ହାତ ଟେକି ଆଣ୍ଠୁ ମାଡ଼ି ମହାବାହୁଙ୍କୁ ମୁଣ୍ଡିଆ ମାରିଲେ ରାଷ୍ଟ୍ରପତି

ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି କାଳିଆକୁ ଦେଖି ଭାବବିହ୍ବଳ ହୋଇପଡିଥିଲେ। ଏପରିକି ରାଷ୍ଟ୍ରପତି ହାତ ଟେକି ଆଣ୍ଠୁ ମାଡ଼ି ମହାପ୍ରଭୁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଦାଣ୍ଡରେ ଦାରୁଦିଅଁଙ୍କୁ ଦର୍ଶନ କରିଛନ୍ତି। The post ହାତ ଟେକି ଆଣ୍ଠୁ ମାଡ଼ି ମହାବାହୁଙ୍କୁ ମୁଣ୍ଡିଆ ମାରିଲେ ରାଷ୍ଟ୍ରପତି appeared first on Dharitri Odia News.

ହାତ ଟେକି ଆଣ୍ଠୁ ମାଡ଼ି ମହାବାହୁଙ୍କୁ ମୁଣ୍ଡିଆ ମାରିଲେ ରାଷ୍ଟ୍ରପତି

ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି କାଳିଆକୁ ଦେଖି ଭାବବିହ୍ବଳ ହୋଇପଡିଥିଲେ। ଏପରିକି ରାଷ୍ଟ୍ରପତି ହାତ ଟେକି ଆଣ୍ଠୁ ମାଡ଼ି ମହାପ୍ରଭୁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିଥିଲେ।

ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଦାଣ୍ଡରେ ଦାରୁଦିଅଁଙ୍କୁ ଦର୍ଶନ କରିଛନ୍ତି।

The post ହାତ ଟେକି ଆଣ୍ଠୁ ମାଡ଼ି ମହାବାହୁଙ୍କୁ ମୁଣ୍ଡିଆ ମାରିଲେ ରାଷ୍ଟ୍ରପତି appeared first on Dharitri Odia News.