ରୋବଟଙ୍କ ବକ୍ସିଂ ମ୍ୟାଚ୍
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ଏକ ରିଂରେ ମଣିଷଙ୍କ ପରିବର୍ତ୍ତେ ରୋବଟ ବକ୍ସିଂ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିଛି । ଚୀନରେ ଆୟୋଜିତ ହୋଇଥିବା ଏହି କିକ୍ ବକ୍ସିଂ କମ୍ପିଟିସିନରେ ରୋବଟଙ୍କୁ ଗ୍ଲୋବ୍ସ ପିନ୍ଧି ମୁଷ୍ଟି ଯୁଦ୍ଧ କରୁଥିବାର ଦେଖିବାକୁ ମିଳିଛି । ଏହା ହେଉଛି ବିଶ୍ୱର ପ୍ରଥମ ରୋବଟ କିକ୍ ବକ୍ସିଂ ଚାମ୍ପିଅନସିପ୍ । ଏହି ବକ୍ସିଂ ଚାମ୍ପିଅନସିପ୍ରେ ଚାରିଜଣ ଜିୱାନ୍ ହୁ୍ୟମାନଏଡ୍ ରୋବଟ ଭାଗ […]

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ଏକ ରିଂରେ ମଣିଷଙ୍କ ପରିବର୍ତ୍ତେ ରୋବଟ ବକ୍ସିଂ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିଛି । ଚୀନରେ ଆୟୋଜିତ ହୋଇଥିବା ଏହି କିକ୍ ବକ୍ସିଂ କମ୍ପିଟିସିନରେ ରୋବଟଙ୍କୁ ଗ୍ଲୋବ୍ସ ପିନ୍ଧି ମୁଷ୍ଟି ଯୁଦ୍ଧ କରୁଥିବାର ଦେଖିବାକୁ ମିଳିଛି । ଏହା ହେଉଛି ବିଶ୍ୱର ପ୍ରଥମ ରୋବଟ କିକ୍ ବକ୍ସିଂ ଚାମ୍ପିଅନସିପ୍ । ଏହି ବକ୍ସିଂ ଚାମ୍ପିଅନସିପ୍ରେ ଚାରିଜଣ ଜିୱାନ୍ ହୁ୍ୟମାନଏଡ୍ ରୋବଟ ଭାଗ ନେଇଥିଲେ । ସେମାନଙ୍କୁ ଏହି କମ୍ପିଟିସନରେ ଅବିକଳ ମଣିଷ ଭଳି ମୁଥା ଓ ଗୋଇଠା ମାରୁଥିବାର ଦେଖିବାକୁ ମିଳିଥିଲା । ସେମାନଙ୍କୁ କିଛି ମଣିଷମାନେ ଦୂରରୁ ଅପରେଟ କରୁଥିଲେ । ତେବେ ଏହି ବକ୍ସିଂ ପ୍ରତିଯୋଗିତା ଏଆଇ ଓ ରୋବୋଟିକ ଟେକ୍ନୋଲୋଜିର ଏକ ଅନନ୍ୟ ଉଦାହରଣ । ଏହି ମ୍ୟାଚ୍ର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ସେମାନେ ଏଆଇର ଭବିଷ୍ୟତ ଖୁବ ଉଜ୍ୱଳ ବୋଲି ମତ ଦେବାରେ ଲାଗିଛନ୍ତି ।