ଅଖିଳେଶଙ୍କ ସପାକୁ ଆଉ ଏକ ପାର୍ଟୀରୁ ଝଟକା, ଟିକେଟ ନମିଳିବାରୁ ମେଣ୍ଟ ଭାଙ୍ଗିଲେ ସଞ୍ଜୟ ଚୌହାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳଙ୍କ ଭୂମିକା ବଦଳିବାରେ ଲାଗିଛି।ପ୍ରମୁଖ ଜାତୀୟ ଦଳ ଏବଂ ଆଞ୍ଚଳିକ ଦଳ ମଧ୍ୟରେ ଜାରି ରହିଛି ଟିକେଟ କସରତ। ସମାନ ସ୍ଥିତି ଉତ୍ତରପ୍ରଦେଶ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିଛି। ହେଲେ ଶୁକ୍ରବାର ସପାକୁ ଲାଗିଛି ଝଟକା। କାରଣ ପ୍ରତିଶ୍ରୁତ ଦେଇ ଟିକେଟ୍ ନଦେବା କାରଣରୁ ଦଳ ସପା ସହ ମେଣ୍ଟ ଭାଙ୍ଗିଛି ସଞ୍ଜୟ ସିଂହଙ୍କ ଜନବାଦୀ ପାର୍ଟୀ ସୋସିଆଲିଷ୍ଟ। ଏହା ପୂର୍ବରୁ ଟିକେଟ ନମିଳିବାରୁ ପଲ୍ଲବୀ ଏବଂ କୃଷ୍ଣା ପଟେଲଙ୍କ ଦଳ ଅପନା ଦଳ ମଧ୍ୟ ସପା ସହ ମେଣ୍ଟ ଭାଙ୍ଗିଛନ୍ତି। ସୂଚାଥାଉକି, ସଞ୍ଜୟ ଚୌହାନ ଘୋସୀ ସିଟ୍‌ରୁ ଟିକେଟ ଆଶାୟୀ ଥିଲେ। ମାତ୍ର ଗୁରୁବାର ସପା ଘୋଷୀରୁ ରାଜୀ ରାୟଙ୍କୁ ଆଶାୟୀ ଘୋଷଣା କରିଥିଲା। ଏହା ପରେ ସଞ୍ଜୟ ଚୌହାନ ସପା ସହ ମେଣ୍ଟ ଭାଙ୍ଗିବା ସହ ଘୋସୀ ଏବଂ ଉତ୍ତରପ୍ରଦେଶର ଅନେକ ସିଟ୍‌ରେ ନିଜ ଦଳର ଆଶାୟୀଙ୍କ ଘୋଷଣା କରିଛନ୍ତି।ତେବେ ସଞ୍ଜୟ ଚୌହାନ ସମାଜବାଦୀ ପାର୍ଟୀ ସହ ମେଣ୍ଟ ଭାଙ୍ଗିବା ପରେ କହିଛନ୍ତି ‘‘ ସପା ବିଜେପିର ବି ଟିମ୍‌ । ସବୁ ସିଟ୍‌ରେ ବିଜେପିକୁ ଜିତାଇବା ପାଇଁ ଭାଗବଣ୍ଟା ହେଉଛି।’’ଏହାସହ ସେ ଆହୁରି କହିଛନ୍ତି ଜନବାଦୀ ପାର୍ଟୀ ସୋସିଆଲିଷ୍ଟ ଉତ୍ତର ପ୍ରଦେଶରେ ଏକାକୀ ନିଜ ଦମ୍‌ରେ ଲଢ଼ିବେ। ସଞ୍ଜୟ ଚୌହାନ କହିଛନ୍ତି ସେ ଘୋସୀରୁ ହିଁ ସମାଜବାଦୀ ପାର୍ଟୀର ଚିହ୍ନ ସହ ନିର୍ବାଚନ ଲଢ଼ିବାକୁ ଚାହୁଥିଲେ

ଅଖିଳେଶଙ୍କ ସପାକୁ ଆଉ ଏକ ପାର୍ଟୀରୁ ଝଟକା, ଟିକେଟ ନମିଳିବାରୁ ମେଣ୍ଟ ଭାଙ୍ଗିଲେ ସଞ୍ଜୟ ଚୌହାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳଙ୍କ ଭୂମିକା ବଦଳିବାରେ ଲାଗିଛି।ପ୍ରମୁଖ ଜାତୀୟ ଦଳ ଏବଂ ଆଞ୍ଚଳିକ ଦଳ ମଧ୍ୟରେ ଜାରି ରହିଛି ଟିକେଟ କସରତ। ସମାନ ସ୍ଥିତି ଉତ୍ତରପ୍ରଦେଶ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିଛି। ହେଲେ ଶୁକ୍ରବାର ସପାକୁ ଲାଗିଛି ଝଟକା। କାରଣ ପ୍ରତିଶ୍ରୁତ ଦେଇ ଟିକେଟ୍ ନଦେବା କାରଣରୁ ଦଳ ସପା ସହ ମେଣ୍ଟ ଭାଙ୍ଗିଛି ସଞ୍ଜୟ ସିଂହଙ୍କ ଜନବାଦୀ ପାର୍ଟୀ ସୋସିଆଲିଷ୍ଟ। ଏହା ପୂର୍ବରୁ ଟିକେଟ ନମିଳିବାରୁ ପଲ୍ଲବୀ ଏବଂ କୃଷ୍ଣା ପଟେଲଙ୍କ ଦଳ ଅପନା ଦଳ ମଧ୍ୟ ସପା ସହ ମେଣ୍ଟ ଭାଙ୍ଗିଛନ୍ତି। 

ସୂଚାଥାଉକି, ସଞ୍ଜୟ ଚୌହାନ ଘୋସୀ ସିଟ୍‌ରୁ ଟିକେଟ ଆଶାୟୀ ଥିଲେ। ମାତ୍ର ଗୁରୁବାର ସପା ଘୋଷୀରୁ ରାଜୀ ରାୟଙ୍କୁ ଆଶାୟୀ ଘୋଷଣା କରିଥିଲା। ଏହା ପରେ ସଞ୍ଜୟ ଚୌହାନ ସପା ସହ ମେଣ୍ଟ ଭାଙ୍ଗିବା ସହ ଘୋସୀ ଏବଂ ଉତ୍ତରପ୍ରଦେଶର ଅନେକ ସିଟ୍‌ରେ ନିଜ ଦଳର ଆଶାୟୀଙ୍କ ଘୋଷଣା କରିଛନ୍ତି।ତେବେ ସଞ୍ଜୟ ଚୌହାନ ସମାଜବାଦୀ ପାର୍ଟୀ ସହ ମେଣ୍ଟ ଭାଙ୍ଗିବା ପରେ କହିଛନ୍ତି ‘‘ ସପା ବିଜେପିର ବି ଟିମ୍‌ । ସବୁ ସିଟ୍‌ରେ ବିଜେପିକୁ ଜିତାଇବା ପାଇଁ ଭାଗବଣ୍ଟା ହେଉଛି।’’

ଏହାସହ ସେ ଆହୁରି କହିଛନ୍ତି ଜନବାଦୀ ପାର୍ଟୀ ସୋସିଆଲିଷ୍ଟ ଉତ୍ତର ପ୍ରଦେଶରେ ଏକାକୀ ନିଜ ଦମ୍‌ରେ ଲଢ଼ିବେ। ସଞ୍ଜୟ ଚୌହାନ କହିଛନ୍ତି ସେ ଘୋସୀରୁ ହିଁ ସମାଜବାଦୀ ପାର୍ଟୀର ଚିହ୍ନ ସହ ନିର୍ବାଚନ ଲଢ଼ିବାକୁ ଚାହୁଥିଲେ କିନ୍ତୁ ଅଖିଳେଶ ଯାଦବ ତାଙ୍କୁ ଆଶ୍ବସନା ଦେଉଥିଲେ କିନ୍ତୁ ଟିକେଟ ଦେବା ସମୟରେ ସେ ରାଜୀବ ରାୟଙ୍କୁ ଟିକେଟ ଦେଇଥିଲେ।

ସଞ୍ଜୟ ଆହୁରି କହିଛନ୍ତି ‘‘ନିର୍ବାଚନ ଜିତିବା ପାଇଁ ଲଢ଼ୁନାହାଁନ୍ତି ବରଂ ନିଜ ସମାଜର ଭୋଟକୁ ଏକଜୁଟ୍ କରିବା ପାଇଁ ନିର୍ବାଚନ ଲଢ଼ୁଛନ୍ତି। ବିଜେପି ସହ କୌଣସି ପରିସ୍ଥିତିରେ ଯିବେନାହିଁ କାରଣ ଯେଉଁମାନେ ବିଜେପି ଯାଉଛନ୍ତି ସେମାନେ ନିଜ ଏବଂ ନିଜ ହକ୍‌ କଥା ସେହି ଦଳରେ ରଖିପାରନ୍ତିନାହିଁ।’’