ଓଲଟିଲା ଟାଟା ମ୍ୟାଜିକ୍ ଭ୍ୟାନ୍ : ଜଣେ ମହିଳାଙ୍କ ସମେତ ୨ ମୃତ, ୫ ଆହତ

ଭଞ୍ଜନଗର ୧୩।୫: ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଭ୍ୟାନ୍ । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅନ୍ତର୍ଗତ ଗାଙ୍ଗପୁର ଥାନା କାଳିଆ ଗୋଡ଼ା ନିକଟରେ ଦୁର୍ଘଟଣା ଘଟିଛି ।ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଙ୍ଗପୁର ଥାନା କାଳିଆଗୋଡ଼ା ନିକଟରେ ଏକ ଟାଟା ମ୍ୟାଜିକ୍ ଭ୍ୟାନ୍ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଦୁର୍ଘଟଣା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସୋରଡ଼ାରୁ ବଡବର୍ସିଙ୍ଗ ଭୋଜି ଖାଇ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ମହିଳା ଓ ନାବାଳକ ରହିଛନ୍ତି । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ଦୁଇ ଜଣ ଚନ୍ଦ୍ରମା ଗୌଡ଼ ଓ ବାଦଲ ଗୌଡ଼ ବୋଲି ଜଣାପଡିଛି ।You Can Read:ରାଜଧାନୀରେ ଆମ ବସ୍ ସେବା ଠପ, ଯାତ୍ରୀ ହନ୍ତସନ୍ତ

ଓଲଟିଲା ଟାଟା ମ୍ୟାଜିକ୍ ଭ୍ୟାନ୍ : ଜଣେ ମହିଳାଙ୍କ ସମେତ ୨ ମୃତ, ୫ ଆହତ

ଭଞ୍ଜନଗର ୧: ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଭ୍ୟାନ୍ । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅନ୍ତର୍ଗତ ଗାଙ୍ଗପୁର ଥାନା କାଳିଆ ଗୋଡ଼ା ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଙ୍ଗପୁର ଥାନା କାଳିଆଗୋଡ଼ା ନିକଟରେ ଏକ ଟାଟା ମ୍ୟାଜିକ୍ ଭ୍ୟାନ୍ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଦୁର୍ଘଟଣା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । 

ତେବେ ସୋରଡ଼ାରୁ ବଡବର୍ସିଙ୍ଗ ଭୋଜି ଖାଇ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ମହିଳା ଓ ନାବାଳକ ରହିଛନ୍ତି । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ଦୁଇ ଜଣ ଚନ୍ଦ୍ରମା ଗୌଡ଼ ଓ ବାଦଲ ଗୌଡ଼ ବୋଲି ଜଣାପଡିଛି ।

You Can Read:

ରାଜଧାନୀରେ ଆମ ବସ୍ ସେବା ଠପ, ଯାତ୍ରୀ ହନ୍ତସନ୍ତ