ଲ’ କମିଶନ ଗଠନ କଲେ ରାଜ୍ୟ ସରକାର:ଜଷ୍ଟିସ ବିଶ୍ୱନାଥ ରଥ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର,୨୬ା୧୨(ଅନିଲ ଦାସ):ରାଜ୍ୟ ସରକାର ଲ’ କମିଶନ ଗଠନ କରିଛନ୍ତି। ଏ ନେଇ ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଲ’ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ବେଳେ ବରିଷ୍ଠ ଆଡ୍‌ଭୋକେଟ ସୂର୍ଯ୍ୟ ପ୍ରକାଶ ମିଶ୍ର ଓ ସୌରଚନ୍ଦ୍ର ମହାପାତ୍ର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଓଡ଼ିଶା ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ଆଇନ ବିଭାଗ ପ୍ରମୁଖ […] The post ଲ’ କମିଶନ ଗଠନ କଲେ ରାଜ୍ୟ ସରକାର:ଜଷ୍ଟିସ ବିଶ୍ୱନାଥ ରଥ ଅଧ୍ୟକ୍ଷ ନିଯୁକ୍ତ appeared first on Dharitri Odia News.

ଲ’ କମିଶନ ଗଠନ କଲେ ରାଜ୍ୟ ସରକାର:ଜଷ୍ଟିସ ବିଶ୍ୱନାଥ ରଥ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର,୨୬ା୧୨(ଅନିଲ ଦାସ):ରାଜ୍ୟ ସରକାର ଲ’ କମିଶନ ଗଠନ କରିଛନ୍ତି। ଏ ନେଇ ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଲ’ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ବେଳେ ବରିଷ୍ଠ ଆଡ୍‌ଭୋକେଟ ସୂର୍ଯ୍ୟ ପ୍ରକାଶ ମିଶ୍ର ଓ ସୌରଚନ୍ଦ୍ର ମହାପାତ୍ର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଓଡ଼ିଶା ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ଆଇନ ବିଭାଗ ପ୍ରମୁଖ ସଚିବ ଏକ୍ସ ଅଫିସିଓ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଏଥିସହିତ ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଫିସର ଲ’ କମିଶନଙ୍କ ମେମ୍ବର ସେକ୍ରେଟାରୀ ଭାବେ ନିଯୁକ୍ତ ହେବେ। ପୁନର୍ଗଠିତ ଏହି ଲ’ କମିଶନରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ଜଣ ସଦସ୍ୟ ରହିଛନ୍ତି । ଏହି କମିଟି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସର୍ବାଧିକ ୩ ବର୍ଷ ନଚେତ ୭୦ବର୍ଷ ବୟସ ହେବା ପର୍ଯ୍ୟନ୍ତ(ଯେଉଁଟି ଆଗ ପଡ଼ିବ) ବୋଲି ଜଣାପଡ଼ିଛି। ଏହି କମିଟି ରାଜ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଥିବା ବିଭିନ୍ନ ରାଜ୍ୟ ଆଇନର ତର୍ଜମା କରି ସେଦିଗରେ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ।

The post ଲ’ କମିଶନ ଗଠନ କଲେ ରାଜ୍ୟ ସରକାର:ଜଷ୍ଟିସ ବିଶ୍ୱନାଥ ରଥ ଅଧ୍ୟକ୍ଷ ନିଯୁକ୍ତ appeared first on Dharitri Odia News.