ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା ୪ ଗୁଣ ବିଷୟରେ କୁହାଯାଇଛି। ଏହି ଗୁଣ ଥିବା ବ୍ୟକ୍ତି କେବେହେଲେ ବିଫଳତାର ସ୍ବାଦ ଚାଖି ନ ଥାଏ, ସଫଳତାର ଶିଢୀ ଚଢ଼ିଥାଏ ବୋଲି ଚାଣକ୍ୟ କହିଛନ୍ତି। ଚାଣକ୍ୟ କୁହନ୍ତି ଯେଉଁଭଳି ସୁନାର ମୂଲ୍ୟ ଜାଣିବାକୁ ଘଷିବା, କାଟିବା, ନିଆଁରେ ତତାଇବା, ଛେଚିବା ଆଦି ଉପାୟ ଆପଣାଯାଇଥାଏ। ସେହିଭଳି ମଣିଷର […] The post ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ… appeared first on Dharitri Odia News.
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା ୪ ଗୁଣ ବିଷୟରେ କୁହାଯାଇଛି। ଏହି ଗୁଣ ଥିବା ବ୍ୟକ୍ତି କେବେହେଲେ ବିଫଳତାର ସ୍ବାଦ ଚାଖି ନ ଥାଏ, ସଫଳତାର ଶିଢୀ ଚଢ଼ିଥାଏ ବୋଲି ଚାଣକ୍ୟ କହିଛନ୍ତି।
ଚାଣକ୍ୟ କୁହନ୍ତି ଯେଉଁଭଳି ସୁନାର ମୂଲ୍ୟ ଜାଣିବାକୁ ଘଷିବା, କାଟିବା, ନିଆଁରେ ତତାଇବା, ଛେଚିବା ଆଦି ଉପାୟ ଆପଣାଯାଇଥାଏ। ସେହିଭଳି ମଣିଷର ପରିଚୟ ଉକ୍ତ ଗୁଣ ଜରିଆରେ କରିହୁଏ। ଶ୍ରେଷ୍ଠ ମଣିଷ ଜାଣିବାକୁ ହେଲେ ତାର ସଚ୍ଚୋଟତା, ଚରିତ୍ର, ଭଲ ଗୁଣ ଏବଂ ତାର ଆଚରଣ ଦେଖାଯାଇଥାଏ। ଏହି ଗୁଣରୁ ବ୍ୟକ୍ତିଜଣଙ୍କ ଖାଣ୍ଟି ସୁନା କି ନା ତାହା ଜାଣିହୁଏ।
ଯେଉଁ ପୁରୁଷ ସଚ୍ଚୋଟ, ତାର ଚରିତ୍ର ଭଲ, ସମସ୍ତ ଅଭ୍ୟାସ ଭଲ ଏବଂ ଆଚରଣ-ବ୍ୟବହାର ମଧ୍ୟ ଭଲ, ଏମିତିରେ ତାର ସଫଳତାକୁ କେହି ରୋକି ପାରନ୍ତି ନାହିଁ। ଏମିତି ବ୍ୟକ୍ତି ସମାଜରେ ନିଜର ମାନ ସମ୍ମାନ ବଢ଼ାଇଥାନ୍ତି। ପରିବାର ପକ୍ଷରୁ ସେ ବହୁତ ସୁଖୀ ରହିଥାନ୍ତି। ଏପରିକି ତାଙ୍କ ଜୀବନରେ ସର୍ବଦା ଶାନ୍ତି ରହିଥାଏ।
ହେଲେ ଯାହା ପାଖରେ ଏଥିରୁ ଗୋଟିଏ ନ ଥାଏ ସେ ସର୍ବଦା ଚିନ୍ତିତ ଥାଏ। କୌଣସି ନା କୌଣସି ଅସୁବିଧାରେ ଫସିଯାଇଥାଏ। ଚାଣକ୍ୟଙ୍କ ମୁତାବକ ସଫଳତା ପାଇବାକୁ ଥିଲେ, ମଣିଷକୁ ନିଜର ଆଚରଣ ସର୍ବଦା ଭଲ ହେବା ଉଚିତ। ଏଥିସହ ଚରିତ୍ରକୁ ନେଇ ମଧ୍ୟ ସଜାଗ ରୁହନ୍ତୁ। କାରଣ ସଫଳତା ପାଉଥିବା ବ୍ୟକ୍ତି ମଧ୍ୟରେ ଭଲ ଗୁଣ ଥାଏ ଏବଂ ସେ ସଚ୍ଚୋଟ ରହୁଥିବା ଯୋଗୁ ଭଲ ମଣିଷ ହୋଇଥାଏ।
The post ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ… appeared first on Dharitri Odia News.