ବିଧାନସଭା ଜଗିବେ ୮ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର : ଆସନ୍ତା କାଲିଠାରୁ ଆରମ୍ଭ ହେବ ବିଧାନ ସଭାର ୩ ଦିନିଆ ଅଧିବେଶନ I ଏହି ଅଧିବେଶନ ପାଇଁ ପୋଲିସ କମିଶନର ସୁରକ୍ଷା ଦାୟିତ୍ବରେ ଥିବାବେଳେ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ୍ ନିୟୋଜିତ ହୋଇଛନ୍ତି I ଖାଲି ସେତିକି ନୁହେଁ ଏଥିରେ ଆଣ୍ଟି ସାବୋଟେଜ୍ ଓ ଆଣ୍ଟି ଟେରରିଷ୍ଟ ଟିମ୍ ମଧ୍ୟ ରହିଛନ୍ତି । ସ୍ଥିତି ଯାଞ୍ଚ କରିଛନ୍ତି ଡିଜିପି ଅରୁଣ ଷଡ଼ଙ୍ଗୀ । କଡା ସୁରକ୍ଷା ବଳୟ ଭିତରେ ରହିବ […]

ବିଧାନସଭା ଜଗିବେ ୮ ପ୍ଲାଟୁନ୍‌ ଫୋର୍ସ
ବିଧାନସଭା ଜଗିବେ ୮ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର : ଆସନ୍ତା କାଲିଠାରୁ ଆରମ୍ଭ ହେବ ବିଧାନ ସଭାର ୩ ଦିନିଆ ଅଧିବେଶନ I ଏହି ଅଧିବେଶନ ପାଇଁ ପୋଲିସ କମିଶନର ସୁରକ୍ଷା ଦାୟିତ୍ବରେ ଥିବାବେଳେ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ୍ ନିୟୋଜିତ ହୋଇଛନ୍ତି I ଖାଲି ସେତିକି ନୁହେଁ ଏଥିରେ ଆଣ୍ଟି ସାବୋଟେଜ୍ ଓ ଆଣ୍ଟି ଟେରରିଷ୍ଟ ଟିମ୍ ମଧ୍ୟ ରହିଛନ୍ତି । ସ୍ଥିତି ଯାଞ୍ଚ କରିଛନ୍ତି ଡିଜିପି ଅରୁଣ ଷଡ଼ଙ୍ଗୀ । କଡା ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା । ମଙ୍ଗଳବାର ଠାରୁ ଆରମ୍ଭ ହେଵ ଶପଥ ଗ୍ରହଣ ଉତ୍ସବ । ସମସ୍ତ ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ତିନିଥାକିଆ ସୁରକ୍ଷା ବ୍ୟବସ୍ଥାରେ କେବଳ ପାସଧାରୀ ପ୍ରବେଶ କରିପାରିବେ। ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ବାଚିତ ବିଧାୟକମାନଙ୍କୁ ଶପଥପାଠ କରାଇବେ ।