ବେଲ ଗଛ ଲଗାଇଛନ୍ତି କି? ତେବେ ନିଶ୍ଚୟ ଜାଣନ୍ତୁ
ବେଲପତ୍ରକୁ ଭଗବାନ ଶିବଙ୍କର ତିନି ନେତ୍ରର ପ୍ରତୀକ ବୋଲି କୁହାଯାଇଥାଏ। ସେଥିପାଇଁ ଏହି ପତ୍ର ମହାଦେବଙ୍କର ଅତି ପ୍ରିୟ ହୋଇଥାଏ। ପବିତ୍ର ମନରେ ବେଲଗଛଟିଏ ଲଗାଇଲେ ଅନେକ ଶୁଭଫଳ ମିଳିଥାଏ… * ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଅଗଣା କିମ୍ବା ବଗିଚାରେ ବେଲଗଛ ଲଗାଇଲେ ନକରାତ୍ମକ ଶକ୍ତି ନଷ୍ଟ ହୋଇ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। * ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଏହି ଗଛ ଘରର ସଦସ୍ୟମାନଙ୍କୁ ଚନ୍ଦ୍ର ଦୋଷରୁ ମୁକ୍ତ କରିଥାଏ। ମାନସମ୍ମାନ ବଢାଇବାରେ ସାହାଯ୍ୟ କରେ। * […] The post ବେଲ ଗଛ ଲଗାଇଛନ୍ତି କି? ତେବେ ନିଶ୍ଚୟ ଜାଣନ୍ତୁ appeared first on Dharitri Odia News.
ବେଲପତ୍ରକୁ ଭଗବାନ ଶିବଙ୍କର ତିନି ନେତ୍ରର ପ୍ରତୀକ ବୋଲି କୁହାଯାଇଥାଏ। ସେଥିପାଇଁ ଏହି ପତ୍ର ମହାଦେବଙ୍କର ଅତି ପ୍ରିୟ ହୋଇଥାଏ। ପବିତ୍ର ମନରେ ବେଲଗଛଟିଏ ଲଗାଇଲେ ଅନେକ ଶୁଭଫଳ ମିଳିଥାଏ…
* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଅଗଣା କିମ୍ବା ବଗିଚାରେ ବେଲଗଛ ଲଗାଇଲେ ନକରାତ୍ମକ ଶକ୍ତି ନଷ୍ଟ ହୋଇ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।
* ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଏହି ଗଛ ଘରର ସଦସ୍ୟମାନଙ୍କୁ ଚନ୍ଦ୍ର ଦୋଷରୁ ମୁକ୍ତ କରିଥାଏ। ମାନସମ୍ମାନ ବଢାଇବାରେ ସାହାଯ୍ୟ କରେ।
* ଘରେ ବେଲଗଛଟିଏ ଲଗାଇଲେ ଘରର ବାତାବରଣ ଶୁଦ୍ଧ ହେବା ସହ ଗୃହ କଳହରୁ ରକ୍ଷା ମିଳିଥାଏ।
* ଘର ଅଗଣା ହେଉ ଅଥବା ଏହାର ଆଖପାଖ ଅଞ୍ଚଳରେ ବେଲଗଛ ଲାଗିଥିଲେ, ସାପ ତଥା ଅନ୍ୟ ବିଷାକ୍ତ ଜୀବଜନ୍ତୁ ପାଖ ମାଡିବାର ସମ୍ଭାବନା ପ୍ରାୟ ନଥାଏ।
* କୁହାଯାଏ, ଘରର ଉତ୍ତର ପଶ୍ଚିମ ଦିଗରେ ବେଲଗଛ ଲାଗିଥିଲେ ଯଶ ବଢିବା ସହ କରଜରୁ ଶୀଘ୍ର ମୁକ୍ତି ମିଳିଥାଏ। ଉତ୍ତର-ପୂର୍ବ ଦିଗରେ ଲାଗିଥିଲେ ସୁଖଶାନ୍ତି ବୃଦ୍ଧିପାଏ। ଆଉ ବାସସ୍ଥାନର ଠିକ୍ ମଝି ଅଂଶରେ ଲାଗିଥିଲେ, ଜୀବନରେ ମଧୁରତା ଆସିଥାଏ।
* ସେହିପରି ବିଶ୍ୱାସ ରହିଛି, ଘର ଅଗଣାରେ ବେଲଗଛଟିଏ ଲଗାଇ ତାହାକୁ ନିୟମିତ ପୂଜା କଲେ ସନ୍ତାନ ପ୍ରାପ୍ତିର ସୁଖ ମିଳିଥାଏ।
The post ବେଲ ଗଛ ଲଗାଇଛନ୍ତି କି? ତେବେ ନିଶ୍ଚୟ ଜାଣନ୍ତୁ appeared first on Dharitri Odia News.