ଋଷିକୁଲ୍ୟା ମୁହାଣରେ ସମୂହ ଅଣ୍ଡାଦାନ କଲେ ଅଲିଭ୍‌ରିଡ୍‌ଲେ

ଗଞ୍ଜାମ:୧୬।୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀ ମୁହାଣରେ ରବିବାର ଚଳିତବର୍ଷର ପ୍ରଥମ ଥର ପାଇଁ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋର୍‌ ୪ଟାରେ ହଜାର ହଜାର କଇଁଛ ଋଷିକୁଲ୍ୟା ନଦୀ ମୁହାଣରେ ଏକାଠି ହୋଇ ଅଣ୍ଡାଦାନ କରିଥିଲେ। ପ୍ରଥମ ଦିନରେ ପ୍ରାୟ ୧୦ ହଜାରରୁ ଅଧିକ କଇଁଛ ଅଣ୍ଡା ଦେଇଥିବା ଅନୁମାନ କରାଯାଉଛି। ଅଣ୍ଡା ଏବଂ କଇଁଛଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ସୁରକ୍ଷାକୁ ନେଇ ଆବଶ୍ୟକ […] The post ଋଷିକୁଲ୍ୟା ମୁହାଣରେ ସମୂହ ଅଣ୍ଡାଦାନ କଲେ ଅଲିଭ୍‌ରିଡ୍‌ଲେ appeared first on Dharitri Odia News.

ଋଷିକୁଲ୍ୟା ମୁହାଣରେ ସମୂହ ଅଣ୍ଡାଦାନ କଲେ ଅଲିଭ୍‌ରିଡ୍‌ଲେ

ଗଞ୍ଜାମ:୧୬।୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀ ମୁହାଣରେ ରବିବାର ଚଳିତବର୍ଷର ପ୍ରଥମ ଥର ପାଇଁ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋର୍‌ ୪ଟାରେ ହଜାର ହଜାର କଇଁଛ ଋଷିକୁଲ୍ୟା ନଦୀ ମୁହାଣରେ ଏକାଠି ହୋଇ ଅଣ୍ଡାଦାନ କରିଥିଲେ।

ପ୍ରଥମ ଦିନରେ ପ୍ରାୟ ୧୦ ହଜାରରୁ ଅଧିକ କଇଁଛ ଅଣ୍ଡା ଦେଇଥିବା ଅନୁମାନ କରାଯାଉଛି। ଅଣ୍ଡା ଏବଂ କଇଁଛଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ସୁରକ୍ଷାକୁ ନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟାକୁ ନେଇ ପରିବେଶବିତ୍‌ ଖୁସି ପ୍ରକଟ କରିଛନ୍ତି।

The post ଋଷିକୁଲ୍ୟା ମୁହାଣରେ ସମୂହ ଅଣ୍ଡାଦାନ କଲେ ଅଲିଭ୍‌ରିଡ୍‌ଲେ appeared first on Dharitri Odia News.