ଆଜି ଆସିବ ସୁଭଦ୍ରା ଟଙ୍କା, ଆସିଲା ବଡ଼ ଖବର!

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ): ସୁଭଦ୍ରା ଯୋଜନାରେ ବାଦ୍‌ ପଡ଼ିଥିବା ୨୫% ମହିଳାଙ୍କୁ ରବିବାର ଟଙ୍କା ମିଳିବ। ନଭେମ୍ବର ୨୪ରେ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଭିନ୍ନ କାରଣରୁ ‘ସୁଭଦ୍ରା’ରୁ ବାଦ୍‌ ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଆବେଦନ ଆଉ ଥରେ ଯାଞ୍ଚ ସରିଛି। ଏଥିପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଦାୟିତ୍ୱ ଦିଆଯାଇଥିଲା। ରିପୋର୍ଟ ଆସିବା ପରେ ୨୫ ପ୍ରତିଶତ […] The post ଆଜି ଆସିବ ସୁଭଦ୍ରା ଟଙ୍କା, ଆସିଲା ବଡ଼ ଖବର! appeared first on Dharitri Odia News.

ଆଜି ଆସିବ ସୁଭଦ୍ରା ଟଙ୍କା, ଆସିଲା ବଡ଼ ଖବର!

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ): ସୁଭଦ୍ରା ଯୋଜନାରେ ବାଦ୍‌ ପଡ଼ିଥିବା ୨୫% ମହିଳାଙ୍କୁ ରବିବାର ଟଙ୍କା ମିଳିବ। ନଭେମ୍ବର ୨୪ରେ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଭିନ୍ନ କାରଣରୁ ‘ସୁଭଦ୍ରା’ରୁ ବାଦ୍‌ ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଆବେଦନ ଆଉ ଥରେ ଯାଞ୍ଚ ସରିଛି। ଏଥିପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଦାୟିତ୍ୱ ଦିଆଯାଇଥିଲା। ରିପୋର୍ଟ ଆସିବା ପରେ ୨୫ ପ୍ରତିଶତ ମହିଳାଙ୍କୁ ରବିବାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି। ଅବଶିଷ୍ଟ ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍‌ ପଡ଼ିଛନ୍ତି।

ସେମାନଙ୍କ ନାମରେ ଜମିନାହିଁ, କିନ୍ତୁ ସେମାନେ ଧାନ ବିକିଛନ୍ତି। ଆଉ ଥରେ ଏହାର ଯାଞ୍ଚ ହେବ। ଆକାଉଣ୍ଟ ଓ ଆଧାର ଲିଙ୍କ୍‌ରେ ସମସ୍ୟା ଥିବା ୫ ଲକ୍ଷ ମିସ୍‌କେସ୍‌ ସମସ୍ୟାର ସମାଧାନ ହୋଇପାରି ନାହିଁ। ସେମାନଙ୍କର ଆଧାର, ଆକାଉଣ୍ଟ ଓ ମୋବାଇଲ ନମ୍ବର ସଂଯୋଗ କରିବା ପରେ ଡିସେମ୍ବର ଯୋଜନାରେ ସାମିଲ ହୋଇପାରିବେ। ସରକାରୀ ହିତାଧିକାରୀ ଘରକୁ ଘର ଯାଇ ସଚେତନ କରିବେ। ବାଦ୍‌ ପଡ଼ିଥିବା ଆବେଦନକାରୀଙ୍କୁ ସାମିଲ କରିବା ଯାଏ ପ୍ରକ୍ରିୟା ଜାରି ରହିବ। ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେବେନି। ସମସ୍ତ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଭାତୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୭ ଓ ଅକ୍ଟୋବର ୯ରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଏହି ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

The post ଆଜି ଆସିବ ସୁଭଦ୍ରା ଟଙ୍କା, ଆସିଲା ବଡ଼ ଖବର! appeared first on Dharitri Odia News.