୩୮୮ କୋଟିର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୭ା୧୨: ମହାଦେବ ଅନ୍‌ଲାଇନ ବେଟିଂ ଆପ୍‌ ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ୩୮୮ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି। ଏହି ଦୁର୍ନୀତି ମାମଲାରେ ଛତିଶଗଡ଼ର ବହୁ ଉଚ୍ଚ ପାହ୍ୟାର ରାଜନେତା ଓ ପ୍ରଶାସନିକ ଅଧିକାରୀ ସମ୍ପୃକ୍ତ। ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ମରିସସ୍‌ କମ୍ପାନୀ ଟାନୋ ଇନ୍‌ଭେଷ୍ଟମେଣ୍ଟ ଅପର୍ଚୁନିଟିଜ୍‌ ଫଣ୍ଡ୍‌ ଦ୍ୱାରା ଏଫ୍‌ପିଆଇ ଏବଂ ଏଫ୍‌ଡିଆଇ ଜରିଆରେ ଦୁବାଇର ହାଓ୍ବଲା ଅପରେଟର ହରିଶଙ୍କର ଟିବ୍ରଓ୍ବୋଲରେ ହୋଇଥିବା […] The post ୩୮୮ କୋଟିର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି appeared first on Dharitri Odia News.

୩୮୮ କୋଟିର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୭ା୧୨: ମହାଦେବ ଅନ୍‌ଲାଇନ ବେଟିଂ ଆପ୍‌ ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ୩୮୮ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି। ଏହି ଦୁର୍ନୀତି ମାମଲାରେ ଛତିଶଗଡ଼ର ବହୁ ଉଚ୍ଚ ପାହ୍ୟାର ରାଜନେତା ଓ ପ୍ରଶାସନିକ ଅଧିକାରୀ ସମ୍ପୃକ୍ତ। ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ମରିସସ୍‌ କମ୍ପାନୀ ଟାନୋ ଇନ୍‌ଭେଷ୍ଟମେଣ୍ଟ ଅପର୍ଚୁନିଟିଜ୍‌ ଫଣ୍ଡ୍‌ ଦ୍ୱାରା ଏଫ୍‌ପିଆଇ ଏବଂ ଏଫ୍‌ଡିଆଇ ଜରିଆରେ ଦୁବାଇର ହାଓ୍ବଲା ଅପରେଟର ହରିଶଙ୍କର ଟିବ୍ରଓ୍ବୋଲରେ ହୋଇଥିବା ନିବେଶ ଏବଂ ଛତିଶଗଡ଼, ମୁମ୍ବାଇ ଓ ମଧ୍ୟପ୍ରଦେଶରେ ବେଟିଂ ଆପ୍‌ର ପ୍ରମୋଟରମାନଙ୍କ ନାଁରେ ଥିବା ସମ୍ପତ୍ତି।

ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ) ଅନୁଯାୟୀ ମୋଟ ୩୮୭.୯୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିବାକୁ ଗତ ୫ ତାରିଖରେ ଅସ୍ଥାୟୀ ନିର୍ଦ୍ଦେଶନାମା ଜାରି ହୋଇଥିଲା। ପୂର୍ବରୁ ଏହି ମାମଲାରେ ୨,୨୯୫.୬୧ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। ବେଟିଂ ଆପ୍‌ ଦୁର୍ନୀତିରେ ସମ୍ପୃକ୍ତ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଇଡି ୪ଟି ଚାର୍ଜଶିଟ୍‌ ଦାଖଲ କରିଛି।

The post ୩୮୮ କୋଟିର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି appeared first on Dharitri Odia News.