷକ ନିଜ ଭିତରେ କିପରି ଆତ୍ମପ୍ରତ୍ୟୟ ଓ ଶିକ୍ଷଣର ଦକ୍ଷତା ବଢାଇବେ, ସେମାନେ ନିଜେ ସୃଜନଶୀଳ ହେବା ସଙ୍ଗେସଙ୍ଗେ ପିଲାଙ୍କ ଭିତରେ ଥିବା ସୃଜନଶୀଳ ଦକ୍ଷତାବୃଦ୍ଧି ଦିଗରେ ସାହାଯ୍ୟ କରିପାରିବେ ଓ ନିଜର ଆତ୍ମ ଅଭିବ୍ୟକ୍ତ ପାଇଁ ଯତ୍ନବାନ ହେବେ।
ନୂତନ ଶିକ୍ଷାନିତିକୁ ଆଖି ଆଗରେ ରଖି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜ୍ଞାନ ପାଇଁ କଳ୍ପତରୁ ପାତ୍ର,ଗଣିତ ପାଇଁ ଜିନେଶ କୁମାର ପ୍ରଧାନ, ଭାଷା ଓ ସାମାଜିକ ବିଜ୍ଞାନ ପାଇଁ ଆଲୋକ କୁମାର ମହାନ୍ତି ପ୍ରଶିକ୍ଷକ ଭାବରେ ଯୋଗଦେଇ କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ନିରୂପମା ଚଇନୀ ଶିକ୍ଷଣ କାର୍ଯ୍ୟକ୍ରମକୁ ସର୍ବ ପଥମେ ଉଦଘାଟନ କରିବା ସହ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗିତା କରିଥିଲେ। କାର୍ଯ୍ୟକ୍ରମ ଶେଷରେ OKCL ଜଗତସିଂହପୁର ଡିଏଲସି ଚୌଧୁରୀ ଶ୍ରୀକାନ୍ତ ଦାସ, OKCLର ଅଂଶୁମାନ ସାର, ସଚୀକାନ୍ତ ରାଉତ ଏବଂ OJASର ଚେୟାରମ୍ୟାନ ପ୍ରକାଶ ଚନ୍ଦ୍ର ସାହୁ ଯୋଗଦେଇ ଅଂଶ ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉଦବୋଧନ ଦେବା ସହିତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।