ହାତରେ ଖାଇବା ଖାଉଛି ବାଘଛୁଆ, ଭିଡିଓ ଭାଇରାଲ…
ଦୁନିଆରେ ବିଭିନ୍ନ ପଶୁ ଓ ପକ୍ଷୀଙ୍କୁ ଲୋକେ ଘରେ ପାଳିଥାନ୍ତି । କିଏ କିଏ ତ କୁକୁର,ବିଲେଇ,ଠେକୁଆ,ଶୁଆ,ପାରା,ଗାଇ,ଛେଳିଙ୍କୁ ଘରେ ରଖିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ମଣିଷ ବାଘ ଛୁଆକୁ ଘରେ ପାଳିପାରିବ ତାହା ପୁଣି ଅନ ଜୀବ ଭଳି । ସାଧାରଣତଃ ବାଘ କଥା କହିଲେ ଆମ ମନରେ ବିଭିନ୍ନ ଭୟସୃଷ୍ଟି ହୋଇଥାଏ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଦେଖିବାକୁ ମିଳିଛି । ଯାହାକୁ ଲୋକେ ପସନ୍ଦ ମଧ୍ୟ […] The post ହାତରେ ଖାଇବା ଖାଉଛି ବାଘଛୁଆ, ଭିଡିଓ ଭାଇରାଲ… appeared first on KNews Odisha.

ଦୁନିଆରେ ବିଭିନ୍ନ ପଶୁ ଓ ପକ୍ଷୀଙ୍କୁ ଲୋକେ ଘରେ ପାଳିଥାନ୍ତି । କିଏ କିଏ ତ କୁକୁର,ବିଲେଇ,ଠେକୁଆ,ଶୁଆ,ପାରା,ଗାଇ,ଛେଳିଙ୍କୁ ଘରେ ରଖିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ମଣିଷ ବାଘ ଛୁଆକୁ ଘରେ ପାଳିପାରିବ ତାହା ପୁଣି ଅନ ଜୀବ ଭଳି । ସାଧାରଣତଃ ବାଘ କଥା କହିଲେ ଆମ ମନରେ ବିଭିନ୍ନ ଭୟସୃଷ୍ଟି ହୋଇଥାଏ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଦେଖିବାକୁ ମିଳିଛି । ଯାହାକୁ ଲୋକେ ପସନ୍ଦ ମଧ୍ୟ କରିଛନ୍ତି ।
ହଁ ଆଜ୍ଞା ବିଶ୍ବାସ ନ ଲାଗିଲେ ମଧ୍ୟ କଥାଟି ସତ । ଏହି ଭିଡିଓରେ ଜଣେ ବକ୍ତି ବାଘ ସହ ନଜର ଆସିଛନ୍ତି । ତାହା ପୁଣି ରୋଷେଇ ଘରେ । ଦେଖୁ ନାହାନ୍ତି ପାଖରେ ବେସିନ ମଧ୍ୟ ରହିଛି । ତାପାଖରେ ହାଣ୍ଡୱାସ ଓ ଗୋଟିଏ ପ୍ଲାଷ୍ଟିକ ପାତ୍ରରେ ମାଂସ ରଖାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ଦେଖିବାକୁ ମିଶୁଛି ବ୍ୟକ୍ତିଙ୍କ ପାଖରେ ଏକ ବାଘ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ଆଉ ବ୍ୟକ୍ତି ଜଣଙ୍କ ମାଂସ ଖଣ୍ଡ ଗୁଡିକୁ ନିଜ ହାତରେ ନେଇ ଏହି ବାଘଟିକୁ ଖୁଆଇ ଦେଉଛନ୍ତି । ବାଘ ମଧ୍ୟ ଛୋଟ ଛୁଆ ପରି ମାଂସ ଗୁଡିକୁ ଖାଇ ଦେଉଛି ।
ଏ ଦୃଶ୍ୟ ହେଉଛି ଇଣ୍ଡୋନେସିଆର ଇରାୱାନ । ଏହି ବାଘ ଛୁଆର ନାମ ହେଉଛି କେନଜୋ । ବର୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବାଘଛୁଆ ଏବଂ ଏହାର ମାଲିକ ଇରୱାନ ଅଣ୍ଡେ ସୁମାମ୍ପପାଉ । ଏହି ଭିଡିଓ ଏବେ ବହୁତ ଭାଇରାଲ ହୋଇଛି । ବର୍ତମାନ ସୁଦ୍ଧା ଏହି ଭିଡିଓ କୁ ୩୫ ଲକ୍ଷ ଲୋକରୁ ଉର୍ଦ୍ଧ ଲୋକ ଦେଖି ସାରିଲେଣି । ଏକ ସୁନ୍ଦର ସମ୍ପର୍କ ବାଘ ଛୁଆ ଓ ଏହାର ମାଲିକଙ୍କ ଭିତରେ ହୋଇଛି ।
ଏହି ଭିଡିଓ ଟି କିନଜୋ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି । ଏହି ଭିଡିଓଟି ରେ ମାଲିକ ତାଙ୍କ ରୋଷେଇ ଘରକୁ ବାଘଛୁଆକୁ ସ୍ବାଗତ କରିଛନ୍ତି । ଯେତେବେଳେ ଏହି ବାଘଟି ରୋଷେଇ ଘରକୁ ଆସିଛି ସେହି ସମୟରେ ସେ ଉତ୍ସାହିତ ହୋଇ ଯାଇଛି । କଞ୍ଚାମାଂସକୁ ଖାଇବା ପାଇଁ ଚେଷ୍ଟା କରିଛି । କିନ୍ତୁ ଏହି ସମୟରେ ତା ମାଲିକ ବାଘଠାରୁ ମାଂସ ପାତ୍ରଟିକୁ ନେଇ ଯାଇଛନ୍ତି ।
ଆଉ କିଛି ସମୟ ପରେ ସେହି ମାଂସ ଗୁଡିକୁ ଛୋଟ ଛୋଟ ଖଣ୍ଡ କରିଛନ୍ତି । ଏବଂ ନିଜେ ବାଘକୁ ହାତରେ ଖୁଆଇ ଦେଉଛନ୍ତି । ବାଘଟି ଅତି ଖୁସିରେ ତା ଖାଦ୍ୟ ଖାଉଛି । ଏହାପରେ ଏହି ଭିଡିଓ ଟିକୁ ସେୟାର କରାଯାଇଛି ଏବଂ ଲେଖା ଯାଇଛି ୟମି ଚାଇମ ଫର ମିଟ ୟା!
The post ହାତରେ ଖାଇବା ଖାଉଛି ବାଘଛୁଆ, ଭିଡିଓ ଭାଇରାଲ… appeared first on KNews Odisha.