ଓଡ଼ିଶା ନୂଆ ଇଭି ନୀତି ୨.୦: ୨୦୩୬ ସୁଦ୍ଧା ରାଜ୍ୟରେ ୫୦% ଇଲେକ୍ଟ୍ରିକ ଗାଡ଼ି ଗାଡ଼ାଇବାକୁ ଲକ୍ଷ୍ୟ
ଭୁବନେଶ୍ୱର,୨୫ା୬: ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଶକ୍ତି ବିଭାଗ ମିଳିତ ଭାବେ ବୁଧବାର ନୂତନ ଓଡ଼ିଶା ଇଲେକ୍ଟ୍ରିକ ଗାଡ଼ି (ଇଭି) ନୀତି ୨.୦ ଉପରେ ଏକ ଚିନ୍ତନ ବୈଠକ ଆୟୋଜନ କରିଛନ୍ତି। ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଏବଂ ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ ସହ-ଅଧ୍ୟକ୍ଷତା କରିଥିଲେ। ବୈଠକରେ ୨୦୩୬ ସୁଦ୍ଧା ରାଜ୍ୟରେ ନୂତନ ଗାଡ଼ି ଅତି କମରେ ୫୦ […] The post ଓଡ଼ିଶା ନୂଆ ଇଭି ନୀତି ୨.୦: ୨୦୩୬ ସୁଦ୍ଧା ରାଜ୍ୟରେ ୫୦% ଇଲେକ୍ଟ୍ରିକ ଗାଡ଼ି ଗାଡ଼ାଇବାକୁ ଲକ୍ଷ୍ୟ appeared first on Dharitri Odia News.
ଭୁବନେଶ୍ୱର,୨୫ା୬: ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଶକ୍ତି ବିଭାଗ ମିଳିତ ଭାବେ ବୁଧବାର ନୂତନ ଓଡ଼ିଶା ଇଲେକ୍ଟ୍ରିକ ଗାଡ଼ି (ଇଭି) ନୀତି ୨.୦ ଉପରେ ଏକ ଚିନ୍ତନ ବୈଠକ ଆୟୋଜନ କରିଛନ୍ତି। ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଏବଂ ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ ସହ-ଅଧ୍ୟକ୍ଷତା କରିଥିଲେ।
ବୈଠକରେ ୨୦୩୬ ସୁଦ୍ଧା ରାଜ୍ୟରେ ନୂତନ ଗାଡ଼ି ଅତି କମରେ ୫୦ ପ୍ରତିଶତ ବ୍ୟାଟେରୀ ଇଲେକ୍ଟ୍ରିକ ଗାଡ଼ି (ଇଭି) ରହିବା ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି। ଓଡ଼ିଶାରେ ଇଭି ଗାଡି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୧ରେ ମାତ୍ର ୧.୧୬ ପ୍ରତିଶତ ଇଭି ଗାଡି ଥିବା ବେଳେ, ଚଳିତ ବର୍ଷ ଜୁନ ୨୦ ସୁଦ୍ଧା ଏହା ୮.୭୧ ପ୍ରତିଶତକୁ ବୃଦ୍ଧି ପାଇଛି।
ବର୍ତ୍ତମାନ ରାଜ୍ୟରେ ୫୫୦ରୁ ଅଧିକ ପବ୍ଲିକ ଚାର୍ଜିଂ ଷ୍ଟେସନ (ପିସିଏସ) ରହିଛି, ଯେଉଁଥିରେ ଦୁଇ ଚକିଆ ଗାଡ଼ି ନିର୍ମାତା, ଡିସକମ ଏବଂ ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ପରିଚାଳିତ ସ୍ଥାନୀୟ ଅବସଂରଚନା ଅନ୍ତର୍ଭୁକ୍ତ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ରାଜ୍ୟର ରଣନୈତିକ ସ୍ଥାନଗୁଡ଼ିକରେ ଇଭି ଚାର୍ଜିଂ ଷ୍ଟେସନ ନିର୍ମାଣ ପାଇଁ ଏକ ଆରଏଫପି (ରିକ୍ୱେଷ୍ଟ ଫର ପ୍ରୋପୋଜାଲ) ଜାରି କରିସାରିଛନ୍ତି।
ଇଭି ବୃଦ୍ଧିକୁ ସନ୍ତୁଳିତ ଓ ଅନ୍ତର୍ଭୁକ୍ତ କରିବା ପାଇଁ ଉଭୟ ଯୋଗାଣ (ଉତ୍ପାଦନ ଇକୋସିଷ୍ଟମ) ଓ ଚାହିଦା (ଗ୍ରାହକ ପ୍ରୋତ୍ସାହନ) ଉପରେ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶା ଭାରତ ସରକାରଙ୍କ ପିଏମ ଇ-ଡ୍ରାଇଭ ଯୋଜନାର ସମ୍ପୂର୍ଣ ସଦୁପଯୋଗ କରି ଇଭି ଗ୍ରହଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବ। ବାଣିଜ୍ୟ ଓ ପରିବହନ ବିଭାଗ ଏହି ଯୋଜନାର ନିର୍ଦ୍ଦେଶିକାରେ ଅନ୍ତର୍ଭୁକ୍ତି ପାଇଁ ପରାମର୍ଶ ପ୍ରଦାନ କରିସାରିଛି।
ଓଡ଼ିଶା ଭିଜନ ୨୦୩୬ର ଅଂଶ ଭାବେ, ରାଜ୍ୟ ୨୦୩୬ ସୁଦ୍ଧା ଇଲେକ୍ଟ୍ରିକ ଓ ବିକଳ୍ପ ଇନ୍ଧନ ଗାଡ଼ିରେ ୫୦ ପ୍ରତିଶତ ଗ୍ରହଣ ହାସଲ କରିବାକୁ ଲକ୍ଷ୍ୟ ରଖିଛି।
ଇଭି ନୀତି ୨.୦ ପ୍ରସ୍ତୁତିରେ ଏକ ସଂଯୋଜିତ ଓ ଡାଟା-ଆଧାରିତ ପନ୍ଥା ଗ୍ରହଣ କରାଯାଉଛି। ବର୍ତ୍ତମାନର ନୀତିର କାର୍ଯ୍ୟକାରିତା, ଶିଳ୍ପର ମତାମତ ଏବଂ ବିଭାଗୀୟ ସମନ୍ୱୟ ଏହି ନୂତନ ନୀତିର ଭିତ୍ତିଭୂମି ହେବ। ଏହି ପଦକ୍ଷେପ ଓଡ଼ିଶାକୁ ଦେଶରେ ଏକ ମଡେଲ ଇଭି ଇକୋସିଷ୍ଟମରେ ପରିଣତ କରିବା ସହ ସବୁଜ ଗତିଶୀଳତା ପ୍ରୋତ୍ସାହନ ଏବଂ କାର୍ବନ ନିର୍ଗମନ ହ୍ରାସ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି।
The post ଓଡ଼ିଶା ନୂଆ ଇଭି ନୀତି ୨.୦: ୨୦୩୬ ସୁଦ୍ଧା ରାଜ୍ୟରେ ୫୦% ଇଲେକ୍ଟ୍ରିକ ଗାଡ଼ି ଗାଡ଼ାଇବାକୁ ଲକ୍ଷ୍ୟ appeared first on Dharitri Odia News.