ଭାରତରେ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ ଶ୍ରେଷ୍ଠ

ନୂଆଦିଲ୍ଲୀ,୨୧।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ମାଲାବାର ଗ୍ରୁପର ପ୍ରମୁଖ ରିଟେଲ ଚେନ୍‌ ‘ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ’କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ମାନ୍ୟତା ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଡିଲଏଟ୍‌ର ଗ୍ଲୋବାଲ ପାୱାର ଅଫ୍‌ ଲକଜ୍ୟୁରି ଗୁଡ୍‌ସ-୨୦୨୩ ର଼୍ୟାଙ୍କିଙ୍ଗରେ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ ୧୯ ତମ ସ୍ଥାନ ହାସଲ କରିଛି। ଏପରିକି ଭାରତରେ ମଧ୍ୟ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ ଶ୍ରେଷ୍ଠ ପ୍ରଦର୍ଶନ ସହ ଶୀର୍ଷ ସ୍ଥାନରେ ରହିଛି। ସେହିଭଳି […] The post ଭାରତରେ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ ଶ୍ରେଷ୍ଠ appeared first on Dharitri Odia News.

ଭାରତରେ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ ଶ୍ରେଷ୍ଠ

ନୂଆଦିଲ୍ଲୀ,୨୧।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ମାଲାବାର ଗ୍ରୁପର ପ୍ରମୁଖ ରିଟେଲ ଚେନ୍‌ ‘ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ’କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ମାନ୍ୟତା ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଡିଲଏଟ୍‌ର ଗ୍ଲୋବାଲ ପାୱାର ଅଫ୍‌ ଲକଜ୍ୟୁରି ଗୁଡ୍‌ସ-୨୦୨୩ ର଼୍ୟାଙ୍କିଙ୍ଗରେ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ ୧୯ ତମ ସ୍ଥାନ ହାସଲ କରିଛି। ଏପରିକି ଭାରତରେ ମଧ୍ୟ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ ଶ୍ରେଷ୍ଠ ପ୍ରଦର୍ଶନ ସହ ଶୀର୍ଷ ସ୍ଥାନରେ ରହିଛି। ସେହିଭଳି ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ବିଶ୍ୱସ୍ତରରେ ବିକ୍ରି ଏବଂ ବ୍ରାଣ୍ଡ୍‌ ମୂଲ୍ୟରେ ଅନନ୍ୟ ପ୍ରଦର୍ଶନ ବ୍ରାଣ୍ଡ୍‌କୁ ଏହି ସ୍ବତନ୍ତ୍ର ତାଲିକାରେ ସ୍ଥାନ ଦେବା ସହିତ ବ୍ରାଣ୍ଡ୍‌ ପାଇଁ ଏକ ଉଲ୍ଲେଖନୀୟ ସଫଳତା ହୋଇଛି, ଡିଲ୍‌ଏଟ ଗ୍ଲୋବାଲ ପାୱାର୍ସ ଅଫ ଲକଜ୍ୟୁରି ଗୁଡ୍‌ସ ର଼୍ୟାଙ୍କିଙ୍ଗ ତାଲିକା ଜୁଏଲେରି, ପୋଷାକ, ଘଣ୍ଟା ଏବଂ ସୌନ୍ଦର୍ଯ୍ୟ ଉପତ୍ାଦଗୁଡିକର ବିଶ୍ୱସ୍ତରରେ ବିକ୍ରି ଏବଂ ବ୍ରାଣ୍ଡ୍‌ ମୂଲ୍ୟବୋଧ ସମ୍ପର୍କରେ ଆକଳନ କରି ସଂକଳନ କରାଯାଉଛି। ଡିଲ୍‌ଏଟର ରିପୋର୍ଟ ଅନୁଯାୟୀ, ଭାରତର ଜୁଏଲେରି ରିଟେଲିଂ କ୍ଷେତ୍ରରେ ହେଉଥିବା ଗତିଶୀଳ ପରିର୍ବତ୍ତନ ସମ୍ପର୍କରେ ଆଲୋକପାତ କରୁଛି, ଯାହା ବିଶ୍ୱର ଦ୍ୱିତୀୟ ସର୍ବବୃହତ ବଜାର ଏବଂ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଭଳି ଏକ ଅଗ୍ରଣୀ ରିଟେଲ ଚେନ୍‌ ଭାବେ ଘରୋଇ ବଜାରରେ ଉଭା ହୋଇଛି। ବିଗତ ତିରିଶ ବର୍ଷର ଉତ୍କର୍ଷକୁ ନେଇ ଏହି ବ୍ରାଣ୍ଡ୍‌ ଉଭୟ ସମକାଳୀନ ଏବଂ ପାରମ୍ପରିକ ଜୁଏଲେରି ଷ୍ଟାଇଲଗୁଡିକର ଏକ ବ୍ୟାପକ ସମ୍ଭାରରେ ଭରପୂର ହୋଇଛି। ନିର୍ଭରଯୋଗ୍ୟତା ଏବଂ ଶୁଦ୍ଧତା ପ୍ରତି ଏହାର ପ୍ରତିବଦ୍ଧତା ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପାଇଁ ଗ୍ରାହକଙ୍କ ପସନ୍ଦର ଏକ ସମ୍ମାନଜନକ ସ୍ଥାନ ପାଲଟିଛି।
ଏ ସମ୍ପର୍କରେ ମାଲାବାର ଗ୍ରୁପର ଚେୟାରମ୍ୟାନ ଏମ.ପି. ଅହମ୍ମଦ କହିଛନ୍ତି, ଡିଲଏଟ ଦ୍ୱାରା ପ୍ରକାଶିତ ର଼୍ୟାଙ୍କିଙ୍ଗ ସହିତ ବିଶ୍ୱମଞ୍ଚରେ ସମ୍ମାନିତ ହେବା ଆମ ପାଇଁ ଗୌରବ ଓ ସମ୍ମାନର ବିଷୟ ପାଲଟିଛି। ଏହି ସଫଳତାର ଗୁଣମାନ, ସ୍ବଚ୍ଛତା ଏବଂ ଗ୍ରାହକ ସନ୍ତୁଷ୍ଟି ଦିଗରେ ଆମର ଦୃଢ଼ ପ୍ରତିବଦ୍ଧତାର ଏକ ବଳିଷ୍ଠ ନିଦର୍ଶନ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଆମେ ଆମର ପରିସୀମାକୁ ପରିବ୍ୟାପ୍ତ କରି ଶିଳ୍ପରେ ନୂଆ ମାନଦଣ୍ଡ ସ୍ଥାପନ କରିବା ଦିଗରେ ଏକନିଷ୍ଠ ରହିଛୁ।

The post ଭାରତରେ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ ଶ୍ରେଷ୍ଠ appeared first on Dharitri Odia News.