ହେମା ମାଳିନୀଙ୍କୁ ନେଇ ଅସୌଜନ୍ୟ ମନ୍ତବ୍ୟ ଦେଲେ ସୂର୍ଜେୱାଲା ! କଂଗ୍ରେସକୁ ଘେରିଲା ବିଜେପି
ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ମଥୁରା ବିଜେପି ସାଂସଦ ହେମା ମାଳିନୀଙ୍କୁ ନେଇ କଂଗ୍ରେସ ନେତା ରଣଦୀପ ସୂର୍ଜେୱାଲା ଅସୌଜନ୍ୟ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି କଂଗ୍ରେସୁକ ସମାଲୋଚନା କରିଛି ବିଜେପି। କଂଗ୍ରେସ ମହିଳା ବିରୋଧୀ ଓ ମହିଳାଙ୍କୁ ଘୃଣା କରେ ବୋଲି ବିଜେପି କହିଛି। ଅନ୍ୟପଟେ ସୂର୍ଜେୱାଲା ବିଜେପି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଭାଷଣର କିଛି ଅଂଶ କାଟି ବିଜେପି ତାକୁ ବିକୃତ କରି ଦର୍ଶାଉଛି ବୋଲି ସୂର୍ଜେୱାଲା କହିଛନ୍ତି। ତଥ୍ୟକୁ ଭୁଲ୍ଭାଲ୍ କରି ବିକୃତି କରି ମିଛ ପ୍ରଚାର କରିବା ବିଜେପିର ପୁରୁଣା ଅଭ୍ୟାସ ବୋଲି ସେ କହିଛନ୍ତି। ମନ୍ତବ୍ୟ ନେଇ ଦିଲ୍ଲି ମହିଳା କମିଶନ ସୂର୍ଜେୱାଲା ସମନ କରି ଏପ୍ରିଲ ୯ ତାରିଖରେ ଜବାବ ରଖିବାକୁ କହିଛି। ହରିଆଣାର କୈଥଲ୍ରେ ନିର୍ବାଚନ ରାଲି ବେଳେ ସୂର୍ଜେୱାଲା କହିଥିଲେ ଯେ ବିଧାୟକ ଓ ସାଂସଦ ଆମେ କାହିଁକି ବନାନ୍ତି ? ଯେମିତି ସେମାନେ ଆମ ସ୍ୱର ଉଠାଇପାରିବେ। ଏହି ପ୍ରସଙ୍ଗରେ ହେମାମାଳିନୀଙ୍କୁ ବିଜେପିର ମୁଗ୍ଧ ପ୍ରଂଶସକ ଦର୍ଶାଇବାକୁ ଯାଇ ରଣଦୀପ ଯେଉଁ ଶବ୍ଦର ପ୍ରୟୋଗ କରିଛନ୍ତି ତାକୁ ନେଇ ବିବାଦ ଛିଡ଼ା ହୋଇଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏହି ଭିଡିଓ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ କଂଗ୍ରେସ ମହିଳା ବିରୋଧୀ ଓ ମହିଳାଙ୍କୁ ଘୃଣା କରେ। ଏହି ପୋଷ୍ଟ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ବିଜେପି ପ୍ରବ
ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ମଥୁରା ବିଜେପି ସାଂସଦ ହେମା ମାଳିନୀଙ୍କୁ ନେଇ କଂଗ୍ରେସ ନେତା ରଣଦୀପ ସୂର୍ଜେୱାଲା ଅସୌଜନ୍ୟ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି କଂଗ୍ରେସୁକ ସମାଲୋଚନା କରିଛି ବିଜେପି। କଂଗ୍ରେସ ମହିଳା ବିରୋଧୀ ଓ ମହିଳାଙ୍କୁ ଘୃଣା କରେ ବୋଲି ବିଜେପି କହିଛି। ଅନ୍ୟପଟେ ସୂର୍ଜେୱାଲା ବିଜେପି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଭାଷଣର କିଛି ଅଂଶ କାଟି ବିଜେପି ତାକୁ ବିକୃତ କରି ଦର୍ଶାଉଛି ବୋଲି ସୂର୍ଜେୱାଲା କହିଛନ୍ତି। ତଥ୍ୟକୁ ଭୁଲ୍ଭାଲ୍ କରି ବିକୃତି କରି ମିଛ ପ୍ରଚାର କରିବା ବିଜେପିର ପୁରୁଣା ଅଭ୍ୟାସ ବୋଲି ସେ କହିଛନ୍ତି। ମନ୍ତବ୍ୟ ନେଇ ଦିଲ୍ଲି ମହିଳା କମିଶନ ସୂର୍ଜେୱାଲା ସମନ କରି ଏପ୍ରିଲ ୯ ତାରିଖରେ ଜବାବ ରଖିବାକୁ କହିଛି।
ହରିଆଣାର କୈଥଲ୍ରେ ନିର୍ବାଚନ ରାଲି ବେଳେ ସୂର୍ଜେୱାଲା କହିଥିଲେ ଯେ ବିଧାୟକ ଓ ସାଂସଦ ଆମେ କାହିଁକି ବନାନ୍ତି ? ଯେମିତି ସେମାନେ ଆମ ସ୍ୱର ଉଠାଇପାରିବେ। ଏହି ପ୍ରସଙ୍ଗରେ ହେମାମାଳିନୀଙ୍କୁ ବିଜେପିର ମୁଗ୍ଧ ପ୍ରଂଶସକ ଦର୍ଶାଇବାକୁ ଯାଇ ରଣଦୀପ ଯେଉଁ ଶବ୍ଦର ପ୍ରୟୋଗ କରିଛନ୍ତି ତାକୁ ନେଇ ବିବାଦ ଛିଡ଼ା ହୋଇଛି।
ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏହି ଭିଡିଓ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ କଂଗ୍ରେସ ମହିଳା ବିରୋଧୀ ଓ ମହିଳାଙ୍କୁ ଘୃଣା କରେ। ଏହି ପୋଷ୍ଟ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ବିଜେପି ପ୍ରବକ୍ତା ଶେହେଜାଦ ପୁନାୱାଲା ପ୍ରମୁଖ ସୂର୍ଜେୱାଲାଙ୍କୁ ସମାଲୋଚନା କରିଛନ୍ତି।
ପଢ଼ନ୍ତୁ-ରାଜ୍ୟସଭା ସାଂସଦ ରୂପେ ଶପଥ ନେଲେ ସୋନିଆ ଗାନ୍ଧି ଓ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ୧୪ ସଦସ୍ୟ
ଅନ୍ୟପଟେ ସୂର୍ଜେୱାଲା ବିଜେପି ଉପରେ ଭିଡିଓ କାଟି ମିଛ ପ୍ରଚାର କରୁଥିବା ଅଭିଯୋଗ କରିଛି। ଏଥିସହିତ ଦଳ ସୂର୍ଜେୱାଲାଙ୍କ ଭାଷଣରେ ଅନ୍ୟ ଏକ ପାର୍ଟକୁ ବି ଶେୟାର କରିଛି। ଯେଉଁଠାରେ ସେ ହେମାମାଳିନୀଙ୍କୁ ସମ୍ମାନ କରନ୍ତି ବୋଲି କହୁଛନ୍ତି। ହେମା ମାଳିନୀ ଧର୍ମେନ୍ଦ୍ରଙ୍କୁ ବିବାହ କରିଛନ୍ତି। ତେଣୁ ସେ ଆମର ବୋହୂ ବୋଲି ରଣଦୀପ କହିଛନ୍ତି।
ତାଙ୍କ ସଫେଇରେ ରଣଦୀପ କହିଛନ୍ତି “ ହେମା ମାଳିନୀ ଜୀଙ୍କୁ ଅପମାନ କରିବା କିମ୍ବା କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ। ଏଥପାଇଁ ମୁଁ ସ୍ପଷ୍ଟ ଭାବେ କହିଛି ଯେ ହେମାମାଳିନୀଙ୍କୁ ସମ୍ମାନ କରେ। ବିଜେପି ନିଜେ ମହିଳା ବିରୋଧୀ ହୋଇଥିବାରୁ ଏହି ଚଷମାରେ ସବୁ ଦେଖେ ଓ ମିଛ ପ୍ରଚାର କରେ।”
ବିଜେପି ଯୁବବିରୋଧୀ ଓ କୃଷକ ବିରୋଧୀ ନୀତୀ ଓ ପ୍ରସଙ୍ଗରୁ ଲକ୍ଷ୍ୟ ହଟାଇବାକୁ ଦଳ ଏପରି କରୁଛି ବୋଲି ସୂର୍ଜେୱାଲା କହିଛନ୍ତି। ଏତିସିହତ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗଟେ୍ କରି ସେ କହିଛନ୍ତି “ବିଜେପିର ଏହି ପିଆଦାମାନେ ପ୍ରଧାନମନ୍ତ୍ରୀଙ୍କୁ କେବେ ପଚାରିବେନି କି କାହିଁକି ସେମାନେ ୫୦ କୋଟିର ଗର୍ଲଫ୍ରେଣ୍ଡ ବୋଲି କହିଲେ। ଜଣେ ମହିଳା ସାଂସଦଙ୍କୁ ସୂର୍ପଣଖା ବୋଲି କହିଲେ? କଂଗ୍ରେସ ବିଧବା ଓ କଂଗ୍ରେସର ନେତୃତ୍ୱ ଏକ ଜର୍ସି ଗାଈ ଭଳି ବୋଲି କହି ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ୍ କଲେ।”