ମୁକେଶ ଅମ୍ବାନୀ ନୁହେଁ ଏବେ ଗୌତମ ଆଦାନୀ ନମ୍ବର-୧ ଧନୀ; ୧୬ ମାସରେ ପୁଣି ଏସିଆ ରାଜା

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀ ଏବେ ଏସିଆର ନମ୍ବର ୱାନ୍ ଧନି ହୋଇ ନାହାନ୍ତି। ମୁକେଶଙ୍କୁ ପଛରେ ପକାଇ ଗୌତମ ଅମ୍ବାନୀ ପୁଣିଥରେ ନମ୍ବର ୱାନ୍ ହୋଇଛନ୍ତି। ଗତ କିଛି ଦିନ ହେବ ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ରେ ଜବରଦସ୍ତ ବୃଦ୍ଧି ଘଟିଛି। ଆଦାନୀ ଗ୍ରୁପର ମାର୍କେଟ୍ କ୍ୟାପ୍ ୧୭.୯୪ ଲକ୍ଷ କୋଟିରେ ପହଞ୍ଚିଛି। ଫଳରେ ଗୌତମ ଆଦାନୀଙ୍କ ନେଟୱର୍ଥ ୧୧୧ ବିଲିୟନ ଡଲାରରେ ପହଞ୍ଚିଛି। ଅନ୍ୟପଟେ ମୁକେଶ ଅମ୍ବାନୀଙ୍କ ନେଟୱର୍ଥ ୧୦୯ ବିଲିୟନ ଡଲାର ହୋଇଛି।ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ଶୁକ୍ରବାର ୫.୪୫ ବିଲିୟନ ଡଲାର (ପ୍ରାୟ ୪୫,୦୦୦ କୋଟି) ବୃଦ୍ଧି ପାଇଛି। ଫଳରେ ଆଦାନୀ ଦୀର୍ଘ ୧୬ ମାସ ପରେ ପୁଣିଥରେ ଅମ୍ବାନୀଙ୍କ ଠାରୁ ମୁକୁଟ ଛଡ଼ାଇ ଆଣି ଏସିଆନର ଧନ କୁବେର ହୋଇଛନ୍ତି। ଏଥିପାଇଁ ତାଙ୍କୁ ବୁହୁତ ସଂଘର୍ଷ କରିବାକୁ ପଡ଼ିଛି। ହିଣ୍ଡେନବର୍ଗ ରିପୋର୍ଟ ଗୌତମ ଆଦାନୀ ଏବଂ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ବହୁତ ବଡ଼ କ୍ଷତି କରିଥିଲା। କିନ୍ତୁ, କ୍ଲିନ୍ ଚିଟ୍ ମିଳିବା ପରେ ଆଦାନୀ ଗ୍ରୁପ୍‌ର ଷ୍ଟକ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।  ଏଥିପାଇଁ ତାଙ୍କ ସମ୍ପତ୍ତି ମଧ୍ୟ ବଢ଼ୁଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଗୌତମ ଆଦାନୀ ବର୍ତ୍ତମାନ ଦୁନିଆର ୧୧ତମ ଧନୀ ବ୍ୟକ୍ତି ହୋଇଛନ୍ତି। ମୁକେଶ ଅମ୍ବାନୀ ବର୍ତ୍ତମାନ ଏହି ତାଲିକାରେ ୧୨ ନମ୍ବର ସ୍ଥାନକୁ ଖସି ଆସିଛନ୍ତି। ୧୧୧ ବିଲିୟନ ଡଲାରର ସମ୍ପତ୍ତି

ମୁକେଶ ଅମ୍ବାନୀ ନୁହେଁ ଏବେ ଗୌତମ ଆଦାନୀ ନମ୍ବର-୧ ଧନୀ; ୧୬ ମାସରେ ପୁଣି ଏସିଆ ରାଜା

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀ ଏବେ ଏସିଆର ନମ୍ବର ୱାନ୍ ଧନି ହୋଇ ନାହାନ୍ତି। ମୁକେଶଙ୍କୁ ପଛରେ ପକାଇ ଗୌତମ ଅମ୍ବାନୀ ପୁଣିଥରେ ନମ୍ବର ୱାନ୍ ହୋଇଛନ୍ତି। ଗତ କିଛି ଦିନ ହେବ ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ରେ ଜବରଦସ୍ତ ବୃଦ୍ଧି ଘଟିଛି। ଆଦାନୀ ଗ୍ରୁପର ମାର୍କେଟ୍ କ୍ୟାପ୍ ୧୭.୯୪ ଲକ୍ଷ କୋଟିରେ ପହଞ୍ଚିଛି। ଫଳରେ ଗୌତମ ଆଦାନୀଙ୍କ ନେଟୱର୍ଥ ୧୧୧ ବିଲିୟନ ଡଲାରରେ ପହଞ୍ଚିଛି। ଅନ୍ୟପଟେ ମୁକେଶ ଅମ୍ବାନୀଙ୍କ ନେଟୱର୍ଥ ୧୦୯ ବିଲିୟନ ଡଲାର ହୋଇଛି।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ଶୁକ୍ରବାର ୫.୪୫ ବିଲିୟନ ଡଲାର (ପ୍ରାୟ ୪୫,୦୦୦ କୋଟି) ବୃଦ୍ଧି ପାଇଛି। ଫଳରେ ଆଦାନୀ ଦୀର୍ଘ ୧୬ ମାସ ପରେ ପୁଣିଥରେ ଅମ୍ବାନୀଙ୍କ ଠାରୁ ମୁକୁଟ ଛଡ଼ାଇ ଆଣି ଏସିଆନର ଧନ କୁବେର ହୋଇଛନ୍ତି। ଏଥିପାଇଁ ତାଙ୍କୁ ବୁହୁତ ସଂଘର୍ଷ କରିବାକୁ ପଡ଼ିଛି। 

ହିଣ୍ଡେନବର୍ଗ ରିପୋର୍ଟ ଗୌତମ ଆଦାନୀ ଏବଂ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ବହୁତ ବଡ଼ କ୍ଷତି କରିଥିଲା। କିନ୍ତୁ, କ୍ଲିନ୍ ଚିଟ୍ ମିଳିବା ପରେ ଆଦାନୀ ଗ୍ରୁପ୍‌ର ଷ୍ଟକ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।  ଏଥିପାଇଁ ତାଙ୍କ ସମ୍ପତ୍ତି ମଧ୍ୟ ବଢ଼ୁଛି। 

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଗୌତମ ଆଦାନୀ ବର୍ତ୍ତମାନ ଦୁନିଆର ୧୧ତମ ଧନୀ ବ୍ୟକ୍ତି ହୋଇଛନ୍ତି। ମୁକେଶ ଅମ୍ବାନୀ ବର୍ତ୍ତମାନ ଏହି ତାଲିକାରେ ୧୨ ନମ୍ବର ସ୍ଥାନକୁ ଖସି ଆସିଛନ୍ତି। ୧୧୧ ବିଲିୟନ ଡଲାରର ସମ୍ପତ୍ତି ସହିତ ଗୌତମ ଆଦାନୀ ବର୍ତ୍ତମାନ ଭାରତର ସମେତ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଏହା ପୂର୍ବରୁ ମୁକେଶ ଅମ୍ବାନୀ ଦୀର୍ଘ ସମୟ ଧରି ଏସିଆର ନମ୍ବର ୱାନ୍ ଧନୀ ରହିଥିଲେ। ଗୌତମ ଆଦାନୀଙ୍କର ଏହି ସଫଳତା ସହିତ ଚଳିତ ବର୍ଷ ୧ ଜାନୁଆରୀରୁ ନେଇ ଏପର୍ଯ୍ୟନ୍ତ ସେ ୧୨.୭ ବିଲିୟନ ଡଲାର ରୋଜଗାର କରିଛନ୍ତି।