କପଲିଙ୍ଗ୍ ଛିଡ଼ି ଦୁଇ ଭାଗ ହେଲା ନନ୍ଦନକାନନ ଏକ୍ସପ୍ରେସ; ଟଳିଗଲା ଏକ ନିଶ୍ଚିତ ଦୁର୍ଘଟଣା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚନ୍ଦୋଲିରେ ଦୁଇ ଭାଗ ହେଲା ନନ୍ଦନକାନନ ଏକ୍ସପ୍ରେସ । ହେଲେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲା ଟ୍ରେନ୍ । କପଲିଙ୍ଗ ଛିଡ଼ି ଯିବାରୁ ପ୍ରାୟ ଅଧା ଡଜନ ବଗି ଇଞ୍ଜିନ ସହିତ ଚାଲିଯାଇଥିଲା ଏବଂ ବାକି କୋଚ୍ ଅଲଗା ହୋଇଯାଇଥିଲେ । ଏନେଇ ଜାଣିବା ପରେ କିଛି ସମୟ ପାଇଁ ଯାତ୍ରୀମାନଙ୍କ ଭିତରେ ଭୟର ବାତବରଣ ଖେଳିଯାଇଥିଲେ । ମାତ୍ର ରେଳ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାକୁ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଟ୍ରେନ୍ ବେଗ କମ୍ ଥିବାରୁ ବଡ଼ ଦୁର୍ଘଟଣା ଟଳିଯାଇଛି ।  କୋଚର କଟିଲା କପଲିଂଗ:ସୂଚନା ଅନୁଯାୟୀ, ଦିଲ୍ଲୀର ଆନନ୍ଦବିହାର ରେଳ ଷ୍ଟେସନରୁ ପୁରୀ ଯାଉଥିଲା ଡାଉନ ନନ୍ଦନକାନନ ଏକ୍ସପ୍ରେସ । ସୋମବାର ରାତିରେ ନିର୍ଦ୍ଧାରିତ ସମୟରେ ଷ୍ଟେସନ ଛାଡ଼ିଥିଲା ଟ୍ରେନ୍ ।  ହେଲେ ୟୁପିର ଚନ୍ଦୋଲି ନିକଟରେ ସ୍ଲିପର କୋଚ୍ ଏସ-4ରୁ କପଲିଂଗ ଛିଡ଼ିଯାଇଥିଲା । ଫଳରେ ୬ଟି କୋଚ୍ ଇଞ୍ଜିନ ସହିତ ଆଗକୁ ବଢ଼ିଯାଇଥିଲା । ବାକି ବଗି ଗୁଡ଼ିକ ଅଟକି ଯାଇଥିଲେ । ଟ୍ରେନ୍ ଦୁଇ ଭାଗ ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଟ୍ରେନ ମ୍ୟାନେଜର ଏନେଇ ତୁରନ୍ତ ଲୋକ ପାଇଲଟଙ୍କୁ ସୂଚନା ଦେଇଥିଲେ । ଏହା ପରେ ଘଟଣାକୁ ନିୟନ୍ତ୍ରଣ କରାଯାଇଥିଲା । ଫଳରେ ନିଶ୍ଚିତ ଦୁର୍ଘଟଣାରୁ ଟ୍ରେନ୍ ବର୍ତ୍ତିଯାଇଛି । ନନ୍ଦନକାନନ ଏକ୍ସପ୍ରେସ ଦୁଇ ଭାଗରେ ବିଭାକ୍ତ ହେବା ପରେ ରେଳ ଅଧିକାରୀଙ୍କ ମଧ୍ୟରେ ଭୟର ବାତବରଣ ଖେଳିଯାଇ

କପଲିଙ୍ଗ୍ ଛିଡ଼ି ଦୁଇ ଭାଗ ହେଲା ନନ୍ଦନକାନନ ଏକ୍ସପ୍ରେସ; ଟଳିଗଲା ଏକ ନିଶ୍ଚିତ ଦୁର୍ଘଟଣା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚନ୍ଦୋଲିରେ ଦୁଇ ଭାଗ ହେଲା ନନ୍ଦନକାନନ ଏକ୍ସପ୍ରେସ । ହେଲେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲା ଟ୍ରେନ୍ । କପଲିଙ୍ଗ ଛିଡ଼ି ଯିବାରୁ ପ୍ରାୟ ଅଧା ଡଜନ ବଗି ଇଞ୍ଜିନ ସହିତ ଚାଲିଯାଇଥିଲା ଏବଂ ବାକି କୋଚ୍ ଅଲଗା ହୋଇଯାଇଥିଲେ । ଏନେଇ ଜାଣିବା ପରେ କିଛି ସମୟ ପାଇଁ ଯାତ୍ରୀମାନଙ୍କ ଭିତରେ ଭୟର ବାତବରଣ ଖେଳିଯାଇଥିଲେ । ମାତ୍ର ରେଳ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାକୁ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଟ୍ରେନ୍ ବେଗ କମ୍ ଥିବାରୁ ବଡ଼ ଦୁର୍ଘଟଣା ଟଳିଯାଇଛି ।  

କୋଚର କଟିଲା କପଲିଂଗ:

ସୂଚନା ଅନୁଯାୟୀ, ଦିଲ୍ଲୀର ଆନନ୍ଦବିହାର ରେଳ ଷ୍ଟେସନରୁ ପୁରୀ ଯାଉଥିଲା ଡାଉନ ନନ୍ଦନକାନନ ଏକ୍ସପ୍ରେସ । ସୋମବାର ରାତିରେ ନିର୍ଦ୍ଧାରିତ ସମୟରେ ଷ୍ଟେସନ ଛାଡ଼ିଥିଲା ଟ୍ରେନ୍ ।  ହେଲେ ୟୁପିର ଚନ୍ଦୋଲି ନିକଟରେ ସ୍ଲିପର କୋଚ୍ ଏସ-4ରୁ କପଲିଂଗ ଛିଡ଼ିଯାଇଥିଲା । ଫଳରେ ୬ଟି କୋଚ୍ ଇଞ୍ଜିନ ସହିତ ଆଗକୁ ବଢ଼ିଯାଇଥିଲା । ବାକି ବଗି ଗୁଡ଼ିକ ଅଟକି ଯାଇଥିଲେ । ଟ୍ରେନ୍ ଦୁଇ ଭାଗ ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଟ୍ରେନ ମ୍ୟାନେଜର ଏନେଇ ତୁରନ୍ତ ଲୋକ ପାଇଲଟଙ୍କୁ ସୂଚନା ଦେଇଥିଲେ । ଏହା ପରେ ଘଟଣାକୁ ନିୟନ୍ତ୍ରଣ କରାଯାଇଥିଲା । ଫଳରେ ନିଶ୍ଚିତ ଦୁର୍ଘଟଣାରୁ ଟ୍ରେନ୍ ବର୍ତ୍ତିଯାଇଛି । 

ନନ୍ଦନକାନନ ଏକ୍ସପ୍ରେସ ଦୁଇ ଭାଗରେ ବିଭାକ୍ତ ହେବା ପରେ ରେଳ ଅଧିକାରୀଙ୍କ ମଧ୍ୟରେ ଭୟର ବାତବରଣ ଖେଳିଯାଇଥିଲା । ଘଟଣାସ୍ଥଳରେ ତୁରନ୍ତ ରେଳ ବିଭାଗର ବଡ଼ ଅଧିକାରୀମାନେ ପହଞ୍ଚିଥିଲେ । ଏହାପରେ ଟ୍ରେନକୁ ପିଡିଡିୟୁ ଜଙ୍କସନକୁ ଅଣାଯାଇଥିଲା । ଭାଙ୍ଗି ଯାଇଥିବା କପଲିଙ୍ଗ କୋଚକୁ ବାହାର କରି ରାତି ପ୍ରାୟ ଗୋଟାଏରେ ଟ୍ରେନ୍ ଆଗକୁ ଯିବା ପାଇଁ ଅନୁମତି ମିଳିଥିଲା ।