୩୭୦ ଆଉ କେବେ ଫେରିବ ନାହିଁ : ଶାହା
ଜମ୍ମୁ,୭ା୯: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବେ ଏକ ଇତିହାସ ପାଲଟିଯାଇଛି, ଯାହା ଆଉ କେବେ ଫେରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଇସ୍ତାହାର ଜାରି ଅବସରରେ ଶାହା କହିଛନ୍ତି, ୩୭୦ ଯୋଗୁ ଏଠାରେ ସଂରକ୍ଷଣ ବ୍ୟବସ୍ଥା ସମ୍ଭବ ନ ଥିଲା। ମହିଳା, ଦଳିତ, ଓବିସି ଏବଂ ଆଦିବାସୀମାନେ ନିଜ ଅଧିକାରରୁ ବଞ୍ଚତ୍ତ ହୋଇଥିଲେ। ଭାଜପାର ମୋଦି ସରକାର ୩୭୦କୁ […] The post ୩୭୦ ଆଉ କେବେ ଫେରିବ ନାହିଁ : ଶାହା appeared first on Dharitri Odia News.
ଜମ୍ମୁ,୭ା୯: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବେ ଏକ ଇତିହାସ ପାଲଟିଯାଇଛି, ଯାହା ଆଉ କେବେ ଫେରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଇସ୍ତାହାର ଜାରି ଅବସରରେ ଶାହା କହିଛନ୍ତି, ୩୭୦ ଯୋଗୁ ଏଠାରେ ସଂରକ୍ଷଣ ବ୍ୟବସ୍ଥା ସମ୍ଭବ ନ ଥିଲା। ମହିଳା, ଦଳିତ, ଓବିସି ଏବଂ ଆଦିବାସୀମାନେ ନିଜ ଅଧିକାରରୁ ବଞ୍ଚତ୍ତ ହୋଇଥିଲେ। ଭାଜପାର ମୋଦି ସରକାର ୩୭୦କୁ ହଟାଇ ସେମାନଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ କରିଛନ୍ତି।
ପ୍ରକାଶ ଯେ, ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ରର ମୋଦି ସରକାର ଅନୁଚ୍ଛେଦ ୩୭୦କୁ ହଟାଇ ଦେଇଥିଲେ। ଏହା ପୂର୍ବରୁ ୨୦୧୪ରେ ଜମ୍ମୁ-କଶ୍ମୀରରେ ଶେଷ ଥର ପାଇଁ ବିଧାନସଭା ଭୋଟ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ କଶ୍ମୀରବାସୀ ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରି କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ଗଢ଼ିବାକୁ ଯାଉଛନ୍ତି। ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟ ଗ୍ରହଣ କରାଯିବ। ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଏବଂ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ଏନ୍ସି ନିଜ ଘୋଷଣାପତ୍ରରେ ୩୭୦ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛି।
The post ୩୭୦ ଆଉ କେବେ ଫେରିବ ନାହିଁ : ଶାହା appeared first on Dharitri Odia News.