ଯାଜପୁରରେ ଲୋକାର୍ପିତ ହେଲା ଯଯାତି କେଶରୀ ମେଡିକାଲ କଲେଜ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମାଝୀ

ଯାଜପୁର: ଉଦଘାଟନ ହେଲା ଯଯାତି କେଶରୀ ମେଡିକାଲ କଲେଜ। ଯଯାତି କେଶରୀ ମେଡିକାଲ କଲେଜ ବଦଳରେ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ନାମରେ ହେଲା ନାମିତ। ଯାଜପୁରର ଏହି ଭେଷଜ ମହାବିଦ୍ୟାଳୟ ଓ ଅଧ୍ୟାପନା ଚିକିତ୍ସାଳୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଜିଲ୍ଲାର ସମସ୍ତ ବିଧାୟକ ଓ ବିଧାୟିକା ଏବଂ ସାଂସଦ ଉପସ୍ଥିତ ଥିଲେ।କକେଜ ଲାଗି ୫୬୦ କୋଟି ବ୍ୟୟ ବରାଦ ହୋଇଥିବାବେଳେ ୪୫୦ କୋଟି ଖର୍ଚ୍ଚ ହୋଇଛି। ବାକି କଲେଜ ଉନ୍ନତି କରାଯିବ ଏବଂ ଏଠାରେ ନର୍ସିଙ୍ଗ  କଲେଜ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଆଗକୁ ସିଟ ବଢ଼ିବ ବୋଲି କହିଛନ୍ତି । ଏହି  କଲେଜର ଯାହା ଆବଶ୍ୟକ ପୂରଣ କରାଯିବ ଏବଂ ଏହି କଲେଜ ଏକାଦଶ ହୋଇଥିବାବେଳେ ବାକି ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଖୋଲାଯିବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି । 

ଯାଜପୁରରେ ଲୋକାର୍ପିତ ହେଲା ଯଯାତି କେଶରୀ ମେଡିକାଲ କଲେଜ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମାଝୀ

ଯାଜପୁର: ଉଦଘାଟନ ହେଲା ଯଯାତି କେଶରୀ ମେଡିକାଲ କଲେଜ। ଯଯାତି କେଶରୀ ମେଡିକାଲ କଲେଜ ବଦଳରେ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ନାମରେ ହେଲା ନାମିତ। ଯାଜପୁରର ଏହି ଭେଷଜ ମହାବିଦ୍ୟାଳୟ ଓ ଅଧ୍ୟାପନା ଚିକିତ୍ସାଳୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଜିଲ୍ଲାର ସମସ୍ତ ବିଧାୟକ ଓ ବିଧାୟିକା ଏବଂ ସାଂସଦ ଉପସ୍ଥିତ ଥିଲେ।

କକେଜ ଲାଗି ୫୬୦ କୋଟି ବ୍ୟୟ ବରାଦ ହୋଇଥିବାବେଳେ ୪୫୦ କୋଟି ଖର୍ଚ୍ଚ ହୋଇଛି। ବାକି କଲେଜ ଉନ୍ନତି କରାଯିବ ଏବଂ ଏଠାରେ ନର୍ସିଙ୍ଗ  କଲେଜ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଆଗକୁ ସିଟ ବଢ଼ିବ ବୋଲି କହିଛନ୍ତି । ଏହି  କଲେଜର ଯାହା ଆବଶ୍ୟକ ପୂରଣ କରାଯିବ ଏବଂ ଏହି କଲେଜ ଏକାଦଶ ହୋଇଥିବାବେଳେ ବାକି ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଖୋଲାଯିବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି ।