ଆଧାରକାର୍ଡ ଅପ୍ଡେଟ୍ ଡେଡ୍ ଲାଇନ ବଢ଼ାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ମାଗଣାରେ ଆଧାର କାର୍ଡ ସଂଶୋଧନ ସମୟକୁ ଆଉ ୩ ମାସ ବଢ଼ାଇଲା ୟୁନିକ୍ ଆଇଡିଣ୍ଟିପିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ)। ଏବେ ଆପଣ ଆପଣଙ୍କ ଆଧାରକାର୍ଡକୁ ସେପ୍ଟେମ୍ବର ୧୪ ତାରିଖରେ ପର୍ଯ୍ୟନ୍ତ ମାଗଣାରେ ଅପ୍ଟେଡ୍ କରିପାରିବେ। ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ସେପ୍ଟେମ୍ବର ୧୪ ତାରିଖ ପରେ ଆଧାର ଅପଡେଟ୍ ପାଇଁ ଚାର୍ଜ ଦେବାକୁ ପଡ଼ିବ। ଏହାପୂର୍ବରୁ ଏହି ସମୟସୀମା ୧୪ ଡିସେମ୍ବର ପର୍ଯ୍ୟନ୍ତ ଥିଲା, ପରେ ଏଥିରେ ଆଉ ୩ ମାସ ବୃଦ୍ଧି କରି ୧୪ ଜୁନ୍ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। UIDAI ୬ ସେପ୍ଟେମ୍ବର ୨୦୨୩ରେ ଜାରି କରିଥିବା ସର୍କୁଲାର ଅନୁଯାୟୀ, ଯେଉଁମାନେ ୧୦ ବର୍ଷ ପୂର୍ବେ ଆଧାର କାର୍ଡ ପାଇଥିଲେ ଏବଂ ଏହାକୁ ଥରେ ମଧ୍ୟ ଅପଡେଟ୍ କରି ନାହାଁନ୍ତି ବିଶେଷ କରି ସେହିମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଅଫିସିଆଲ୍ ୱେବ୍ସାଇଟ୍କୁ ଯାଇ କରିପେରିବେ ଅପ୍ଡେଟ୍ଆପଣ ଘରେ ବସି ନିଜର ଆଧାରକାର୍ଡ ଅପଡେଟ୍ କରିପାରିବେ। UIDAIର ଅଫିସିଆଲ୍ ୱେବସାଇଟ୍, myAadarକୁ ଯ।ଇ ନିଜେ ସମସ୍ତ ତ୍ରୁଟି ସଂଶୋଧନ କରିପାରିବେ। ଏଥିରେ, କେବଳ ଡେମୋଗ୍ରାଫିକ୍ ତଥ୍ୟ ଅନ୍ଲାଇନ୍ରେ ଅପଡେଟ୍ ହୋଇପାରିବ। ଯଦି ଆପଣ ନିଜେ ଆଧାରକୁ ଅପଡେଟ୍ କରିପାରୁ ନାହିନ୍ତି, ତେବେ ଆପଣ ନିକଟସ୍ଥ ଆଧାର କେନ୍ଦ୍ରକୁ ଯାଇ ଏହି କାର୍ଯ୍ୟ କରିପାରିବେ। କିନ୍ତୁ ଏଠାରେ ପ୍ରତ୍ୟେକ ବିବରଣୀ (ଜନସଂଖ୍ୟା ଏବଂ ବାୟୋମେଟ୍ରିକ୍ ଡାଟା) ଅପଡେଟ
ନୂଆଦିଲ୍ଲୀ: ମାଗଣାରେ ଆଧାର କାର୍ଡ ସଂଶୋଧନ ସମୟକୁ ଆଉ ୩ ମାସ ବଢ଼ାଇଲା ୟୁନିକ୍ ଆଇଡିଣ୍ଟିପିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ)। ଏବେ ଆପଣ ଆପଣଙ୍କ ଆଧାରକାର୍ଡକୁ ସେପ୍ଟେମ୍ବର ୧୪ ତାରିଖରେ ପର୍ଯ୍ୟନ୍ତ ମାଗଣାରେ ଅପ୍ଟେଡ୍ କରିପାରିବେ। ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ସେପ୍ଟେମ୍ବର ୧୪ ତାରିଖ ପରେ ଆଧାର ଅପଡେଟ୍ ପାଇଁ ଚାର୍ଜ ଦେବାକୁ ପଡ଼ିବ।
ଏହାପୂର୍ବରୁ ଏହି ସମୟସୀମା ୧୪ ଡିସେମ୍ବର ପର୍ଯ୍ୟନ୍ତ ଥିଲା, ପରେ ଏଥିରେ ଆଉ ୩ ମାସ ବୃଦ୍ଧି କରି ୧୪ ଜୁନ୍ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା।
UIDAI ୬ ସେପ୍ଟେମ୍ବର ୨୦୨୩ରେ ଜାରି କରିଥିବା ସର୍କୁଲାର ଅନୁଯାୟୀ, ଯେଉଁମାନେ ୧୦ ବର୍ଷ ପୂର୍ବେ ଆଧାର କାର୍ଡ ପାଇଥିଲେ ଏବଂ ଏହାକୁ ଥରେ ମଧ୍ୟ ଅପଡେଟ୍ କରି ନାହାଁନ୍ତି ବିଶେଷ କରି ସେହିମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି।
ଅଫିସିଆଲ୍ ୱେବ୍ସାଇଟ୍କୁ ଯାଇ କରିପେରିବେ ଅପ୍ଡେଟ୍
ଆପଣ ଘରେ ବସି ନିଜର ଆଧାରକାର୍ଡ ଅପଡେଟ୍ କରିପାରିବେ। UIDAIର ଅଫିସିଆଲ୍ ୱେବସାଇଟ୍, myAadarକୁ ଯ।ଇ ନିଜେ ସମସ୍ତ ତ୍ରୁଟି ସଂଶୋଧନ କରିପାରିବେ। ଏଥିରେ, କେବଳ ଡେମୋଗ୍ରାଫିକ୍ ତଥ୍ୟ ଅନ୍ଲାଇନ୍ରେ ଅପଡେଟ୍ ହୋଇପାରିବ। ଯଦି ଆପଣ ନିଜେ ଆଧାରକୁ ଅପଡେଟ୍ କରିପାରୁ ନାହିନ୍ତି, ତେବେ ଆପଣ ନିକଟସ୍ଥ ଆଧାର କେନ୍ଦ୍ରକୁ ଯାଇ ଏହି କାର୍ଯ୍ୟ କରିପାରିବେ। କିନ୍ତୁ ଏଠାରେ ପ୍ରତ୍ୟେକ ବିବରଣୀ (ଜନସଂଖ୍ୟା ଏବଂ ବାୟୋମେଟ୍ରିକ୍ ଡାଟା) ଅପଡେଟ୍ କରିବା ପାଇଁ ଆପଣଙ୍କୁ ୫୦ ଟଙ୍କା ଦେୟ ଦେବାକୁ ପଡିବ।
ଅନଇନ୍ରେ ଆଧାର ଅପଡେଟ୍ କରିବାକୁ ହେଲେ ଆପଣଙ୍କର ମୋବାଇଲ୍ ନମ୍ବର ଅପଡେଟ୍ ହୋଇଥିବା ଆବଶ୍ୟକ। ନହେଲେ ଆଧାର ଅନଲାଇନରେ ଅପଡେଟ୍ ହେବ ନାହିଁ। କେବଳ ଆଧାର କେନ୍ଦ୍ରରେ ମୋବାଇଲ୍ ନମ୍ବର ଅପଡେଟ୍ ହୋଇପାରିବ। ଡିଟେଲ୍ସ ଅପଡେଟ୍ କରିବା ପରେ, ଆପଣଙ୍କୁ ଏକ ସର୍ଭିସ ରିକୁଏଷ୍ଟ ନମ୍ବର ମିଳିବ। ଏହି ଏହା ମାଧ୍ୟମରେ ଆପଣ ଯାଞ୍ଚ କରିପାରିବେ ଯେ ସବିଶେଷ ତଥ୍ୟ ଆପଣଙ୍କ ଆଧାରରେ କେବେ ଅପଡେଟ୍ ହେବ।