‘ଜୀବିତ ଅଛନ୍ତି ସରବଜିତ୍‌ ସିଂଙ୍କ ହତ୍ୟାକାରୀ ସରଫରାଜ’, ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀଙ୍କ ଦାବି

  ପାକିସ୍ତାନରେ ଅଣ୍ଡରୱାର୍ଲ୍ଡ ଡନ୍ ଅମିର ସରଫରାଜ ତାମ୍ବାଙ୍କ ହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି । ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀ ଦାବି କରିଛନ୍ତି ଯେ ସରଫରାଜ ଏବେ ବି ଜୀବିତ ଅଛନ୍ତି ଏବଂ ସେ ଗୁରୁତର ଆହତ ହୋଇଛନ୍ତି । ସେପଟେ ପାକିସ୍ତାନ ସରକାରର ଜଣେ ମନ୍ତ୍ରୀ ଭାରତ ଉପରେ ଅଭିଯୋଗ ଆଣିଛନ୍ତି । କହି ରଖୁଛୁ, ୨୦୧୩ରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ ସରବଜିତ ସିଂଙ୍କୁ ହତ୍ୟା କରାଯାଇଥିଲା […] The post ‘ଜୀବିତ ଅଛନ୍ତି ସରବଜିତ୍‌ ସିଂଙ୍କ ହତ୍ୟାକାରୀ ସରଫରାଜ’, ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀଙ୍କ ଦାବି appeared first on KNews Odisha.

‘ଜୀବିତ ଅଛନ୍ତି ସରବଜିତ୍‌ ସିଂଙ୍କ ହତ୍ୟାକାରୀ ସରଫରାଜ’, ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀଙ୍କ ଦାବି
sarab

 

ପାକିସ୍ତାନରେ ଅଣ୍ଡରୱାର୍ଲ୍ଡ ଡନ୍ ଅମିର ସରଫରାଜ ତାମ୍ବାଙ୍କ ହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି । ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀ ଦାବି କରିଛନ୍ତି ଯେ ସରଫରାଜ ଏବେ ବି ଜୀବିତ ଅଛନ୍ତି ଏବଂ ସେ ଗୁରୁତର ଆହତ ହୋଇଛନ୍ତି । ସେପଟେ ପାକିସ୍ତାନ ସରକାରର ଜଣେ ମନ୍ତ୍ରୀ ଭାରତ ଉପରେ ଅଭିଯୋଗ ଆଣିଛନ୍ତି ।

କହି ରଖୁଛୁ, ୨୦୧୩ରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ ସରବଜିତ ସିଂଙ୍କୁ ହତ୍ୟା କରାଯାଇଥିଲା । ପାକିସ୍ତାନର କୋଟ ଲଖପତ ଜେଲରେ ହାଫିଜ ସଇଦଙ୍କ ଘନିଷ୍ଠ ସହଯୋଗୀ ଅମିର ସରଫରାଜ ତାମ୍ବା ସରବଜିତଙ୍କୁ ପଲିଥିନରେ ଗଳା ଚିପି ପିଟିପିଟି ହତ୍ୟା କରିଥିଲେ ।

ପାକିସ୍ତାନରେ ଅଜଣା ଆକ୍ରମଣକାରୀ ରବିବାର ତାମ୍ବାଙ୍କୁ ଗୁଳି କରି ମାରିଥିଲେ । ବର୍ତ୍ତମାନ ପାକିସ୍ତାନ ପଞ୍ଜାବ ପ୍ରଦେଶର ଜଣେ ପୋଲିସ ଅଧିକାରୀ ଦାବି କରିଛନ୍ତି ଯେ ସରଫରାଜ ତାମ୍ବା ଜୀବିତ ଅଛନ୍ତି । ଲସ୍କର-ଏ-ତାଇବା (ଏଲ୍‌ଇଟି)ର ସଂସ୍ଥାପକ ହାଫିଜ ସଇଦଙ୍କ ଘନିଷ୍ଠ ସହଯୋଗୀ ତାମ୍ବାଙ୍କୁ ସନ୍ତତ ନଗରସ୍ଥିତ ତାଙ୍କ ଘରେ ଆକ୍ରମଣକାରୀ ମୋଟରସାଇକେଲରେ ଆସି ଆକ୍ରମଣ କରିଥିଲେ । ତାମ୍ବାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

କିନ୍ତୁ ଏପଟେ ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଅପରେସନ୍ସ ଲାହୋର ସୟଦ ଅଲି ରଜା ଗଣମାଧ୍ୟମକୁ କହିଛନ୍ତି ଯେ ତାମ୍ବା ଜୀବିତ ଅଛନ୍ତି । ସେ ଗୁରୁତର ଆହତ ହୋଇଛନ୍ତି । ତେବେ ସେ କେଉଁଠାରେ ଚିକିତ୍ସିତ ହେଉଛନ୍ତି, ତାହା ଏସ୍‌ଏସ୍‌ପି କହିନାହାନ୍ତି ।

ଏହି ପୂରା ଘଟଣାକ୍ରମ ଭିତରେ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକବି ସରଫରାଜ ତାମ୍ବାଙ୍କ ହତ୍ୟା ପଛରେ ଭାରତର ହାତ ଥିବା ଆଶଙ୍କା କରିଛନ୍ତି । ସୂଚନାଯୋଗ୍ୟ, ଗତ ରବିବାର ଅପରାହ୍ନରେ ପୁରୁଣା ଲାହୋରର ସନ୍ତତ ନଗରରେ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ତାମ୍ବାଙ୍କ ଉପରକୁ ଗୁଳି ଚଳାଇଥିଲେ । ତାମ୍ବାଙ୍କ ସାନଭାଇ ଜୁନୈଦ ସରଫରାଜଙ୍କ ଅଭିଯୋଗ କ୍ରମେ ପୋଲିସ ସେମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜିକୃତ କରିଛି ।

The post ‘ଜୀବିତ ଅଛନ୍ତି ସରବଜିତ୍‌ ସିଂଙ୍କ ହତ୍ୟାକାରୀ ସରଫରାଜ’, ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀଙ୍କ ଦାବି appeared first on KNews Odisha.