ବିଜେଡିର ଶୋଚନୀୟ ପରାଜୟର ବଡ଼ କାରଣ, ଜାଣିଶୁଣି ସର୍ଭେ ରିପୋର୍ଟ ଲୁଚାଉଥିଲେ କିଏ? ହେଲା ବଡ଼ ଖୁଲାସା
ଭୁବନେଶ୍ୱର,୭।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ତେବେ ବିଜେଡିର ଶୋଚନୀୟ ପରାଜୟକୁ ନେଇ କାରଣ ଖୋଜା ଚାଲିଛି। କିଏ କହୁଛି ପାଣ୍ଡିଆନ୍ ଏହାର ମୁଖ୍ୟ କାରଣ ତ ଆଉ କିଏ କହୁଛି ଉଭୟ ପାଣ୍ଡିଆନ୍ ଏବଂ ନବୀନ ହିଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ଏସବୁ ଭିତରେ ଏକ ବଡ଼ କାରଣ ସାମ୍ନାକୁ ଆସିଛି । କୁହାଯାଉଛି, ବର୍ଷକ ତଳୁ ବିଜେଡି ନିର୍ବାଚନ ପରିଚାଳନା […] The post ବିଜେଡିର ଶୋଚନୀୟ ପରାଜୟର ବଡ଼ କାରଣ, ଜାଣିଶୁଣି ସର୍ଭେ ରିପୋର୍ଟ ଲୁଚାଉଥିଲେ କିଏ? ହେଲା ବଡ଼ ଖୁଲାସା appeared first on Dharitri Odia News.
ଭୁବନେଶ୍ୱର,୭।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ତେବେ ବିଜେଡିର ଶୋଚନୀୟ ପରାଜୟକୁ ନେଇ କାରଣ ଖୋଜା ଚାଲିଛି। କିଏ କହୁଛି ପାଣ୍ଡିଆନ୍ ଏହାର ମୁଖ୍ୟ କାରଣ ତ ଆଉ କିଏ କହୁଛି ଉଭୟ ପାଣ୍ଡିଆନ୍ ଏବଂ ନବୀନ ହିଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ଏସବୁ ଭିତରେ ଏକ ବଡ଼ କାରଣ ସାମ୍ନାକୁ ଆସିଛି ।
କୁହାଯାଉଛି, ବର୍ଷକ ତଳୁ ବିଜେଡି ନିର୍ବାଚନ ପରିଚାଳନା ନେଇ ଗ୍ରାଉଣ୍ଡରୁ ଏକ ଇଣ୍ଟରନାଲ ସର୍ଭେ କରିଥିଲା। କିପରି ପ୍ରାର୍ଥୀ ଚୟନ କରାଯିବ, କାହାକୁ ଟିକେଟ୍ ଦିଆଯିବ। ସେନେଇ
ସର୍ଭେ କରାଯାଇଥିଲା। ଯେତେବେଳେ ରାଜ୍ୟରେ ଭାଜପା ସମର୍ଥନରେ ଏକ ଅଣ୍ଡର କରେଣ୍ଟ ଥିଲା,ସେତେବେଳେ ବିଜେଡି ସର୍ଭେ ରିପୋର୍ଟ କେମିତି ଓଲଟା ଦର୍ଶାଯାଉଥିଲା, ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ଓଡ଼ିଶାର ୧୪୭ ବିଧାନସଭା କ୍ଷେତ୍ର ଓ ୨୧ ଲୋକ ସଭା କ୍ଷେତ୍ରରେ ସର୍ଭେ କରାଯାଇଥିଲା। ଆଉ ପ୍ରତ୍ୟେକ ଥର ଏହାର ରିପୋର୍ଟ ପାଣ୍ଡିଆନ୍ଙ୍କ ନିକଟକୁ ଏହି ରିପୋର୍ଟ ଆସୁଥିଲା। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ପକ୍ଷରୁ କୁହାଯାଇଥିଲା ଯେ ବିଜେଡି ୮୦ ରୁ ୮୫ ସିଟ ପାଇ ସାରିଛି ଏବଂ ଚତୁର୍ଥ ପର୍ଯ୍ୟାୟ ପରେ ଏହି ସଂଖ୍ୟା ୧୦୦ ରୁ ୧୧୦ ମଧ୍ୟରେ ରହିବ।
The post ବିଜେଡିର ଶୋଚନୀୟ ପରାଜୟର ବଡ଼ କାରଣ, ଜାଣିଶୁଣି ସର୍ଭେ ରିପୋର୍ଟ ଲୁଚାଉଥିଲେ କିଏ? ହେଲା ବଡ଼ ଖୁଲାସା appeared first on Dharitri Odia News.