ଚାର୍ଟଡ ପ୍ଲେନରେ ଅଫିସ ଅଫ-ଡାଉନ, ୮୩୯ କୋଟିର ପ୍ୟାକେଜ୍, ଜାଣନ୍ତୁ କାହାକୁ ମିଳିଛି ଏହି ଚାକିରୀ?

ସିଏଟଲ:  ସପ୍ତାହକୁ ୩ ଦିନ ଅଫିସ, କମ୍ପାନୀର ଚାର୍ଟର୍ଡ ପ୍ଲେନରେ ଯିବା ଆସିବା, ସାଲାରୀରେ ୧୩ କୋଟି ଟଙ୍କା ଦରମା ସାଙ୍ଗକୁ ୭୧୪ କୋଟି ଟଙ୍କାର ଇନସେଣ୍ଟିଭ। ଏପରି ଅଫର ଲେଟର ସ୍ୱପ୍ନ ପରି ଲାଗୁଛି। ତେବେ ବାସ୍ତବରେ ଏହି ସବୁ ସୁବିଧା ସୁଯୋଗ ମିଳିଛି କଫି ଚେନ୍ ଷ୍ଟାରବକସ୍ ର ନୂଆ ସିଇଓ ବ୍ରାୟନ ନିକଲୋଙ୍କୁ। ତାଙ୍କୁ ଅଫିସ ଯିବା ଆସିବା ପାଇଁ ଚାର୍ଟର୍ଡ ପ୍ଲେନ ମଧ୍ୟ ଯୋଗାଇ ଦିଆଯିବ। ନିକୋଲ ଆସନ୍ତା ମାସରୁ କାର୍ଯ୍ୟରେ ଯୋଗ ଦେବେ, ତେବେ ତା ପୂର୍ବରୁ ତାଙ୍କ ଅଫର ଲେଟରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଷ୍ଟାରବକସ୍ ପୁରୁଣା ସିଇଓ ଲକ୍ଷ୍ମଣ ନରସିମହନଙ୍କୁ ହଟାଇ ବ୍ରାୟନ ନିକୋଲଙ୍କୁ ନୂଆ ଚେୟାରମ୍ୟାନ ତଥା ସିଇଓ ନିଯୁକ୍ତ କରିଛି। କମ୍ପାନୀ ନୂଆ ସିଇଓଙ୍କୁ ଏତେ ସୁବିଧା ଓ ବଡ଼ ପ୍ୟାକେଜ ଦେଇଛି ଯେ ତାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। କମ୍ପାନୀର ଗତବର୍ଷ ଅର୍ଥାତ ୨୦୨୩ ମସିହାରୁ ହାଇବ୍ରିଡ୍ ୱାର୍କ କଲଚର କାର୍ଯ୍ୟକାରୀ ହେଉଛି। ଏହାକୁ ଫଲୋ କରି ନିକୋଲଙ୍କୁ ମଧ୍ୟ ସପ୍ତାହରେ ୩ ଦିନ ଅଫିସ ଆସିବାକୁ  କୁହାଯାଇଛି। ହାଇବ୍ରିଡ ୱାର୍କ କଲଚରରେ ନିକୋଲଙ୍କୁ ସପ୍ତାହରେ ୩ ଦିନ ଅଫିସ ଯିବାକୁ ପଡିବ। ନିକୋଲ କାଲିଫର୍ଣ୍ଣିୟାରେ ରହନ୍ତି ତେବେ ଷ୍ଟାରବକସ୍‌ ଅଫିସ ସିଏଟଲରେ। ତାଙ୍କ ଘର ଓ ଅଫିସ ମଧ୍ୟରେ ଦୂରତା ପାଖାପାଖି ୧୬୦୦ କିଲୋମିଟର। ଏଣୁ ଅଫିସ ଯିବା ପାଇଁ ସପ୍ତାହରେ ତାଙ୍କୁ ୩ ଦିନ ଏହି ଦୂ

ଚାର୍ଟଡ ପ୍ଲେନରେ ଅଫିସ ଅଫ-ଡାଉନ, ୮୩୯ କୋଟିର ପ୍ୟାକେଜ୍, ଜାଣନ୍ତୁ କାହାକୁ ମିଳିଛି ଏହି ଚାକିରୀ?

ସିଏଟଲ:  ସପ୍ତାହକୁ ୩ ଦିନ ଅଫିସ, କମ୍ପାନୀର ଚାର୍ଟର୍ଡ ପ୍ଲେନରେ ଯିବା ଆସିବା, ସାଲାରୀରେ ୧୩ କୋଟି ଟଙ୍କା ଦରମା ସାଙ୍ଗକୁ ୭୧୪ କୋଟି ଟଙ୍କାର ଇନସେଣ୍ଟିଭ। ଏପରି ଅଫର ଲେଟର ସ୍ୱପ୍ନ ପରି ଲାଗୁଛି। ତେବେ ବାସ୍ତବରେ ଏହି ସବୁ ସୁବିଧା ସୁଯୋଗ ମିଳିଛି କଫି ଚେନ୍ ଷ୍ଟାରବକସ୍ ର ନୂଆ ସିଇଓ ବ୍ରାୟନ ନିକଲୋଙ୍କୁ। ତାଙ୍କୁ ଅଫିସ ଯିବା ଆସିବା ପାଇଁ ଚାର୍ଟର୍ଡ ପ୍ଲେନ ମଧ୍ୟ ଯୋଗାଇ ଦିଆଯିବ। ନିକୋଲ ଆସନ୍ତା ମାସରୁ କାର୍ଯ୍ୟରେ ଯୋଗ ଦେବେ, ତେବେ ତା ପୂର୍ବରୁ ତାଙ୍କ ଅଫର ଲେଟରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

ଷ୍ଟାରବକସ୍ ପୁରୁଣା ସିଇଓ ଲକ୍ଷ୍ମଣ ନରସିମହନଙ୍କୁ ହଟାଇ ବ୍ରାୟନ ନିକୋଲଙ୍କୁ ନୂଆ ଚେୟାରମ୍ୟାନ ତଥା ସିଇଓ ନିଯୁକ୍ତ କରିଛି। କମ୍ପାନୀ ନୂଆ ସିଇଓଙ୍କୁ ଏତେ ସୁବିଧା ଓ ବଡ଼ ପ୍ୟାକେଜ ଦେଇଛି ଯେ ତାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। କମ୍ପାନୀର ଗତବର୍ଷ ଅର୍ଥାତ ୨୦୨୩ ମସିହାରୁ ହାଇବ୍ରିଡ୍ ୱାର୍କ କଲଚର କାର୍ଯ୍ୟକାରୀ ହେଉଛି। ଏହାକୁ ଫଲୋ କରି ନିକୋଲଙ୍କୁ ମଧ୍ୟ ସପ୍ତାହରେ ୩ ଦିନ ଅଫିସ ଆସିବାକୁ  କୁହାଯାଇଛି। 

ହାଇବ୍ରିଡ ୱାର୍କ କଲଚରରେ ନିକୋଲଙ୍କୁ ସପ୍ତାହରେ ୩ ଦିନ ଅଫିସ ଯିବାକୁ ପଡିବ। ନିକୋଲ କାଲିଫର୍ଣ୍ଣିୟାରେ ରହନ୍ତି ତେବେ ଷ୍ଟାରବକସ୍‌ ଅଫିସ ସିଏଟଲରେ। ତାଙ୍କ ଘର ଓ ଅଫିସ ମଧ୍ୟରେ ଦୂରତା ପାଖାପାଖି ୧୬୦୦ କିଲୋମିଟର। ଏଣୁ ଅଫିସ ଯିବା ପାଇଁ ସପ୍ତାହରେ ତାଙ୍କୁ ୩ ଦିନ ଏହି ଦୂରତା ଅତିକ୍ରମ କରିବାକୁ ପଡିବ। ତେବେ ତାଙ୍କ ଅଫର ଲେଟରରେ ସ୍ପଷ୍ଟ ଲେଖାଯାଇଛି ଯେ ନିକୋଲଙ୍କ ଅଫିସ ଯିବା ଆସିବା ପାଇଁ କମ୍ପାନୀ ପକ୍ଷରୁ ପ୍ରାଇଭେଟ ଜେଟ୍ ଉପଲବ୍ଧ କରାଯିବ। 

ବ୍ରାୟନ ନିକୋଲଙ୍କ ଅଫର ଲେଟରରେ ତାଙ୍କ ବେତନ ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ଏଥିରେ ତାଙ୍କୁ ବେସିକ ସାଲାରୀ ଭାବେ ୧୬ଲକ୍ଷ ଡଲାର(ପାଖାପାଖି ୧୩ କୋଟି ଟଙ୍କା) ଦିଆଯାଉଥିବା ବେଳେ, କ୍ୟାସ୍ ବୋନସ ୩୬ରୁ ୭୨ଲକ୍ଷ ଡଲାର (୩୦ରୁ ୬୦ କୋଟି ଟଙ୍କା) ଓ ବାର୍ଷିକ ୭.୫ କୋଟି ଡଲାର(୬୩୦କୋଟି ଟଙ୍କା)ର ଇକ୍ୱିଟି ଇନସେଣ୍ଟିଭ ଦିଆଯିବ। ଏହା ଛଡା ଅନ୍ୟ ସବୁ ମିସାଇ ୮୩୯ କୋଟି ଟଙ୍କାର ପ୍ୟାକେଜ୍ ଦିଆଯାଉଛି। 

ଏପରି ନୁହେଁ ଯେ କମ୍ପାନୀ ବ୍ରାୟନ ନିକୋଲଙ୍କ ଉପରେ ଖାଲିରେ ଏତେ ମେହରବାନ ନୁହନ୍ତି। ଏହା ପୂର୍ବରୁ ଷ୍ଟାରବକସ୍ ନିଜର ଶୀର୍ଷ ପଦବୀ ନିମନ୍ତେ ଉପଯୁକ୍ତ ପ୍ରାର୍ଥୀ ଖୋଜିବା ପାଇଁ ବେଶ୍ ଦୂର ପର୍ଯ୍ୟନ୍ତ ନଜର ପକାଇଥିଲେ ଓ ବ୍ରାୟନ ନିକୋଲଙ୍କୁ ଏଥି ପାଇଁ ବାଛିଛନ୍ତି। ନିକୋଲ ଯେବେ ଫୁଡ ଚେନ ଚିପୋଟଲେର ସିଇଓ ଥିଲେ ସେତେବେଳେ ଏହି କମ୍ପାନୀର ଷ୍ଟକ୍ ୭୭୩ ପ୍ରତିଶତ ପର୍ଯ୍ୟନ୍ତ ବଢିଥିଲା। ଚିପୋଟଲେ ମଧ୍ୟ ବ୍ରାୟନଙ୍କୁ ଅଫିସ ଯିବା ଆସିବା ନିମନ୍ତେ ପ୍ରାଇଭେଟ୍ ଜେଟ୍ ଉପଲବ୍ଧ କରିଥିଲା।