ପୁଣି ବିବାଦ ବଢାଇଲା ଇସ୍କନର ଅଦିନିଆ ରଥଯାତ୍ରା, ନଭେମ୍ବର ୯ରେ ଆମେରିକାର ହଷ୍ଟନରେ ରଥଯାତ୍ରା

ଭୁବନେଶ୍ୱର : ଇସ୍କନର ପୁଣି ଥରେ ଅଦିନିଆ ରଥଯାତ୍ରା । ଏଥର ଦେଶରେ ନୁହେଁ, ବିଦେଶରେ । ନଭେମ୍ବର ୯ରେ ଆମେରିକାର ହଷ୍ଟନରେ ରଥଯାତ୍ରା ନେଇ ମୁଣ୍ଡ ଟେକିଛି ବିବାଦ । ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ । ଭାରତ ବାହାରେ ଥିବା ଇସ୍କନର ଅଧକ୍ଷଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଭୁବନେଶ୍ବର ଇସ୍କନ ପକ୍ଷରୁ କୁହାଯାଇଛି । ପୂର୍ବରୁ ଚିଠି ଲେଖି ଇସ୍କନକୁ ଅଦିନରେ ରଥଯାତ୍ରା ନକରିବାକୁ […] The post ପୁଣି ବିବାଦ ବଢାଇଲା ଇସ୍କନର ଅଦିନିଆ ରଥଯାତ୍ରା, ନଭେମ୍ବର ୯ରେ ଆମେରିକାର ହଷ୍ଟନରେ ରଥଯାତ୍ରା appeared first on KNews Odisha.

ପୁଣି ବିବାଦ ବଢାଇଲା ଇସ୍କନର ଅଦିନିଆ ରଥଯାତ୍ରା, ନଭେମ୍ବର ୯ରେ ଆମେରିକାର ହଷ୍ଟନରେ ରଥଯାତ୍ରା
snnana jatra

ଭୁବନେଶ୍ୱର : ଇସ୍କନର ପୁଣି ଥରେ ଅଦିନିଆ ରଥଯାତ୍ରା । ଏଥର ଦେଶରେ ନୁହେଁ, ବିଦେଶରେ । ନଭେମ୍ବର ୯ରେ ଆମେରିକାର ହଷ୍ଟନରେ ରଥଯାତ୍ରା ନେଇ ମୁଣ୍ଡ ଟେକିଛି ବିବାଦ । ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ । ଭାରତ ବାହାରେ ଥିବା ଇସ୍କନର ଅଧକ୍ଷଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଭୁବନେଶ୍ବର ଇସ୍କନ ପକ୍ଷରୁ କୁହାଯାଇଛି । ପୂର୍ବରୁ ଚିଠି ଲେଖି ଇସ୍କନକୁ ଅଦିନରେ ରଥଯାତ୍ରା ନକରିବାକୁ କୁହାଯାଇଥିବା ବେଳେ ଏବେ ଏହି ରଥଯାତ୍ରାକୁ ନେଇ ତୀବ୍ର ବିରୋଧ ଓ ପ୍ରତିବାଦର ସ୍ବର ତେଜିଛି । ଆମେରିକାର ହଷ୍ଟନରେ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା  ।  ଜଗନ୍ନାଥ ପ୍ରେମୀ ଓ ପୁରୀ ସେବାୟତଙ୍କ ତୀବ୍ର ବିରୋଧ, ରଥଯାତ୍ରାରୁ ନିବୃତ୍ତ ରହିବାକୁ  ଦାବି କରିଛନ୍ତି।

୨୦୦୮ରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା ବୈଠକ ହୋଇଥିଲା । ଦେଶବ୍ୟାପୀ ଗୋଟିଏ ଦିନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଥିଲା । ଏହା ପରେ ସାରା ଭାରତବର୍ଷରେ ଗୋଟିଏ ଦିନରେ ହିଁ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏଥିରେ କେବେ ତ୍ରୁଟି ହୋଇନାହିଁ । ଏବେ ଆମେରିକାରେ ରଥଯାତ୍ରା ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜାଣିବାକୁ ପାଇଥିବା କହିଛନ୍ତି ଇସ୍କନ ରାଜ୍ୟ ଲୋକସଂପର୍କ ଅଧିକାରୀ । ଏନେଇ ଅନୁଧ୍ୟାନ କରାଯାଉଛି । ବିଭିନ୍ନ ଦେଶରେ ଇସ୍କନ ମହାପ୍ରଭୁଙ୍କ ପ୍ରଚାର କରିଆସିଛି। ଅନ୍ୟ ଦେଶରେ ପାଣିପାଗ ଏବଂ ନୀତି ନିୟମ ଭିନ୍ନ ରହିଥିବାରୁ ଏଭଳି ତ୍ରୁଟି ହୋଇ ଥାଇପାରେ ବୋଲି ସେ କହିଛନ୍ତି ।  ଭାରତ ବାହାରେ ଥିବା ଇସ୍କନର ଅଧକ୍ଷଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ। ଏହାସହ ଗଜପତି ମହାରାଜାଙ୍କ ସହ ମଧ୍ୟ ଆଲୋଚନା ହେବ ବୋଲି ସେ କହିଛନ୍ତି ।

ପୂର୍ବରୁ ୨୦୦୭ ଅକ୍ଟୋବର ୬ରେ ଲୁଧିଆନା ଓ ଡିସେମ୍ବର ୨୩ରେ ନୂଆଦିଲ୍ଲୀରେ ରଥାଯାତ୍ରା କରିଥିଲା ଇସ୍କନ। ସେତେବେଳେ ଏହାକୁ ନେଇ ଜୋରଦାର ପ୍ରତିବାଦ ହୋଇଥିଲା । ୨୦୦୮ ଫେବୃୟାରୀ ୧୫ରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଷାଢ଼ ଶୁକ୍ଳ ଦ୍ଵିତୀୟରେ ହିଁ ସବୁଠି ରଥଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇ ଇସ୍କନକୁ ଚିଠି ଲେଖାଯାଇଥିଲା । ଏଥିରେ ପୁରୀର ମୂଳ ବିଗ୍ରହ,ଶାସ୍ତ୍ର, ପୁରାଣ ଓ ଶ୍ରୀମନ୍ଦିର ରେକର୍ଡ଼ ଅଫ ରାଇଟ ଅନୁସାରେ ରଥଯାତ୍ରା ପାଳନ ନେଇ ନିର୍ଦ୍ଦେଶ ରହିଥିଲା ।

୨୦୦୮ ଫେବୃୟାରୀ ୨୬ ତାରିଖରେ ପଶ୍ଚିମବଙ୍ଗ ମାୟପୁର ସ୍ଥିତ ଅନ୍ତରାଷ୍ଟ୍ରୀୟ ଇସ୍କନ ସଂସ୍ଥାର ଅଧ୍ୟକ୍ଷଙ୍କୁ ଅଦିନିଆ ରଥଯାତ୍ରାରୁ ନିବୃତ ରହିବାକୁ ଚିଠି ଲେଖିଥିଲେ । ପରେ ୨୦୧୯ ସେପ୍ଟେମ୍ବର ୯ରେ ଇସ୍କନକୁ ଚିଠି ଲେଖି ଆଷାଢ଼ ଶୁକ୍ଳ ଦ୍ଵିତୀୟରେ ରଥଯାତ୍ରା ଓ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ କିମ୍ବା ଚତୁର୍ଦ୍ଦଶୀରେ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ ପରମ୍ପରା କରିବାକୁ କହିଥିଲେ ଗଜପତି ଦିବ୍ୟସିଂହ ଦେବ ।  ଚିଠିରେ ଶ୍ରୀମନ୍ଦିରର ମହାନ ପରମ୍ପରାକୁ ଉଲ୍ଲଘଂନ କରି ଅଦିନରେ ରଥାଯାତ୍ରା ନ କରିବାକୁ ଉଲ୍ଲେଖ କରିଥିଲେ । ଏହା ସତ୍ତ୍ବେ ଏବେ ପୁଣି ଥରେ ଅଦିନିଆ ରଥଯାତ୍ରା କରୁଛି ଇସ୍କନ ସଂସ୍ଥା । ଏହାକୁ ଚାରିଆଡ଼େ ତୀବ୍ର ନିନ୍ଦା ଓ ବିରୋଧ ଆରମ୍ଭ ହୋଇଛି ।

The post ପୁଣି ବିବାଦ ବଢାଇଲା ଇସ୍କନର ଅଦିନିଆ ରଥଯାତ୍ରା, ନଭେମ୍ବର ୯ରେ ଆମେରିକାର ହଷ୍ଟନରେ ରଥଯାତ୍ରା appeared first on KNews Odisha.