କଟକରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଏସସିବିରେ ଖୋଲିଲା ୨୦ ଶଯ୍ୟା ବିଶିଷ୍ଟ ଓ୍ବାର୍ଡ

କଟକ: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଲାଣି ଡେଙ୍ଗୁ। ଏମିତିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଆଗୁଆ ପ୍ରସ୍ତୁତ ହୋଇଛି ଏସସିବି ମେଡିକାଲ କଲେଜ। ଡେଙ୍ଗୁ ମୁକାବିଲା ପାଇଁ ଏସସିବିରେ ଏକ ୨୦ ବେଡ୍ ବିଶିଷ୍ଟ ଏକ ଡେଙ୍ଗୁ ବିଭାଗ ଖୋଲାଯାଇଛି । ଏହି ୱାର୍ଡ ପାଇଁ ସ୍ଵତନ୍ତ୍ର ଡାକ୍ତର ଓ ଷ୍ଟାଫ୍ ରହିବେ।ସେହିଭଳି ଅତି ଜରୁରୀ କାଳୀନ ସ୍ଥିତି ପାଇଁ ମେଡିସିନ ବିଭାଗର ଥିବା ୬୦ଟି ଆଇସିୟୁ ବେଡ୍‌କୁ ମଧ୍ୟ ବ୍ୟବହାର କରାଯିବ ବୋଲି କହିଛନ୍ତି ଏସ ସି ବି ମେଡିକାଲ ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର।

କଟକରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଏସସିବିରେ ଖୋଲିଲା ୨୦ ଶଯ୍ୟା ବିଶିଷ୍ଟ ଓ୍ବାର୍ଡ

କଟକ: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଲାଣି ଡେଙ୍ଗୁ। ଏମିତିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଆଗୁଆ ପ୍ରସ୍ତୁତ ହୋଇଛି ଏସସିବି ମେଡିକାଲ କଲେଜ। ଡେଙ୍ଗୁ ମୁକାବିଲା ପାଇଁ ଏସସିବିରେ ଏକ ୨୦ ବେଡ୍ ବିଶିଷ୍ଟ ଏକ ଡେଙ୍ଗୁ ବିଭାଗ ଖୋଲାଯାଇଛି । ଏହି ୱାର୍ଡ ପାଇଁ ସ୍ଵତନ୍ତ୍ର ଡାକ୍ତର ଓ ଷ୍ଟାଫ୍ ରହିବେ।

ସେହିଭଳି ଅତି ଜରୁରୀ କାଳୀନ ସ୍ଥିତି ପାଇଁ ମେଡିସିନ ବିଭାଗର ଥିବା ୬୦ଟି ଆଇସିୟୁ ବେଡ୍‌କୁ ମଧ୍ୟ ବ୍ୟବହାର କରାଯିବ ବୋଲି କହିଛନ୍ତି ଏସ ସି ବି ମେଡିକାଲ ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର।