କଂଗ୍ରେସ ଛାଡ଼ିଲେ ଭକ୍ତ ଦାସ, ପ୍ରତିକ୍ରିୟାରେ କହିଲେ…

ଭୁବନେଶ୍ୱର,୧୦ା୬: ରାଜ୍ୟରେ ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି। ଏହା ପରେ ସୋମବାର ପଦ ଛାଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ। ନିଜ ଉପରକୁ ନୈତିକ ଦାୟିତ୍ୱ ନେଇ ସେ ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ରାଜ୍ୟରେ ଉଭୟ ବିଧାନସଭା ଓ ଲୋକ ସଭା ଆସନରେ ଦଳର ଖରାପ ପ୍ରଦର୍ଶନ ପରେ ସେ ପଦ ଛାଡ଼ିଛନ୍ତି। ଇସ୍ତଫାପତ୍ର […] The post କଂଗ୍ରେସ ଛାଡ଼ିଲେ ଭକ୍ତ ଦାସ, ପ୍ରତିକ୍ରିୟାରେ କହିଲେ… appeared first on Dharitri Odia News.

କଂଗ୍ରେସ ଛାଡ଼ିଲେ ଭକ୍ତ ଦାସ, ପ୍ରତିକ୍ରିୟାରେ କହିଲେ…

ଭୁବନେଶ୍ୱର,୧୦ା୬: ରାଜ୍ୟରେ ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି। ଏହା ପରେ ସୋମବାର ପଦ ଛାଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ। ନିଜ ଉପରକୁ ନୈତିକ ଦାୟିତ୍ୱ ନେଇ ସେ ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି।

ରାଜ୍ୟରେ ଉଭୟ ବିଧାନସଭା ଓ ଲୋକ ସଭା ଆସନରେ ଦଳର ଖରାପ ପ୍ରଦର୍ଶନ ପରେ ସେ ପଦ ଛାଡ଼ିଛନ୍ତି। ଇସ୍ତଫାପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି। କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ନିଯୁକ୍ତ କରାଯାଇଥିଲା। ଏବେ ସେ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି।

ଏନେଇ ଭକ୍ତ ଦାସ କହିଛନ୍ତି, ଆମେ ଅତି କମ୍‌ରେ ୪୦-୪୫ ସିଟ୍‌ରେ ବିଜୟ ହାସଲ କରି ପାରିଥାନ୍ତୁ। ମାତ୍ର ଦଳ ସେପରି ପ୍ରଦର୍ଶନ କରି ପାରିଲାନି। କ୍ୟାମ୍ପେନ କମିଟି ତରଫରୁ ତତ୍ପରତା ପ୍ରକାଶ ପାଇ ପାରିଲାନି। ଆମେ ଯେଉଁ ହିସାବରେ ସଭା-ସମିତି କରିବା କଥା କରି ପାରିଲୁନି। ମୁଁ ନିଜେ ନିର୍ବାଚନ ନ ଲଢ଼ିଥିଲେ ହୁଏତ ପ୍ରଚାରକୁ ଅଧିକ ତ୍ୱରାନ୍ବିତ କରି ପାରିଥାନ୍ତି। ନିର୍ବାଚନ ସମୟରେ ବରିଷ୍ଠ ନେତାଙ୍କ ବୈଠକ ହୋଇ ପାରିଲାନି। ମୋ’ ପଦ ହିସାବରେ ଆହୁରି ଅଧିକ ପ୍ରଦର୍ଶନ କରିବାର ଥିଲା, ଯାହାକି କରି ପାରିଲିନି। ସେଥିପାଇଁ ନୈତିକତା ଦୃଷ୍ଟିରୁ ମୁଁ ଦଳ ଛାଡୁଛି।

ସୂଚନାଯୋଗ୍ୟ, ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ ନିଜେ ନର୍ଲାରୁ କଂଗ୍ରେସ ଟିକେଟ୍‌ରେ ମଇଦାନକୁ ଓହ୍ଲାଇଥିଲେ। ଏଥିସହ ସେ ନିଜ ପୁଅ ସାଗର ଦାସଙ୍କୁ ଭବାନୀପାଟଣାରୁ ବି ପ୍ରାର୍ଥୀ କରିଥିଲେ। ସେ ନିଜେ ହାରି ଯାଇଥିବା ବେଳେ ପୁଅକୁ କିନ୍ତୁ ବିଜୟର ସ୍ବାଦ ଚାଖିଛନ୍ତି।

The post କଂଗ୍ରେସ ଛାଡ଼ିଲେ ଭକ୍ତ ଦାସ, ପ୍ରତିକ୍ରିୟାରେ କହିଲେ… appeared first on Dharitri Odia News.