ପ୍ରବାସୀ ଓଡ଼ିଆଙ୍କ ଭକ୍ତି-ଆବେଗର ପ୍ରମାଣ, ହିମାଚଳ ପ୍ରଦେଶ ପ୍ରାଗ୍‌ପୁର ଜଗନ୍ନାଥ ମନ୍ଦିର

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ କାଙ୍ଗ୍ରା ଜିଲ୍ଲାର ଐତିହ୍ୟ ଗ୍ରାମ ପ୍ରାଗପୁର । ଏଠାରେ ପ୍ରବାସୀ ଓଡ଼ିଆଙ୍କ ଉଦ୍ୟମରେ ଗଢ଼ିଉଠିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର । ୨୦୧୭ ମସିହା ଏପ୍ରିଲ ୨୯ ତାରିଖରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା । ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏଠାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଥିବା ସମୟରେ ନିଜ ଘରେ ମହାପ୍ରଭୁଙ୍କୁ ପୂଜା କରୁଥିଲେ। ଅନ୍ୟପଟେ ସେ   ପୁରୀ ଶ୍ରୀମନ୍ଦିରର ଦେଉଳ ପୁରୋହିତ ମଧ୍ୟ ।   ତେଣୁ ମନରେ ଇଚ୍ଛା ଥାଏ, ଏଠାରେ ମହାପ୍ରଭୁଙ୍କ ଛୋଟ ମନ୍ଦିରଟିଏ ହୁଅନ୍ତା କି ? ଏହି ଉଦ୍ଦେଶ୍ୟ ନେଇ ଏକଦା କିଛି ସ୍ଥାନୀୟ ଲୋକେ ଏକାଠି ହେଲେ । ଏହି କାର୍ଯ୍ୟରେ ତାଙ୍କର କିଛି ଛାତ୍ର ମଧ୍ୟ ସହଯୋଗ କଲେ । ସମସ୍ତଙ୍କ ଉଦ୍ୟମରେ ପ୍ରାଗପୁରଠାରେ ବ୍ୟାସ ନଈ କୂଳରେ ପ୍ରତିଷ୍ଠା ହୋଇଥିଲା ଏହି ମନ୍ଦିରଟି । ନିଜେ ଶ୍ରୀମନ୍ଦିର ପୁରୋହିତ ହୋଇଥିବାରୁ ପୂର୍ଣ୍ଣଚନ୍ଦ୍ର ଠାକୁରଙ୍କ ସମସ୍ତକାର୍ଯ୍ୟ ସଠିକ ପ୍ରସ୍ତୁତ କରିବା  ସହଜ ହୋଇଯାଇଥିଲା ।ତେଣୁ ଶ୍ରୀମନ୍ଦିର ଅନୂରୂପ ଏଠାରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଆସୁଛି । ଅନତି ଉଚ୍ଚ ଏହି ମନ୍ଦିରଟି ମାତ୍ର ୧୭ ଫୁଟ । ଗର୍ଭଗୃହରେ ମଦନମୋହନଙ୍କ ସମେତ ଆଠ ମୂର୍ତ୍ତି ପୂଜା ପାଉଛନ୍ତି ।   ମନ୍ଦିର କାନ୍ଥରେ ପାର୍ଶ୍ୱଦେବତା ଭାବେ ବାମନ, ନୃସିଂହ  ଓ ବରାହ ସ୍ଥାନ ନେଇଛନ୍ତି । ପଞ୍ଚମୁଖୀ ହନୁମାନ , ଶନି ମନ୍ଦିର ଓ ଏକ ମଣ୍ଡପ

ପ୍ରବାସୀ ଓଡ଼ିଆଙ୍କ ଭକ୍ତି-ଆବେଗର ପ୍ରମାଣ, ହିମାଚଳ ପ୍ରଦେଶ ପ୍ରାଗ୍‌ପୁର ଜଗନ୍ନାଥ ମନ୍ଦିର

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ କାଙ୍ଗ୍ରା ଜିଲ୍ଲାର ଐତିହ୍ୟ ଗ୍ରାମ ପ୍ରାଗପୁର । ଏଠାରେ ପ୍ରବାସୀ ଓଡ଼ିଆଙ୍କ ଉଦ୍ୟମରେ ଗଢ଼ିଉଠିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର । ୨୦୧୭ ମସିହା ଏପ୍ରିଲ ୨୯ ତାରିଖରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା । ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏଠାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଥିବା ସମୟରେ ନିଜ ଘରେ ମହାପ୍ରଭୁଙ୍କୁ ପୂଜା କରୁଥିଲେ। ଅନ୍ୟପଟେ ସେ   ପୁରୀ ଶ୍ରୀମନ୍ଦିରର ଦେଉଳ ପୁରୋହିତ ମଧ୍ୟ ।   ତେଣୁ ମନରେ ଇଚ୍ଛା ଥାଏ, ଏଠାରେ ମହାପ୍ରଭୁଙ୍କ ଛୋଟ ମନ୍ଦିରଟିଏ ହୁଅନ୍ତା କି ? 

ଏହି ଉଦ୍ଦେଶ୍ୟ ନେଇ ଏକଦା କିଛି ସ୍ଥାନୀୟ ଲୋକେ ଏକାଠି ହେଲେ । ଏହି କାର୍ଯ୍ୟରେ ତାଙ୍କର କିଛି ଛାତ୍ର ମଧ୍ୟ ସହଯୋଗ କଲେ । ସମସ୍ତଙ୍କ ଉଦ୍ୟମରେ ପ୍ରାଗପୁରଠାରେ ବ୍ୟାସ ନଈ କୂଳରେ ପ୍ରତିଷ୍ଠା ହୋଇଥିଲା ଏହି ମନ୍ଦିରଟି । ନିଜେ ଶ୍ରୀମନ୍ଦିର ପୁରୋହିତ ହୋଇଥିବାରୁ ପୂର୍ଣ୍ଣଚନ୍ଦ୍ର ଠାକୁରଙ୍କ ସମସ୍ତକାର୍ଯ୍ୟ ସଠିକ ପ୍ରସ୍ତୁତ କରିବା  ସହଜ ହୋଇଯାଇଥିଲା ।

ତେଣୁ ଶ୍ରୀମନ୍ଦିର ଅନୂରୂପ ଏଠାରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଆସୁଛି । ଅନତି ଉଚ୍ଚ ଏହି ମନ୍ଦିରଟି ମାତ୍ର ୧୭ ଫୁଟ । ଗର୍ଭଗୃହରେ ମଦନମୋହନଙ୍କ ସମେତ ଆଠ ମୂର୍ତ୍ତି ପୂଜା ପାଉଛନ୍ତି ।   ମନ୍ଦିର କାନ୍ଥରେ ପାର୍ଶ୍ୱଦେବତା ଭାବେ ବାମନ, ନୃସିଂହ  ଓ ବରାହ ସ୍ଥାନ ନେଇଛନ୍ତି । ପଞ୍ଚମୁଖୀ ହନୁମାନ , ଶନି ମନ୍ଦିର ଓ ଏକ ମଣ୍ଡପ ମଧ୍ୟ ଏଠାରେ ଅଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା- ଏଠାରେ ଜଗନ୍ନାଥ ମନ୍ଦିର ତିଆରିର ବହୁ ପୂର୍ବରୁ  ୧୯୯୪ ମସିହାରେ ଏକ ଶିବ ମନ୍ଦିର ନିର୍ମାଣ କରାଯାଇଥିଲା ।

ତେଣୁ ଜଗନ୍ନାଥଙ୍କ ସ୍ଥାପନ ପରେ ଏହା ହରିହର କ୍ଷେତ୍ର ଭାବେ  ବିଦିତ ହେଲା ।  ପ୍ରତ୍ୟେକ ଦିନ ଶତାଧିକ ଲୋକଙ୍କର ଏଠାରେ ସମାଗମ ହୁଏ । ସଂଧ୍ୟା ଆଳତି ପୀଠରେ ମହାପ୍ରଭୁଙ୍କୁ ଦର୍ଶନର ପ୍ରକୃଷ୍ଟ  ସମୟ ।  ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ଏଠାରେ ରଥଯାତ୍ରା ପ୍ରତିବର୍ଷ ହୋଇଆସୁଥିଲା । ଏହା ପରେ ଦୁଇବର୍ଷ  କୋଭିଡ କାରଣରୁ ରଥଯାତ୍ରା  ବନ୍ଦ ରହିଥିଲା । ୨୦୨୨ରେ ରଥଯାତ୍ରା ଖୁବ ଛୋଟ ଧରଣର କରାଯାଇଥିଲା । ପରେ ଏହାକୁ ଯଥାରୀତି ପାଳନର ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରାକୁ ଏଠାରେ ପ୍ରାୟ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ରଥ ଟାଣନ୍ତି ।   ସାଧାରଣତଃ ଏଠାରୁ ରଥରେ ଠାକୁର  ଦୁଇ କିଲୋମିଟର ଦୂର ବୁଟେଲ୍‌କୁ ଯାତ୍ରା କରିଥାଆନ୍ତି । ସେଠାରେ ଏକ ବଡ ହଲକୁ ଅସ୍ଥାୟୀ ରହଣୀସ୍ଥଳ ଭାବେ ବ୍ୟବହାର କରାଯାଏ । ମାତ୍ର ସେଠି ଠାକୁରଙ୍କ ଠାରେ ଶଙ୍କୁଡ଼ି ଭୋଗ ନହୋଇ ଶୁଖିଲା ଭୋଗ ହୋଇଥାଏ । ରଥରେ ଠାକୁରଙ୍କ ଠାରେ ଛେରାପହଁରା କରନ୍ତି- ସେଠାର ହିମାଚଳ ପ୍ରଦେଶ ରାଜପରିବାରର ଲଳିତ ଠାକୁର ।  ପ୍ରତିଦିନ ଅନ୍ନପ୍ରସାଦ ବାହାରେ । ଯାନିଯାତ୍ରା ମଧ୍ୟରେ ପ୍ରଭୁଙ୍କର ସ୍ନାନଯାତ୍ରା, ରଥଯାତ୍ରା, ଶୀତଳଷଷ୍ଠୀ , ଜନ୍ମାଷ୍ଟମୀ , ଦଶହରା , ଦୋଳ ଓ ପୁଷ୍ୟାଭିଷେକ ପ୍ରଭୃତି ପଳିତ ହୁଏ । ଅକ୍ଷୟ ତୃତୀୟା ମହାପ୍ରଭୁଙ୍କର ପ୍ରତିଷ୍ଠା ଦିବସ । ଝୁଲଣ  ପୀଠର ଏକ ବଡ଼ଯାତ୍ରା । ରଥଯାତ୍ରାକୁ ଏଠାରେ କାଂଗ୍ରାଧାମ ଅନୁଷ୍ଠିତ ହୁଏ । ବହୁ ଲୋକ ଏକାଠି ହୋଇ ପ୍ରସାଦସେବନ କରନ୍ତି ।   ଦୀନେଶ କୌଲ ନାମରେ ଏଠାର ଜଣେ ଧନାଢ୍ୟ ବ୍ୟକ୍ତି ଠାକୁରଙ୍କ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରନ୍ତି । 

ହିମାଚଳ ପ୍ରଦେଶର ବହୁ ପ୍ରବାସୀ ଓଡ଼ିଆଙ୍କ ମନ ଓ ହୃଦୟର ଆବେଗରେ ଜାଗା ନେଇଛନ୍ତି ମହାପ୍ରଭୁ ।   ରାଜ୍ୟରେ ଏକ ପୂର୍ଣ୍ଣାଙ୍ଗ ଜଗନ୍ନାଥ ମନ୍ଦିର ନଥିବାବେଳେ, ପ୍ରବାସୀମାନଙ୍କର ଏପରି ଉଦ୍ୟମ ଏକ ଭିନ୍ନ ପ୍ରୟାସ।