ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, ଇସ୍ତଫା ଦେଲେ…

ଓଟାଓ୍ବା,୧୬।୧୨: କାନାଡାର ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ସୋମବାର ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, କାନାଡା ପାଇଁ ସର୍ବୋତ୍ତମ ମାର୍ଗ ବିଷୟରେ ସେ ଆଉ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ସହମତ ନୁହଁନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ଅର୍ଥନୈତିକ ଜାତୀୟତାବାଦକୁ ନେଇ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ତିକ୍ତତା ମଧ୍ୟରେ ତାଙ୍କ ଇସ୍ତଫା ଆସିଛି। ଫ୍ରିଲାଣ୍ଡ ମଧ୍ୟ କାନାଡାର ଅର୍ଥମନ୍ତ୍ରୀ ଅଟନ୍ତି। ସଂସଦରେ ଅର୍ଥନୈତିକ ଅପଡେଟ୍‌ ଉପସ୍ଥାପନ କରିବାର କିଛି ଘଣ୍ଟା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। […] The post ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, ଇସ୍ତଫା ଦେଲେ… appeared first on Dharitri Odia News.

ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, ଇସ୍ତଫା ଦେଲେ…

ଓଟାଓ୍ବା,୧୬।୧୨: କାନାଡାର ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ସୋମବାର ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, କାନାଡା ପାଇଁ ସର୍ବୋତ୍ତମ ମାର୍ଗ ବିଷୟରେ ସେ ଆଉ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ସହମତ ନୁହଁନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ଅର୍ଥନୈତିକ ଜାତୀୟତାବାଦକୁ ନେଇ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ତିକ୍ତତା ମଧ୍ୟରେ ତାଙ୍କ ଇସ୍ତଫା ଆସିଛି।

ଫ୍ରିଲାଣ୍ଡ ମଧ୍ୟ କାନାଡାର ଅର୍ଥମନ୍ତ୍ରୀ ଅଟନ୍ତି। ସଂସଦରେ ଅର୍ଥନୈତିକ ଅପଡେଟ୍‌ ଉପସ୍ଥାପନ କରିବାର କିଛି ଘଣ୍ଟା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ସେ ଅଗଷ୍ଟ ୨୦୨୦ଠାରୁ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ। ଫ୍ରିଲାଣ୍ଡ ଟ୍ରୁଡୋଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ଗତ କିଛି ସପ୍ତାହ ଧରି ଆପଣ ଏବଂ ମୁଁ କାନାଡା ପାଇଁ ସର୍ବୋତ୍ତମ ମାର୍ଗକୁ ନେଇ ବିବାଦରେ ଅଛନ୍ତି।

The post ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, ଇସ୍ତଫା ଦେଲେ… appeared first on Dharitri Odia News.