ସ୍ପୋର୍ଟସ୍‌ ଇଞ୍ଜୁରୀ

ସାଧାରଣତଃ ଖେଳାଳିମାନେ ଖେଳିବା ସମୟରେ ବିଭିନ୍ନ କାରଣ ପାଇଁ ଆଘାତ ପାଇଥାଆନ୍ତି । ଏମାନଙ୍କ କ୍ୟାରିୟର ପାଇଁ ଆଘାତ ସାଧାରଣ କଥା କିନ୍ତୁ ଏହା ବିଷୟରେ ଜାଣିବା ସହ ଲାଗିଥିବା ଆଘାତର ଚିକିତ୍ସା କରିବାର ଆବଶ୍ୟକତା ବେଶି ରହିଛି । ଆସନ୍ତୁ ଜାଣିବା କିଛି ସ୍ପୋର୍ଟସ୍‌ ଆଘାତ ସମ୍ପର୍କରେ । ସ୍ପ୍ରେନ୍‌ ଓ ଷ୍ଟ୍ରନ୍‌ – ଏହି ଆଘାତ ସାଧାରଣତଃ ଲିଗାମେଣ୍ଟ ଓ ମସଲରେ ଲାଗିଥାଏ । ଖେଳିବା ସମୟରେ ହଠାତ୍‌ କୌଣସି ମୁଭ୍‌ କାରଣରୁ ଏହି […]

ସ୍ପୋର୍ଟସ୍‌ ଇଞ୍ଜୁରୀ
ସ୍ପୋର୍ଟସ୍‌ ଇଞ୍ଜୁରୀ

ସାଧାରଣତଃ ଖେଳାଳିମାନେ ଖେଳିବା ସମୟରେ ବିଭିନ୍ନ କାରଣ ପାଇଁ ଆଘାତ ପାଇଥାଆନ୍ତି । ଏମାନଙ୍କ କ୍ୟାରିୟର ପାଇଁ ଆଘାତ ସାଧାରଣ କଥା କିନ୍ତୁ ଏହା ବିଷୟରେ ଜାଣିବା ସହ ଲାଗିଥିବା ଆଘାତର ଚିକିତ୍ସା କରିବାର ଆବଶ୍ୟକତା ବେଶି ରହିଛି । ଆସନ୍ତୁ ଜାଣିବା କିଛି ସ୍ପୋର୍ଟସ୍‌ ଆଘାତ ସମ୍ପର୍କରେ ।

ସ୍ପ୍ରେନ୍‌ ଓ ଷ୍ଟ୍ରନ୍‌ – ଏହି ଆଘାତ ସାଧାରଣତଃ ଲିଗାମେଣ୍ଟ ଓ ମସଲରେ ଲାଗିଥାଏ । ଖେଳିବା ସମୟରେ ହଠାତ୍‌ କୌଣସି ମୁଭ୍‌ କାରଣରୁ ଏହି ଆଘାତ ଲାଗିଥାଏ । ଏହି ଆଘାତ ବିଶେଷଭାବେ ବାସ୍କେଟବଲ୍‌ ଓ ଫୁଟ୍‌ବଲ୍‌ ଖେଳିବା ସମୟରେ ଲାଗିଥାଏ । ତେବେ ଏହା ହେଲେ ତୁରନ୍ତ ଡାକ୍ତରଙ୍କ ପରମର୍ଶରେ ଔଷଧ ଖାଇବା ସହିତ ବାମ୍‌ ଲଗାନ୍ତୁ ।

ଫ୍ରାକଚର – ଏହା ସାଧାରଣତଃ ଅଧିକ ବଳ ଲାଗୁଥିବା ଖେଳ ଯେପରି ଫୁଟ୍‌ବଲ ଓ ରଗବି ଖେଳିବା ସମୟରେ ଲାଗିଥାଏ । ଏହା ବେଳେବେଳେ ଖୁବ କମ ହୋଇଥାଏ, ହେଲେ ଅନେକ ସମୟରେ ଏହା ଗୁରୁତର ମଧ୍ୟ ହୋଇଥାଏ । ଫ୍ରାକଚରର ବିଭିନ୍ନ ପ୍ରକାର ରହିଛି ।

ଗଲ୍ଫ ଏଲ୍‌ବୋ – ଟେନିସ୍‌ ଓ ଗଲ୍ଫ ଖେଳିବା ବେଳେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଟେନିସ୍‌ କିମ୍ବା ଗଲ୍ଫ ଖେଳିବା ବେଳେ ହାତର ମୁଭ୍‌ମେଣ୍ଟ ଅଧିକ ରହିଥାଏ । ଯେଉଁ କାରଣରୁ ଆମ କହୁଣିରେ ଆଘାତ ଲାଗିବାର ସମ୍ଭାବନା ବଢିଥାଏ ।

ରନର୍ସ ନିର- ରନର୍ସ ନିର ଅନ୍ୟ ନାମ ପାଟେଲୋଫେମୋରାଲ ପେନ୍‌ ସିଣ୍ଡ୍ରୋମ । ଏହା ଯେଉଁମାନେ ଦୌଡ ପ୍ରତିଯୋଗିତାରେ ଭାଗ ନିଅନ୍ତି ସେମାନଙ୍କ ପାଇଁ ବେଶ୍‌ ସାଧାରଣ । ଦୌଡିବା ସମୟରେ ଆଣ୍ଠୁରେ ଏହି ଆଘାତ ଲାଗିଥାଏ । ଏଥିପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇପାରିବେ ।