ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌, ୭ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର ୧୧।୦୨ : ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ପଡିଛନ୍ତତି ହସିଲଦାର । ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଏକାସାଙ୍ଗେ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚାଲିଛି ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ । ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱରର ଶୈଳଶ୍ରୀ ବିହାର, ରୁଦ୍ରପୁର, ଡୁମୁଡୁମା ଅଞ୍ଚଳରେ ଥିବା ଘର ଏବଂ ବାଲେଶ୍ୱରର ସୋର, ରେମୁଣା, ବାଲେଶ୍ୱର ସଦର ଆଦି ଅଞ୍ଚଳରେ ଥିବା ବାସ ସ୍ଥାନ ରହିଛି। ବର୍ତ୍ତମାନ ଯାଏଁ କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି । ତେବେ ଏହି ଚଢାଉରେ ୬ ଜଣ ଡିଏସ୍‌ପି, ୩ଜଣ ଇନ୍‌ସପେକ୍ଟର, ୧୦ ଜଣ ଏଏସ୍‌ଆଇଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । 

ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌, ୭ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର ୧୧।୦୨ : ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ପଡିଛନ୍ତତି ହସିଲଦାର । ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଏକାସାଙ୍ଗେ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚାଲିଛି ଚଢାଉ । 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ । ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱରର ଶୈଳଶ୍ରୀ ବିହାର, ରୁଦ୍ରପୁର, ଡୁମୁଡୁମା ଅଞ୍ଚଳରେ ଥିବା ଘର ଏବଂ ବାଲେଶ୍ୱରର ସୋର, ରେମୁଣା, ବାଲେଶ୍ୱର ସଦର ଆଦି ଅଞ୍ଚଳରେ ଥିବା ବାସ ସ୍ଥାନ ରହିଛି। ବର୍ତ୍ତମାନ ଯାଏଁ କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି । ତେବେ ଏହି ଚଢାଉରେ ୬ ଜଣ ଡିଏସ୍‌ପି, ୩ଜଣ ଇନ୍‌ସପେକ୍ଟର, ୧୦ ଜଣ ଏଏସ୍‌ଆଇଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।