ଉଧାର ଟଙ୍କା ପାଇଁ ହତ୍ୟା ! ଜମି କିଣିବା ପାଇଁ ଆଣିଥିଲେ ଟଙ୍କା
ଭଦ୍ରକ ୨୨।୦୯ : ବିବାହ ପରେ ଶ୍ବଶୁରଙ୍କ ଘରୁ ଉଧାର ନେଇଥିଲେ ଟଙ୍କା । ସ୍ତ୍ରୀ ଟଙ୍କା ଫେରାଇବାକୁ କହିବାରୁ ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅଧୀନ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି।ଖବର ଅନୁଯାୟୀ, ଭାରତୀ ବାରିକ ସୁଦର୍ଶନ ବାରିକଙ୍କୁ ବିବାହ କରିଥିଲେ । ପରେ ଜମି କିଣିବା ପାଇଁ ୧୦ ହଜାର ଟଙ୍କା ସୁଦର୍ଶନ ଭାରତୀଙ୍କ ବାପାଙ୍କ ଠାରୁ ଆଣିଥିଲେ। ପରେ ଏହି ଟଙ୍କାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ହେଉଥିଲା । ଏମିତି କି ନିର୍ଯାତନା ମଧ୍ୟ ଦେଉଥିବାର ଅଭିଯୋଗ ଆସିଛି । ତେବେ ପରେ ଏହି ଟଙ୍କାକୁ ନେଇ ଭାରତୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଲିଖିତ ଏତଲା ଦିଆଯାଇଛି ।
ଭଦ୍ରକ ୨୨।୦୯ : ବିବାହ ପରେ ଶ୍ବଶୁରଙ୍କ ଘରୁ ଉଧାର ନେଇଥିଲେ ଟଙ୍କା । ସ୍ତ୍ରୀ ଟଙ୍କା ଫେରାଇବାକୁ କହିବାରୁ ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅଧୀନ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି।
ଖବର ଅନୁଯାୟୀ, ଭାରତୀ ବାରିକ ସୁଦର୍ଶନ ବାରିକଙ୍କୁ ବିବାହ କରିଥିଲେ । ପରେ ଜମି କିଣିବା ପାଇଁ ୧୦ ହଜାର ଟଙ୍କା ସୁଦର୍ଶନ ଭାରତୀଙ୍କ ବାପାଙ୍କ ଠାରୁ ଆଣିଥିଲେ। ପରେ ଏହି ଟଙ୍କାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ହେଉଥିଲା । ଏମିତି କି ନିର୍ଯାତନା ମଧ୍ୟ ଦେଉଥିବାର ଅଭିଯୋଗ ଆସିଛି । ତେବେ ପରେ ଏହି ଟଙ୍କାକୁ ନେଇ ଭାରତୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଲିଖିତ ଏତଲା ଦିଆଯାଇଛି ।