ଭିସୁଟ୍ର ନୂଆ କୁଳପତି ନିଯୁକ୍ତ ହେଲେ ପ୍ରଫେସର ଦୀପକ କୁମାର ସାହୁ
ସମ୍ବଲପୁର,୮ା୨(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍)ରେ ନୂତନ କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ରାଜ୍ୟପାଳ ତଥା କୁଳାଧିପତି ଡ. ହରିବାବୁ କମ୍ଭମ୍ପତି ଶନିବାର ୫୯ ବର୍ଷ ବୟସ୍କ ପ୍ରଫେସର ସାହୁଙ୍କୁ ଭିସୁଟର ନୂତନ କୁଳପତି ନିଯୁକ୍ତ କରିଛନ୍ତି। ପ୍ରଫେସର ସାହୁ ବର୍ତ୍ତମାନ କୋଚିନ ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ବବିଦ୍ୟାଳୟର ସ୍କୁଲ ଅଫ୍ ଇଂଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ଓୟୁଟିଆର୍ରେ ବିଏମ୍ସି ଇଂଜିନିୟରିଂ (ସିଭିଲ)ରେ ଡିଗ୍ରୀ […] The post ଭିସୁଟ୍ର ନୂଆ କୁଳପତି ନିଯୁକ୍ତ ହେଲେ ପ୍ରଫେସର ଦୀପକ କୁମାର ସାହୁ appeared first on Dharitri Odia News.
ସମ୍ବଲପୁର,୮ା୨(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍)ରେ ନୂତନ କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ରାଜ୍ୟପାଳ ତଥା କୁଳାଧିପତି ଡ. ହରିବାବୁ କମ୍ଭମ୍ପତି ଶନିବାର ୫୯ ବର୍ଷ ବୟସ୍କ ପ୍ରଫେସର ସାହୁଙ୍କୁ ଭିସୁଟର ନୂତନ କୁଳପତି ନିଯୁକ୍ତ କରିଛନ୍ତି। ପ୍ରଫେସର ସାହୁ ବର୍ତ୍ତମାନ କୋଚିନ ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ବବିଦ୍ୟାଳୟର ସ୍କୁଲ ଅଫ୍ ଇଂଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।
ଓୟୁଟିଆର୍ରେ ବିଏମ୍ସି ଇଂଜିନିୟରିଂ (ସିଭିଲ)ରେ ଡିଗ୍ରୀ ହାସଲ ପରେ ପ୍ରଫେସର ସାହୁରେ ଏମ୍ଟେକ୍ କରିଥିଲେ। ଏହାବାଦ ସେ ଆଇଆଇଟି ରୁର୍କିରୁ ପିଏଚ୍ଡି ହାସଲ କରିଥିଲେ। ଫ୍ରାନ୍ସର ସାହୁ ଆଇନର ଏଲ୍ଏଲ୍ବି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଶିକ୍ଷାଦାନ କ୍ଷେତ୍ରରେ ପ୍ରଫେସର ସାହୁଙ୍କର ୨୪ବର୍ଷର ଅଭିଜ୍ଞତା ମଧ୍ୟରୁ ପ୍ରଫେସର ଭାବେ ୧୪ବର୍ଷର ଅଭିଜ୍ଞତା ରହିଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ, ବୋର୍ ଅଫ ଷ୍ଟଡିଜର ଅଧ୍ୟକ୍ଷ, ଡିନ ଅଫ୍ ଫାକଲ୍ଟି, ଏକାଡେମିକ କାଉନ୍ସିଲ ସଦସ୍ୟ, ସିନେଟ୍ ସଦସ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଫେସର ସାହୁଙ୍କ ଏକାଧିକ ପ୍ରଶାସନିକ ଅଭିଜ୍ଞତା ମଧ୍ୟ ରହିଛି। ଶିକ୍ଷାଗତ ସଫଳତା ମଧ୍ୟରେ ପ୍ରଫେସର ସାହୁ ପୁସ୍ତକର ସମ୍ପାଦନା ଓ ପ୍ରକାଶନ ସହିତ ୬ଟି ସନ୍ଦର୍ଭର ସମୀକ୍ଷା ଓ ୩୫ଟି ଜର୍ଣ୍ଣାଲ ଓ ପୁସ୍ତକରେ ସନ୍ଦର୍ଭ ପ୍ରକାଶନରେ ପ୍ରମୁଖ ଭୂମିକା ରହିଛି। ପ୍ରଫେସର ସାହୁଙ୍କ ଅଧୀନରେ ୬ଜଣ ଗବେଷକ ସଫଳତାର ସହ ପିଏଚ୍ଡି ହାସଲ କରିଥିବା ଜଣାପଡ଼ିଛି। କୁଳପତି ଭାବେ ପ୍ରଫେସର ସାହୁଙ୍କ ନିଯୁକ୍ତି ଭିସୁଟ୍ର ଶୈକ୍ଷିକ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବିକାଶ ସହିତ ବିଭିନ୍ନ କ୍ଷେତ୍ରରେ ତାଙ୍କର ଦକ୍ଷତା ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେବ ବୋଲି ଆଶା କରାଯାଏ।
The post ଭିସୁଟ୍ର ନୂଆ କୁଳପତି ନିଯୁକ୍ତ ହେଲେ ପ୍ରଫେସର ଦୀପକ କୁମାର ସାହୁ appeared first on Dharitri Odia News.