ଓଡ଼ିଶାର ଜୀବନ୍ତ ପରିଚୟ ହେଉଛି ସମ୍ବଲପୁରୀ ଶାଢ଼ୀ: ଦାସ ବେନୁହୁର୍‌

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ସମ୍ବଲପୁରୀ ବସ୍ତ୍ରାଳୟ ସାରା ଭାରତବର୍ଷରେ ଏକ ଅଲୌକିକ ସଂସ୍ଥା। ଓଡ଼ିଶାର ଜୀବନ୍ତ ପରିଚୟ ହେଉଛି ସମ୍ବଲପୁରୀ ଶାଢ଼ୀ। ପ୍ରତ୍ୟେକ ବୁଣାକାର ହେଉଛନ୍ତି ଜଣେ ଜଣେ ଉତ୍କର୍ଷ ପ୍ରତିନିଧି। ଆଜି ବିଶ୍ୱ ଦରବାର ସମ୍ବଲପୁରୀ ବସ୍ତ୍ର ଓ ବୁଣାକାରଙ୍କୁ ଆଦର ଓ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ସହ ସମବାୟ ଆନ୍ଦୋଳନର ରୂପ ଦେଇ ପାରିଥିବା ପଦ୍ମଶ୍ରୀ ଡଃ କୃତାର୍ଥ ଆଚାର୍ଯ୍ୟଙ୍କ ଭୂମିକା ଅତୁଳନୀୟ ବୋଲି ଗୁରୁବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଆୟୋଜିତ […] The post ଓଡ଼ିଶାର ଜୀବନ୍ତ ପରିଚୟ ହେଉଛି ସମ୍ବଲପୁରୀ ଶାଢ଼ୀ: ଦାସ ବେନୁହୁର୍‌ appeared first on Dharitri Odia News.

ଓଡ଼ିଶାର ଜୀବନ୍ତ ପରିଚୟ ହେଉଛି ସମ୍ବଲପୁରୀ ଶାଢ଼ୀ: ଦାସ ବେନୁହୁର୍‌

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ସମ୍ବଲପୁରୀ ବସ୍ତ୍ରାଳୟ ସାରା ଭାରତବର୍ଷରେ ଏକ ଅଲୌକିକ ସଂସ୍ଥା। ଓଡ଼ିଶାର ଜୀବନ୍ତ ପରିଚୟ ହେଉଛି ସମ୍ବଲପୁରୀ ଶାଢ଼ୀ। ପ୍ରତ୍ୟେକ ବୁଣାକାର ହେଉଛନ୍ତି ଜଣେ ଜଣେ ଉତ୍କର୍ଷ ପ୍ରତିନିଧି। ଆଜି ବିଶ୍ୱ ଦରବାର ସମ୍ବଲପୁରୀ ବସ୍ତ୍ର ଓ ବୁଣାକାରଙ୍କୁ ଆଦର ଓ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ସହ ସମବାୟ ଆନ୍ଦୋଳନର ରୂପ ଦେଇ ପାରିଥିବା ପଦ୍ମଶ୍ରୀ ଡଃ କୃତାର୍ଥ ଆଚାର୍ଯ୍ୟଙ୍କ ଭୂମିକା ଅତୁଳନୀୟ ବୋଲି ଗୁରୁବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଆୟୋଜିତ ପଦ୍ମଶ୍ରୀ ଡଃ କୃତାର୍ଥ ଆଚାର୍ଯ୍ୟଙ୍କ ୧୨୬ତମ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ କଥାକାର ଦାସ ବେନୁହୂର୍‌ ମତବ୍ୟକ୍ତ କରିଛନ୍ତି।

ଏହା ସହିତ ସ୍ବର୍ଗତ ଆଚାର୍ଯ୍ୟଙ୍କୁ ସେ ଓଡ଼ିଆ ଜାତିର ଗର୍ବ ଓ ଗୌରବ ବୋଲି ଉଲ୍ଲେଖ କରିଥିଲେ। ଏହି ଅବସରରେ ଅବସପ୍ରାପ୍ତ ଅଧ୍ୟକ୍ଷ ଡଃ ପ୍ରଦୀପ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ହୃଷୀକେଶ ମାହାଲି ବସ୍ତ୍ରାଳୟର ଅଗ୍ରଗତି ସମ୍ବନ୍ଧରେ ବିବରଣୀ ଉପସ୍ଥାପନ କରିଥିଲେ।

ବସ୍ତ୍ରାଳୟ ସହିତ ଜଡ଼ିତ ୪ଜଣ କୁଶଳୀ ବୁଣାକାର, ଜଣେ ଉତ୍ପାଦନ କେନ୍ଦ୍ର କର୍ମଚାରୀ, ୫ଜଣ ବିକ୍ରୟ କେନ୍ଦ୍ର କର୍ମଚାରୀ ଏବଂ ଜଣେ ବିକ୍ରୟ କେନ୍ଦ୍ର ପ୍ରତିନିଧିଙ୍କୁ ତାଙ୍କର କାର୍ଯ୍ୟ ଦକ୍ଷତା ଆଧାରରେ ବସ୍ତ୍ରାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବାଣିଜ୍ୟ ଅଧିକାରୀ ହେମନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମ୍ପାଦକ ଶରତ ଲାଲ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପୂର୍ବରୁ ସକାଳ ୬ଟା ୩୦ରେ ବସ୍ତ୍ରାଳୟର ସଭାପତି ସମ୍ବିତ କୁମାର ଆଚାର୍ଯ୍ୟ ଓ ତାଙ୍କ ପରିବାରର ସଦସ୍ୟବୃନ୍ଦ ଉପସ୍ଥିତ ରହି ପଦ୍ମଶ୍ରୀ ଡଃ କୃତାର୍ଥ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

The post ଓଡ଼ିଶାର ଜୀବନ୍ତ ପରିଚୟ ହେଉଛି ସମ୍ବଲପୁରୀ ଶାଢ଼ୀ: ଦାସ ବେନୁହୁର୍‌ appeared first on Dharitri Odia News.