ଜାଣନ୍ତୁ କେମିତି ସୁସ୍ଥ ରହିବ କିଡ୍‌ନୀ

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ। କିଡ୍‌ନୀ କାର୍ଯ୍ୟ ବାଧାପ୍ରାପ୍ତ ହେଲେ ହାତଗୋଡ଼ ଫୁଲିଯାଏ। ଶରୀରର ଯୋଡ଼ା ଅଂଶଗୁଡ଼ିକରେ ଦରଜ ଅନୁଭୂତ ହୁଏ। ରକ୍ତଚାପ ଅସନ୍ତୁଳିତ ରହେ। ଦୁର୍ବଳ ଲାଗେ। ବାନ୍ତି ଉଠାଏ ଆଉ ବେଳେବେଳେ ହୁଏ ମଧ୍ୟ। ନିଃଶ୍ୱାସପ୍ରଶ୍ୱାସ ନେବାରେ ବି ବାଧା ଉପୁଜେ, ଫଳରେ ଶ୍ୱାସକ୍ରିୟାଜନିତ ଅନେକ ରୋଗ ଶରୀରରେ ଦେଖାଦିଏ। ତେଣୁ […] The post ଜାଣନ୍ତୁ କେମିତି ସୁସ୍ଥ ରହିବ କିଡ୍‌ନୀ appeared first on Dharitri Odia News.

ଜାଣନ୍ତୁ କେମିତି ସୁସ୍ଥ ରହିବ କିଡ୍‌ନୀ

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ। କିଡ୍‌ନୀ କାର୍ଯ୍ୟ ବାଧାପ୍ରାପ୍ତ ହେଲେ ହାତଗୋଡ଼ ଫୁଲିଯାଏ। ଶରୀରର ଯୋଡ଼ା ଅଂଶଗୁଡ଼ିକରେ ଦରଜ ଅନୁଭୂତ ହୁଏ। ରକ୍ତଚାପ ଅସନ୍ତୁଳିତ ରହେ। ଦୁର୍ବଳ ଲାଗେ। ବାନ୍ତି ଉଠାଏ ଆଉ ବେଳେବେଳେ ହୁଏ ମଧ୍ୟ। ନିଃଶ୍ୱାସପ୍ରଶ୍ୱାସ ନେବାରେ ବି ବାଧା ଉପୁଜେ, ଫଳରେ ଶ୍ୱାସକ୍ରିୟାଜନିତ ଅନେକ ରୋଗ ଶରୀରରେ ଦେଖାଦିଏ। ତେଣୁ କିଡ୍‌ନୀକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣର ପାଣି ପିଅନ୍ତୁ। କିଡ୍‌ନୀଜନିତ ରୋଗ ଦେଖାଗଲେ ଶରୀରରେ ୟୁରିଆ ତତ୍ତ୍ୱ ବଢ଼ିଯାଏ। ସେଥିପାଇଁ ଆପଣ ଏହାକୁ ସନ୍ତୁଳିତ ରଖିବା ପାଇଁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ। ଦୈନିକ ୫ଗ୍ରାମ୍‌ ଲୁଣ ମଧ୍ୟ ଖାଆନ୍ତୁ। ଯଦି ଆପଣ ନିଶାଦ୍ରବ୍ୟ ସେବନ କରୁଛନ୍ତି, ତେବେ ଏହାକୁ ତୁରନ୍ତ ଛାଡ଼ନ୍ତୁ, କାରଣ ଏହା ସ୍ବାସ୍ଥ୍ୟ ତଥା କିଡ୍‌ନୀ ପ୍ରତି ବେଶି କ୍ଷତିକାରକ। ଆଉ ମଧ୍ୟ ଆପଣ ଯଦି କୌଣସି କିଡ୍‌ନୀଜନିତ ରୋଗର ଶିକାର ହୁଅନ୍ତି, ତେବେ ଯଥାଶ୍ରୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

The post ଜାଣନ୍ତୁ କେମିତି ସୁସ୍ଥ ରହିବ କିଡ୍‌ନୀ appeared first on Dharitri Odia News.