ସାଉଥ ଆଫ୍ରିକାରେ ଓଲଟିଲା ବସ୍, ୧୨ ମୃତ, ୪୫ ଆହତ
ସାଉଥ ଆଫ୍ରିକା ଜୋହାନ୍ସବର୍ଗ ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ହାଇୱେରେ ଏକ ବସ୍ ଓଲଟିବା ଯୋଗୁଁ ଅତିକମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୪୫ ଜଣ ଆହତ ହୋଇଛନ୍ତି । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଦୁର୍ଘଟଣା ଜୋହାନ୍ସବର୍ଗର ମୁଖ୍ୟ ଓଆର ଟେମ୍ବୋ ବିମାନବନ୍ଦର ନିକଟ ରାସ୍ତାରେ ହୋଇଛି । ଜୋହାନ୍ସବର୍ଗର ପୂର୍ବରେ ଥିବା ଟାଉନସିପ କେଟଲହୋଙ୍ଗରୁ ଲୋକଙ୍କୁ […] The post ସାଉଥ ଆଫ୍ରିକାରେ ଓଲଟିଲା ବସ୍, ୧୨ ମୃତ, ୪୫ ଆହତ appeared first on KNews Odisha.

ସାଉଥ ଆଫ୍ରିକା ଜୋହାନ୍ସବର୍ଗ ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ହାଇୱେରେ ଏକ ବସ୍ ଓଲଟିବା ଯୋଗୁଁ ଅତିକମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୪୫ ଜଣ ଆହତ ହୋଇଛନ୍ତି । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ଦୁର୍ଘଟଣା ଜୋହାନ୍ସବର୍ଗର ମୁଖ୍ୟ ଓଆର ଟେମ୍ବୋ ବିମାନବନ୍ଦର ନିକଟ ରାସ୍ତାରେ ହୋଇଛି । ଜୋହାନ୍ସବର୍ଗର ପୂର୍ବରେ ଥିବା ଟାଉନସିପ କେଟଲହୋଙ୍ଗରୁ ଲୋକଙ୍କୁ ନେଇ ଯାଉଥିଲେ । ଦୁର୍ଘଟଣା ସ୍ଥଳରୁ ୧୨ ଜଣଙ୍କ ମୃତଦେହ ଉଦ୍ଧର କରାଯାଇଥିଲା । ଏଥିରେ ୯ ଜଣ ପୁରୁଷ ଏବଂ ୩ ଜଣ ମହିଳା ସାମିଲ ରହିଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଉଦ୍ଧାର କାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ବସକୁ କ୍ରେନ ସହାୟତାରେ ସିଧା କରାଯାଇଛି । ତେବେ ଦୁର୍ଘଟଣାର କାରଣ ଏଯାଏଁ ଜଣାପଡିନାହିଁ । ପୋଲିସ ଘଟଣାର ଯାଞ୍ଚ କରୁଛି ।
Also Read : ପାକିସ୍ତାନ : ରେଳ ଧାରଣାରେ ବିସ୍ଫୋରଣ କରି ଟ୍ରେନ ଅପହରଣ କଲା ବିଏଲଏ, ଶତାଧିକ ଯାତ୍ରୀ ବନ୍ଧକ
The post ସାଉଥ ଆଫ୍ରିକାରେ ଓଲଟିଲା ବସ୍, ୧୨ ମୃତ, ୪୫ ଆହତ appeared first on KNews Odisha.