ବିଜେଡିର ସମାଲୋଚନା ପରେ ପ୍ରକାଶ ପାଇଲା ନୂଆ ତାଲିକା, ମୃତ ଅଧିକାରୀଙ୍କ ବଦଳରେ ସ୍ଥାନ ପାଇଲେ ଏହି ଅଧିକାରୀ
ଭୁବନେଶ୍ୱର,୧୪ା୯: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସଂଶୋଧନ ତାଲିକା ପ୍ରକାଶ ପାଇଛି। ପୂର୍ବ ତାଲିକାରେ ଜଣେ ମୃତ ଅଧିକାରୀଙ୍କ ନାଁ ରହିଥିଲା। ଏନେଇ ବିଜେଡି ସମାଲୋଚନା ପରେ ତାଙ୍କ ସ୍ଥାନରେ ଜଣେ ନୂଆ ଅଧିକାରୀ ସାମିଲ ହୋଇଛନ୍ତି। ସେ ହେଲେ ଇଡ୍କୋ ଲ୍ୟାଣ୍ଡ ଅଫିସର ସୁବ୍ରତ କୁମାର ଜେନା। ତେବେ ତାଲିକାରେ ଥିବା ଅନ୍ୟ ସମସ୍ତ ଅଧିକାରୀ ପୂର୍ବପରି ସ୍ଥାନ ବଜାୟ ରଖିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। […] The post ବିଜେଡିର ସମାଲୋଚନା ପରେ ପ୍ରକାଶ ପାଇଲା ନୂଆ ତାଲିକା, ମୃତ ଅଧିକାରୀଙ୍କ ବଦଳରେ ସ୍ଥାନ ପାଇଲେ ଏହି ଅଧିକାରୀ appeared first on Dharitri Odia News.
ଭୁବନେଶ୍ୱର,୧୪ା୯: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସଂଶୋଧନ ତାଲିକା ପ୍ରକାଶ ପାଇଛି। ପୂର୍ବ ତାଲିକାରେ ଜଣେ ମୃତ ଅଧିକାରୀଙ୍କ ନାଁ ରହିଥିଲା। ଏନେଇ ବିଜେଡି ସମାଲୋଚନା ପରେ ତାଙ୍କ ସ୍ଥାନରେ ଜଣେ ନୂଆ ଅଧିକାରୀ ସାମିଲ ହୋଇଛନ୍ତି। ସେ ହେଲେ ଇଡ୍କୋ ଲ୍ୟାଣ୍ଡ ଅଫିସର ସୁବ୍ରତ କୁମାର ଜେନା। ତେବେ ତାଲିକାରେ ଥିବା ଅନ୍ୟ ସମସ୍ତ ଅଧିକାରୀ ପୂର୍ବପରି ସ୍ଥାନ ବଜାୟ ରଖିଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏନେଇ ମୋଦିଙ୍କ ସୁରକ୍ଷା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ସବୁ ବଣ୍ଟନ କରାଯାଇଛି। ଏଥିରେ ଜଣେ ମୃତ ଓଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଯାହାକୁ ନେଇ ବିବାଦ ଦେଖାଦେଇଥିଲା।
ସାଧାରଣ ପ୍ରଶାସନ ପକ୍ଷରୁ ପ୍ରକାଶିତ ତାଲିକାରେ ଓଏଏସ୍ ଅଫିସର ସ୍ବର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁ ରହିଥିଲା। ଭିଡ଼ ନିୟନ୍ତ୍ରଣ ଲାଗି ନିୟୋଜିତ ହେବାକୁ ଥିବା ଅଫିସରଙ୍କ ତାଲିକାରେ ତାଙ୍କ ନାଁ ଥିବା ଦେଖିବାକୁ ମିଳିଥିଲା। ଗତ ୨୦୨୩ ଜୁଲାଇ ୧୮ ରେ ପ୍ରବୋଧ କୁମାରଙ୍କର ମୃତ୍ୟୁ ହୋଇସାରିଛି। କଟକରେ ଏକ ଦୁର୍ଘଟଣାର ଶିକାର ହେବା ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ।
ତେବେ ଏହି ତାଲିକାକୁ ନେଇ ବିଜେଡି ରାଜ୍ୟ ସଭା ଏମ୍ପି ସୁଲତା ଦେଓ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସୋସିଆଲ ମିଡିଆରେ ସେ ଲେଖିଥିଲେ, ଭଗବାନ ଭରସାରେ ଓଡ଼ିଶାର ଶାସନ। ଏହାକୁ ବିଜେଡି ସମାଲୋଚନା କରିବା ସହ ଓ ଶାସନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲା। ଏହା ପରେ ସରକାର ନୂଆ ତାଲିକା ପ୍ରକାଶ କରିଛନ୍ତି।
The post ବିଜେଡିର ସମାଲୋଚନା ପରେ ପ୍ରକାଶ ପାଇଲା ନୂଆ ତାଲିକା, ମୃତ ଅଧିକାରୀଙ୍କ ବଦଳରେ ସ୍ଥାନ ପାଇଲେ ଏହି ଅଧିକାରୀ appeared first on Dharitri Odia News.