ଜହର ପାଲଟିଛି ସାପୁଆ ନଦୀର ପାଣି, ଭାସୁଛନ୍ତି କୁଢ କୁଢ ଜଳଚର ଜୀବ

ଆଠଗଡ଼ ୧୧।୧୨: ଜହର ପାଲଟିଛି ସାପୁଆ ନଦୀର ପାଣି । ଭାସୁଛନ୍ତି ଜଳଚର ଜୀବ । ମାଛ ଠାରୁ ଆରମ୍ଭ କରି ସାପ ବେଙ୍ଗ, କେହି ବି ବାଦ ପଡି ନାହାଁନ୍ତି । ଆଠଗଡ଼ ନିକଟବର୍ତ୍ତୀ ନଡୁଆପଡା ବ୍ରିଜ ନିକଟରେ ସାପୁଆ ନଦୀରେ ଭାସୁଛନ୍ତି କୁଢ କୁଢ ଜଳଚର ଜୀବ । ମହାନଦୀର ଅନ୍ୟତମ ଉପ ନଦୀ ସାପୁଆର ଏଭଳି ଜଳ ଜହର ପାଲଟିବା ଦେଖି ସାଧାରଣରେ ଆତଙ୍କ ଖେଳିଯାଇଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରୁ ବାହାରିଥିବା ଏହି ଉପ ନଦୀ ଆଠଗଡ଼ ବ୍ଲକ ସର୍ପେଶ୍ବର ନିକଟରେ ମହାନଦୀରେ ମିଶିଛି । ଏହି ସାପୁଆ ନଦୀ କୂଳରେ ତିଗିରିଆ ଅଂଚଳର ଭିରୁଡ଼ା ପଣସପାଟଣା ଠାରୁ ଆରମ୍ଭ କରି ବହୁ ସ୍ଥାନରେ ଏହି ନଦୀ କୂଳେ କୂଳେ ନକଲି ଦେଶୀ ବିଦେଶୀ ମଦ କାରଖାନାରେ ରନ୍ଧା ଯାଇ ସାରା ରାଜ୍ୟକୁ ଚାଲାଣ କରାଯାଇଥାଏ । ଆଉ ଏହି ମଦ କାରଖାନାର ବିଷାକ୍ତ ଆବର୍ଜନା ସହ ବିଷାକ୍ତ ପୋଚକୁ ଏହି ସାପୁଆ ନଦୀ ପାଣିରେ ଛାଡି ଦେଇଥାନ୍ତି ମଦ ମାଫିଆ । ଫଳରେ ଏହି ପାଣି ବିଷାକ୍ତ ହୋଇଥାଏ । ଏହି ପାଣିକୁ ବ୍ୟବହାର କରୁଥିବା ଏହାର କୂଳରେ ଥିବା ଗ୍ରାମ ଗୁଡିକରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ପାଣିକୁ ଗୃହପାଳିତ ପଶୁ ମାନେ ପିଉଥିବା ବେଳେ ଜଳସେଚନ ପାଇଁ ମଧ୍ୟ ଏହା ବ୍ୟବହାର ହେଉଛି । ଏବେ ସାପୁଆ ନଦୀରେ କମ୍ ପାଣି ଥିଲେ ମଧ୍ୟ ବ୍ୟବହାର ଦୃଷ୍ଟିରୁ ଏହାର ପାଣି ସ୍ଥାନୀୟ ଲୋକମାନେ ବହୁଳ ଭାବରେ କରୁଥିବା ଜଣାପଡିଛି । ଏ ବିଷୟରେ ଜଳସେଚନ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା

ଜହର ପାଲଟିଛି ସାପୁଆ ନଦୀର ପାଣି, ଭାସୁଛନ୍ତି କୁଢ କୁଢ ଜଳଚର ଜୀବ

ଆଠଗଡ଼ ୧୧।୧୨: ଜହର ପାଲଟିଛି ସାପୁଆ ନଦୀର ପାଣି । ଭାସୁଛନ୍ତି ଜଳଚର ଜୀବ । ମାଛ ଠାରୁ ଆରମ୍ଭ କରି ସାପ ବେଙ୍ଗ, କେହି ବି ବାଦ ପଡି ନାହାଁନ୍ତି । ଆଠଗଡ଼ ନିକଟବର୍ତ୍ତୀ ନଡୁଆପଡା ବ୍ରିଜ ନିକଟରେ ସାପୁଆ ନଦୀରେ ଭାସୁଛନ୍ତି କୁଢ କୁଢ ଜଳଚର ଜୀବ । ମହାନଦୀର ଅନ୍ୟତମ ଉପ ନଦୀ ସାପୁଆର ଏଭଳି ଜଳ ଜହର ପାଲଟିବା ଦେଖି ସାଧାରଣରେ ଆତଙ୍କ ଖେଳିଯାଇଛି । 

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରୁ ବାହାରିଥିବା ଏହି ଉପ ନଦୀ ଆଠଗଡ଼ ବ୍ଲକ ସର୍ପେଶ୍ବର ନିକଟରେ ମହାନଦୀରେ ମିଶିଛି । ଏହି ସାପୁଆ ନଦୀ କୂଳରେ ତିଗିରିଆ ଅଂଚଳର ଭିରୁଡ଼ା ପଣସପାଟଣା ଠାରୁ ଆରମ୍ଭ କରି ବହୁ ସ୍ଥାନରେ ଏହି ନଦୀ କୂଳେ କୂଳେ ନକଲି ଦେଶୀ ବିଦେଶୀ ମଦ କାରଖାନାରେ ରନ୍ଧା ଯାଇ ସାରା ରାଜ୍ୟକୁ ଚାଲାଣ କରାଯାଇଥାଏ । ଆଉ ଏହି ମଦ କାରଖାନାର ବିଷାକ୍ତ ଆବର୍ଜନା ସହ ବିଷାକ୍ତ ପୋଚକୁ ଏହି ସାପୁଆ ନଦୀ ପାଣିରେ ଛାଡି ଦେଇଥାନ୍ତି ମଦ ମାଫିଆ । ଫଳରେ ଏହି ପାଣି ବିଷାକ୍ତ ହୋଇଥାଏ । ଏହି ପାଣିକୁ ବ୍ୟବହାର କରୁଥିବା ଏହାର କୂଳରେ ଥିବା ଗ୍ରାମ ଗୁଡିକରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ପାଣିକୁ ଗୃହପାଳିତ ପଶୁ ମାନେ ପିଉଥିବା ବେଳେ ଜଳସେଚନ ପାଇଁ ମଧ୍ୟ ଏହା ବ୍ୟବହାର ହେଉଛି । 

ଏବେ ସାପୁଆ ନଦୀରେ କମ୍ ପାଣି ଥିଲେ ମଧ୍ୟ ବ୍ୟବହାର ଦୃଷ୍ଟିରୁ ଏହାର ପାଣି ସ୍ଥାନୀୟ ଲୋକମାନେ ବହୁଳ ଭାବରେ କରୁଥିବା ଜଣାପଡିଛି । ଏ ବିଷୟରେ ଜଳସେଚନ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

କଟକ ତିଗିରିଆର ଭିରୁଡ଼ା, ପଣଷପାଟଣା ଗାଁଟି ବେଆଇନ ଦେଶୀ ମଦ ପ୍ରସ୍ତୁତ ପାଇଁ ଭୂସ୍ବର୍ଗ ପାଲଟିଛି । ଘରେ ଘରେ ଚାଲିଛି ଦେଶୀ ମଦ କାରଖାନା । ହଜାର ହଜାର ଲିଟର ମଦ ତିଆରି କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନକୁ ସପ୍ଲାଇ କରାଯାଉଛି । କିଏ ବିଲରେ, ପାଣି ଟାଙ୍କିରେ ଘର ଭିତରେ ବାହାରେ କାଠ ତଳେ ତ ଆଉ କିଏ କୋଠ ଘରେ ଖେତ ହିଡର ଝାଡ଼ି ମଧ୍ୟରେ ଚୋର ଦେଶୀ ମଦ ଓ ପୋଚ ଲୁଚାଇ ରଖିଥିଲେ । ଯାହାକୁ ଉଭୟ ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ମିଳିତ ଚଢଉ କରାଯାଇ ନଷ୍ଟ କରାଯାଇଛି । ତେବେ ଏତେ ପରିମାଣର ବେଆଇନ ଦେଶୀ ମଦ ଓ ପୋଚ ଦେଖି ଅବକାରୀ ବିଭାଗ ଟିମ ମଧ୍ୟ ତାଜୁବ । ସେମାନଙ୍କ ଘର ପଛ ପାଖରେ ହଜାର ହଜାର କ୍ବିଣ୍ଟାଲ କାଠ ଗଚ୍ଛିତ ଥିବା ବେଳେ ବନ ବିଭାଗର ଏହାକୁ ଜାଳେଣୀ କାଠ କହି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଆଠଗଡ଼, କଟକ ଅବକାରୀ ଏବଂ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ରନ୍ଧା ମଦ ସହିତ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି ।

You Can Read:

ମହାପ୍ରସାଦ ଦର ହ୍ରାସ ନେଇ ଗୃହରେ ଦାବି କଲେ ବିଜେଡି ବିଧାୟକ ସୁନୀଲ ମହାନ୍ତି