ପ୍ରଶଂସା ସାଉଁଟିଲେ କୃତୀ ପ୍ରତିଯୋଗୀ
ଦିଗପହଣ୍ଡି,୧୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପଣ୍ଡା ସଭାପତିତ୍ୱ କରିଥିଲେ। ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟର ସହ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ମଧୁବନ କ୍ଲଷ୍ଟରର ସିଆରସିସି ମନୋଜ କୁମାର ବେହେରା, ପେଣ୍ଠା ପ୍ରକଳ୍ପ ଉଚ୍ଚ […] The post ପ୍ରଶଂସା ସାଉଁଟିଲେ କୃତୀ ପ୍ରତିଯୋଗୀ appeared first on Dharitri Odia News.
ଦିଗପହଣ୍ଡି,୧୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପଣ୍ଡା ସଭାପତିତ୍ୱ କରିଥିଲେ। ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟର ସହ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ମଧୁବନ କ୍ଲଷ୍ଟରର ସିଆରସିସି ମନୋଜ କୁମାର ବେହେରା, ପେଣ୍ଠା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବରଦାକାନ୍ତ ପରିଡ଼ା, ଶିକ୍ଷକ ବିଜୟ କୁମାର ଗୌଡ଼ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷକ ସତ୍ୟବାନ ଗୌଡ଼, ସୁଲୋମନ ମଣ୍ଡଳ, ତୁମ୍ବନାଥ ବେହେରା, ପ୍ରକାଶ ପାଇକ, ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାଣିଗ୍ରାହୀ ଏବଂ ଶିବାନୀ ବେହେରା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।
The post ପ୍ରଶଂସା ସାଉଁଟିଲେ କୃତୀ ପ୍ରତିଯୋଗୀ appeared first on Dharitri Odia News.