ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ ଇଂଲଣ୍ଡ, ଜର୍ମାନୀ, ନେଦରଲାଣ୍ଡ୍ସ ଓ ଆମେରିକା ସମେତ ୨୪ଟି ଦେଶର ଦଳ ଭାଗ ନେବେ। ଭାରତୀୟ ଖୋ ଖୋ’ର ଜାତୀୟ ମହାସଂଘ ତରଫରୁ ଶୁକ୍ରବାର ଏହା ଘୋଷଣା କରାଯାଇଛି। ଚାମ୍ପିୟନଶିପ୍‌ରେ ଭାଗ ନେଉଥିବା ଆଫ୍ରିକୀୟ ଦେଶଗୁଡ଼ିକ ମଧ୍ୟରେ ଅଛନ୍ତି ଘାନା, କେନିଆ, ଦକ୍ଷିଣ ଆଫ୍ରିକା ଓ ଉଗାଣ୍ଡା। ଏସିଆରୁ ଭାରତ […] The post ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ appeared first on Dharitri Odia News.

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ ଇଂଲଣ୍ଡ, ଜର୍ମାନୀ, ନେଦରଲାଣ୍ଡ୍ସ ଓ ଆମେରିକା ସମେତ ୨୪ଟି ଦେଶର ଦଳ ଭାଗ ନେବେ। ଭାରତୀୟ ଖୋ ଖୋ’ର ଜାତୀୟ ମହାସଂଘ ତରଫରୁ ଶୁକ୍ରବାର ଏହା ଘୋଷଣା କରାଯାଇଛି। ଚାମ୍ପିୟନଶିପ୍‌ରେ ଭାଗ ନେଉଥିବା ଆଫ୍ରିକୀୟ ଦେଶଗୁଡ଼ିକ ମଧ୍ୟରେ ଅଛନ୍ତି ଘାନା, କେନିଆ, ଦକ୍ଷିଣ ଆଫ୍ରିକା ଓ ଉଗାଣ୍ଡା। ଏସିଆରୁ ଭାରତ ବ୍ୟତୀତ ବାଂଲାଦେଶ, ଭୁଟାନ, ଇଣ୍ଡୋନେସିଆ, ମାଲେସିଆ, ଇରାନ, ନେପାଳ, ପାକିସ୍ତାନ, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କା ଆଦି ଦେଶର ଦଳ ଅଂଶଗ୍ରହଣ କରିବେ। ସେହିପରି ୟୁରୋପରୁ ଇଂଲଣ୍ଡ, ଜର୍ମାନୀ, ନେଦରଲାଣ୍ଡ୍ସ ଓ ପୋଲାଣ୍ଡ ଭାଗନେବାକୁ ଥିବାବେଳେ ଉତ୍ତର ଆମେରିକାରୁ କାନାଡା ଓ ଯୁକ୍ତରାଷ୍ଟ୍ର ଆମେରିକା ଭାଗ ନେବେ। ଦକ୍ଷିଣ ଆମେରିକାରୁ ବ୍ରାଜିଲ ଓ ପେରୁ ଏବଂ ଓସେନିଆ ଅଞ୍ଚଳରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭାଗନେବେ। ଉଭୟ ପୁରୁଷ ଓ ମହିଳା ବିଭାଗରେ ଟୁର୍ନାମେଣ୍ଟ ହେବ। ପ୍ରତ୍ୟେକ କାଟେଗୋରିରେ ୧୬ଟି ଲେଖାଏ ଦଳ ରହିବେ। ପ୍ରତିଯୋଗିତାକୁ ଯେପରି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ କରି ହେବ ସେଥିପାଇଁ ଫର୍ମାଟ ପ୍ରସ୍ତୁତ କରାଯାଇଛି। ପୁରୁଷ ବିଭାଗରେ ଘାନା, କେନିଆ ଓ ଦକ୍ଷିଣ ଆଫ୍ରିକାକୁ ଶକ୍ତିଶାଳୀ ଦଳ ଭାବେ ବିବେଚନା କରାଯାଉଛି। ଭାରତର ଏହି ପାରମ୍ପରିକ ଖେଳକୁ କିପରି ଏକ ଗ୍ଲୋବାଲ ଗେମ୍‌ରେ ପରିଣତ କରାଯାଇପାରିବ ତାହାକୁ ଦୃଷ୍ଟିରେ ରଖି ଏହି ଚାମ୍ପିୟନଶିପ୍‌ର ଆୟୋଜନ କରାଯାଇଥିବା ଖୋ ଖୋ ଫେଡେରେଶନ ଅଫ୍‌ ଇଣ୍ଡିଆ (କେକେଏଫ୍‌ଆଇ) ସଭାପତି ସୁଧାଂଶୁ ମିତ୍ତଲ ପ୍ରକାଶ କରିଛନ୍ତି।

The post ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ appeared first on Dharitri Odia News.